ନବଜାତ ଶିଶୁର ମୃତଦେହକୁ ଝୁଣି ଖାଇଲା କୁକୁର

Published By : Prameya-News7 Bureau | June 21, 2019 IST

ବଲାଙ୍ଗିର ୨୧|୬: ବଲାଙ୍ଗିରରେ ନବଜାତ ଶିଶୁର ମୃତଦେହକୁ ଝୁଣି ଖାଇଲା କୁକୁର । ପି.ଆର୍‌ ହାଇସ୍କୁଲରୁ ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତାରେ ଝୁଣି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ବଲାଙ୍ଗିର ମେଡିକାଲ ଛକ ଆଡୁ ଏକ ନବଜାତ ଶିଶୁର ମୃତଦେହ କୁକୁର ଧରି ଆସି ଝୁଣି ଝୁଣି ଖାଉଥିବାର ସ୍ଥାନୀୟ ଲୋକ ଦେଖିଥିଲେ । କୁକୁରଟି ସୂପୂର୍ଣ୍ଣ ଭାବେ ଶିଶୁଟିକୁ ଖାଇଥିବାବେଳେ ଶିଶୁଟିର ମୁଣ୍ଡଟି ଖାଲି ରହିଥିଲା । ତେବେ ଶିଶୁଟ୍ କେଉଁଆଡୁ ଆସିଲା ଏବଂ କିଏ ତାକୁ ସେଠାରେ ପକାଇଥିବା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ବଲାଙ୍ଗିର ସହରରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଥିଲେ ମଧ୍ୟ ପ୍ରଶାସନିକ ପଦକ୍ଷେପ କିଛି ନିଆଯାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.