Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ସୀମା ପାର କଲା ପାଶବିକତା : ଚାରା ଖାଇଦେବାରୁ ବାଛୁରୀକୁ ପିଟିପିଟି ହତ୍ୟା, ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

10/06/2020 at 11:58 AM

ଆଗ୍ରା ୧୦/୦୬ : କେରଳରେ ଗର୍ଭବତୀ ହାତୀ, ହିମାଚଳ ପ୍ରଦେଶରେ ଗାଈକୁ ହତ୍ୟା ଏବେ ପୁଣି ଆଗ୍ରାରେ ବାଛୁରୀକୁ ହତ୍ୟା | ମଣିଷର ମାନବିକତା ଧୀରେ ଧୀରେ ଏତେ ତଳକୁ ଖସି ଗଲାଣି ଯାହାର କଳ୍ପନା ମଧ୍ୟ କରାଯାଇପାରିବ ନାହିଁ | ମଣିଷ ଏହିଭଳି ପଶୁଙ୍କୁ କିଭଳି ହତ୍ୟା କରିପାରୁଛି ତାହା ନିଶ୍ଚୟ ବିଡମ୍ବନାର ବିଷୟ | କେରଳ ମାମଲା ଏବେ ଯାଏଁ ଶାନ୍ତ ପଡ଼ିନାହିଁ | ଏପଟେ ପୁଣି ଆଗ୍ରାରେ ପଶୁଙ୍କ ପ୍ରତି କ୍ରୁରତା ମାମଲା ସାମ୍ନାକୁ ଆସିଛି | ଦୁଇ ଜଣ ଯୁବକ ଏକ ବାଛୁରୀକୁ ପିଟି ପିଟି ହତ୍ୟା କରିଛନ୍ତି | ବାଛୁରୀକୁ ମଦ ମାରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି | ଏହି ହୃଦୟ ବିଦାରକ ଘଟଣା ମଙ୍ଗଳବାର ଦିନ ଘଟିଛି |

ଏକ ବାଛୁରୀ ବୁଲି ବୁଲି ଗାଈ ମଇଁଷିଙ୍କ ଚାରା ଖାଇବାକୁ ପଳେଇ ଆସିଥିଲା | ଗାଈ ମଇଁଷିଙ୍କୁ ପାଳିଥିବା ବ୍ୟକ୍ତି ଏଥିରେ ଉତକ୍ଷିପ୍ତ ହୋଇ ବାଛୁରୀକୁ ଏକ ବାଡ଼ିରେ ଅସହ୍ୟ ମଦ ମାରିଥିଲା | ଏହାପରେ ଆଉ ଜଣେ ବ୍ୟକ୍ତି ଆସି ନିଜ ପାଶବିକତା ଦେଖାଇଥିଲେ | ସେ ମଧ୍ୟ ବିଚାର ନିରୀହ ବାଛୁରୀକୁ ଆଉ ଏକ ବାଡ଼ିରେ ନିରଧୂମ ମଦ ମାରିଥିଲେ | ଉଭୟ ମିଶି ବାଛୁରୀକୁ ଏତେ ମଦ ମାରିଥିଲେ ବାଛୁରୀର ମୃତ୍ୟୁ ହୋଇଗଲା | ଉଭୟଙ୍କ ପାଶବିକ କାରନାମା ସିସିଟିଭିରେ କଏଦ ହୋଇଛି | ସିସିଟିଭିର ଏହି ଫୁଟେଜ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଆଲା ପୋଲିସ ଅଧିକାରୀ ମାମଲାକୁ ନେଇ ଗମ୍ଭୀର ଶୋକ ପ୍ରକାଶ କରି ଉଭୟ ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗେଇ ଆସିଛନ୍ତି |

ସୂଚନାଯୋଗ୍ୟ ଯେ, ସୋସିଆଲ ମିଡ଼ିଆରେ ସିସିଟିଭି ଫୁଟେଜ ଭାଇରାଲ ହେବାପରେ ପୋଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ତାଙ୍କୁ ଗିରଫ କରିଛି | ମଙ୍ଗଳବାର ଦିନ ଉତ୍ତର ପ୍ରଦେଶ ଯୋଗୀ ସରକାର ଗୋମାତାଙ୍କ ସୁରକ୍ଷା ପାଇଁ ବଡ ପଦକ୍ଷେପ ନେଇ ଅଧ୍ୟାଦେଶ ଜାରି କରିଛନ୍ତି | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ କ୍ୟାବିନେଟ ବୈଠକ ବସିଥିଲା | ବୈଠକରେ ଉତ୍ତର ପ୍ରଦେଶ ଗୋବଧ ନିବାରଣ ଅଧ୍ୟାଦେଶ ୨୦୨୦ କୁ ମଞ୍ଜୁରୀ ଦେଇଥିଲେ | ଏହି ଅଧ୍ୟାଦେଶ ଅନୁଯାୟୀ, ଗୋବଧ କିମ୍ବା ଗୋଚାଲାଣ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡ ଓ ୫ ଲକ୍ଷ ଜରିମାନା ପ୍ରାବଧାନ କରାଯାଇଛି | ଅଧ୍ୟାଦେଶ ଅନୁଯାୟୀ, ପୁଣିଥରେ ଦୋଷୀ ସାବ୍ୟସ୍ତ ହେଲେ ଦୁଇଗୁଣ ଦଣ୍ଡ ମିଳିବ | ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ଏହି ଅଧ୍ୟାଦେଶ ଲାଗୁ ହେବ | ତେବେ ପୋଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ କେଉଁ ଧାରାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଦେଖିବା ବାକି ରହିଲା | ପୋଲିସ ଅଧିକାରୀ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି |

   Related Posts