କେବେ ଦେଖିଛନ୍ତି ଷ୍ଟ୍ରବେରି ବିରିୟାନୀ ? ଅଜବ ରେସିପି ସେୟାର କରି ଟ୍ରୋଲ୍ ହେଲେ ପାକିସ୍ତାନୀ ବ୍ୟକ୍ତି

Published By : Prameya-News7 Bureau | February 21, 2021 IST

ନୂଆଦିଲ୍ଲୀ ୨୧/୦୨ : ଆପଣ ଅନେକ ଅଜବ ଅଜବ ଫୁଡ କମ୍ବିନେସନ ଦେଖିଥିବେ। ଏହିଭଳି ଅଜବ ଅଜବ କମ୍ବିନେସନ ଦେଖି ଆପଣଙ୍କ ମୁଣ୍ଡ ଘୁରି ଯାଇଥିବ ନିଶ୍ଚୟ। ଏହିଭଳି ରେସିପି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥାଏ ଓ ଲୋକେ ନାନା ପ୍ରତିକ୍ରିୟା ମଧ୍ୟ ରଖିଥାନ୍ତି। ଏହିଭଳି ଏକ ରେସିପି ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହି ଭାଇରାଲ ରେସିପି ନାଁ ଦିଆଯାଇଛି ଷ୍ଟ୍ରବେରି ବିରିୟାନୀ 'Strawbiryani'

{"sizeSlug":"large","linkDestination":"none"}

ପାକିସ୍ତାନ ହେଉ କି ଭାରତ, ବିରିୟାନୀ ସବୁଠି ବହୁତ ଲୋକପ୍ରିୟ। ବିରିୟାନୀ ଖାଇବାକୁ ଲୋକେ ବହୁତ ପସନ୍ଦ କରନ୍ତି। କିନ୍ତୁ ପ୍ରଥମଥର ବିରିୟାନୀରେ ଷ୍ଟ୍ରବେରି ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପାକିସ୍ତାନର ଜଣେ ବ୍ୟକ୍ତି ଏକ ଅଜବ ବିରିୟାନୀ ରେସିପି ସେୟାର କରିଛନ୍ତି। ଏହି ବିରିୟାନୀରେ ଷ୍ଟ୍ରବେରି ବି ପଡିଛି। ଏହି ବିରିୟାନୀ ତିଆରି କରିବା ପରେ ତାକୁ ସେ ଟ୍ୱିଟରରେ ସେୟାର କରିଥିଲେ। ସେୟାର କରି ସେ ଲେଖିଥିଲେ, "ଆମେ ଆଜି ଘରେ ଷ୍ଟ୍ରବିରିୟାନୀ ତିଆରି କରିଛୁ। ଏ ସମ୍ପର୍କରେ ଟ୍ୱିଟର କଣ କହୁଛି ତାହା ଜାଣିବାକୁ ମୁଁ ଉତ୍ସୁକ।"

wp:embed {"url":"https://twitter.com/BabaGlocal/status/1362735259851325440","type":"rich","providerNameSlug":"twitter","responsive":true,"className":""}
https://twitter.com/BabaGlocal/status/1362735259851325440
/wp:embed

ଇସ୍ଲାମଵାଦର ସାଦ ନାମକ ଜଣେ ପାକିସ୍ତାନୀ ବ୍ୟକ୍ତି ଏକ ବଡ ବାସନରେ ବିରିୟାନୀ ତିଆରି କରି ଉପରେ ଷ୍ଟ୍ରବେରିରେ ତାକୁ ଗାର୍ଣ୍ଣିସ କରିଛନ୍ତି। ଏହାର ଫଟୋ ସେ ଟ୍ୱିଟରରେ ସେୟାର କରିବା ପରେ ଲୋକେ ନାନା ପ୍ରତିକ୍ରିୟା ଦେଇଥିଲେ। କିଛି ଲୋକେ ଏହି ବିରିୟାନୀକୁ ଆଇସକ୍ରିମ, ପିଜ୍ଜା ସହ ତୁଳନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.