ଦକ୍ଷିଣ ଓଡିଶାରେ ବିଚିତ୍ର ସ୍ଥିତି: ଚଳୁନି ୧୦ ଟଙ୍କିଆ କଏନ, ବ୍ୟାଙ୍କ ବି ନେବାକୁ ଅମଙ୍ଗ

Published By : Prameya-News7 Bureau | November 12, 2021 IST

ଜୟପୁର ୧୨।୧୧:  ନାଁ କ୍ରେତା ନା ଗ୍ରହିତା ଏପରି କି ବ୍ୟାଙ୍କ ମଧ୍ୟ  ୧୦ଟଙ୍କିଆ କଏନ ଗ୍ରହଣ କରୁନାହାନ୍ତି । ଏବେ ଦକ୍ଷିଣ ଓଡିଶାର  ଅନେକ ଜିଲ୍ଲାରେ ଏମିତି ସ୍ଥିତି ଉପୁଜିଛି।୧୦ ଟଙ୍କିଆ କଏନ୍ ଉପରେ ଲାଗିଛି ଅଘୋଷିତ ପ୍ରତିବନ୍ଧକ । ରିଜର୍ଭବ୍ୟାଙ୍କର ସେମିତି କିଛି କଟକଣା ନଥିବାବେଳେ ଏଭଳି ପ୍ରତିବନ୍ଧକ କାହିଁକି ?  ଲୋକେ କାହିଁକି ୧୦ ଟଙ୍କିଆ ନେଉନାହାନ୍ତି ତାର ବାସ୍ତବ ସ୍ଥିତି ପରଖିଛନ୍ତି ନ୍ୟୁଜ ୭ ।

ଦକ୍ଷିଣ ଓଡିଶାରେ ବିଚିତ୍ର ସ୍ଥିତି । ୧୦ ଟଙ୍କିଆ କଏନ ଅଚଳ । କୋରାପୁଟ, ମାଲକାନଗିର ଓ ନବରଙ୍ଗପୁର ଜିଲ୍ଲାରେ ଗତ ୩ ବର୍ଷ ହେଲା ଏଭଳି ସ୍ଥିତି ଉପୁଜିଛି  । ବ୍ୟାଙ୍କଠାରୁ ବ୍ୟବସାୟୀ, ଅଟୋ ଚାଳକ ଠାରୁ ପରିବା ଦୋକାନୀ କେହି ବି ୧୦ ଟଙ୍କିଆ  କଏନ ଗ୍ରହଣ କରୁନାହାନ୍ତି ।  ହେଲେ କାହିଁକି ନେଉନାହାନ୍ତି, ତାର ସନ୍ତୋଷଜନକ ଉତ୍ତର କାହାପାଖରେ ନାହିଁ ।

{"id":542855,"sizeSlug":"full","linkDestination":"none"}

ବ୍ୟାଙ୍କ ମ୍ୟାନେଜର ମଧ୍ୟ ୧୦ଟଙ୍କିଆ କଏନ ଗ୍ରହଣ କରିବାକୁ ଅମଙ୍ଗ ।  ବ୍ୟାଙ୍କରେ କୁଆଡେ କୋଟିଏରୁ ଅଧିକ ଟଙ୍କାର ୧୦ଟଙ୍କିଆ କଏନ ମହଜୁଦ ରହିଛି । ଗ୍ରାହକ ମାନେ ଏସବୁ  ନେଉନଥିବାରୁ ସେମାନେ ମଧ୍ୟ ଗ୍ରହଣ କରୁନଥିବା କହିଛନ୍ତି  । ତେବେ ଜିଲ୍ଲାପାଳ ଏବଂ ଏସପିଙ୍କ ସହାୟତାରେ  ଜନ ସଚେତନତା  ଲୋଡିଛନ୍ତି ବିଭିନ୍ନ ବ୍ୟାଙ୍କ।

ମାଲକାନଗିରିରେ ମଧ୍ୟ ସମାନ ସମସ୍ୟା । କେବଳ ଦୋକାନ ବଜାର ନୁହେଁ ସରକାରୀ ଓ ଘରୋଇ ବସ୍ ଠାରୁ ଆରମ୍ଭ କରି ଅଟୋ ଚାଳକ ମାନେ ୧୦ ଟଙ୍କିଆ କଏନ ନେଉ ନାହାନ୍ତି । ୧୦ ଟଙ୍କିଆ କଏନ ନକଲି ବୋଲି କିଛି ଦଲାଲ ପ୍ରଚାର କରୁଛନ୍ତି  । ଆଉ ଏହି ଦଲାଲ୍ ମାନେ ୨୦ ପ୍ରତିଶତ କମ ଦରରେ କିଣି ଅନ୍ୟତ୍ର ବିକୁଥିବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ଆସିଛି।

{"id":542856,"sizeSlug":"full","linkDestination":"none"}

କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦ ଟଙ୍କିଆ କଏନ ଉପରେ ଲାଗିଛି ଅଘୋଷିତ ପ୍ରତିବନ୍ଧକ।  ଜିଲ୍ଲାର କୌଣସି ସ୍ଥାନରେ ବି ନା ଗ୍ରାହକ ନା ଦୋକାନୀ କେହି ବି କାରବାର ସମୟରେ ୧୦ଟଙ୍କିଆ କଏନ ନେବାକୁ ରାଜି ହେଉ ନାହାଁନ୍ତି। ହେଲେ ଏହି ଅଘୋଷିତ ପ୍ରତିବନ୍ଧକ କିଏ ଲଗାଇଛି କାହାକୁ ଜଣା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.