ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଅଜବ ଘଟଣା : ଧଳା ବାଘ ଖୁଆଡରେ ପଶିଲା ୪ ଫୁଟର କୁମ୍ଭୀର

Published By : Prameya-News7 Bureau | January 08, 2019 IST

ଭୁବନେଶ୍ବର୮|୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଜବ ଘଟଣା । ଧଳା ବାଘ ଖୁଆଡରେ ପଶିଥିଲା ୪ ଫୁଟର କୁମ୍ଭୀର । ଧଳା ବାଘ ସମ୍ରାଟ୍‌ ତା ନିକଟକୁ ଆସି ଆକ୍ରମଣ କରିବାକୁ ବାହାରିବା ବେଳେ ପାଣିକୁ ଲମ୍ଫ ମାରିଥିଲା କୁମ୍ଭୀର । ତେବେ କୁମ୍ଭୀର କିଭଳି ବାଘ ଖୁଆଡରେ ପଶିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

wp:gallery {"ids":[71801]} /wp:gallery

ବାଘ ଖୁଆଡରେ କୁମ୍ଭୀର ନାଟ ।  ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ଖୁଆଡରେ ପଶିଛି କୁମ୍ଭୀର । ଧଳା ବାଘ ସମ୍ରାଟ ଓ ରେଣୁକା ରହୁଥିବା ଖୁଆଡ ନମ୍ବର - ୩୩ରେ ଥିବା ପାଣି ନିକଟରେ ଏକ ଫୁଟ ଲମ୍ବର କୁମ୍ଭୀର ଶୋଇ ରହିଥିବା ଦେଖିବାକୁ ପାଇଥିଲେ ପର୍ଯ୍ୟଟକ । ଏହାର ଫଟୋ ଓ ଭିଜୁଆଲ୍‌ ମୋବାଇଲ୍‌ରେ ନେଇଥିଲେ । ସମ୍ରାଟ୍ କୁମ୍ଭୀର ଆଡକୁ ଆସି ଝାମ୍ପ ମାରିବାକୁ ଉଦ୍ୟମ କରିବା କ୍ଷଣି କୁମ୍ଭୀରଟି ପାଣିକୁ ଲମ୍ଫ ମାରିଥିଲା । ସମ୍ରାଟ୍‌ କୁମ୍ଭୀରକୁ ବହୁତ ଖୋଜାଖୋଜି କରିଥିଲେ ବି ପାଇନଥିଲା। ପର୍ଯ୍ୟଟକମାନେ ପାଟିକରିବାରୁ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ । ହେଲେ ଏହା ବିଫଳ ହୋଇଛି ।

wp:gallery {"ids":[71802]} /wp:gallery

ପ୍ରଶ୍ନ ଉଠୁଛି ୪ ଫୁଟର ଏହି କୁମ୍ଭୀରଟି ବାଘ ଖୁଆଡକୁ ଆସିଲା କେମିତି ? ଖୁଆଡରେ ଧଳା ବାଘ ସମ୍ରାଟ , ବାଘୁଣୀ ରେଣୁକା ଏବଂ ତାର ମାସକର ଦୁଇଟି କଳାବାଘ ଛୁଆ ରୁହନ୍ତି।  ବାଘୁଣୀ ରେଣୁକା ତାର ଛୁଆଙ୍କ ଯତ୍ନ ନେଉଥିବାରୁ କୁମ୍ଭୀରକୁ ଉଦ୍ଧାର କରାଯିବାରେ ବାଧା ଉପୁଜିଛି । ବାଘ ଓ ବାଘୁଣୀ ଖୁଆଡ ଘରେ ଲକ୍‌ କରାଯିବା ପରେ ଯାଇ କୁମ୍ଭୀରକୁ ଉଦ୍ଧାର କରାଯାଇପାରିବ । କର୍ତ୍ତୃପକ୍ଷ ଏହା ଉପରେ ନଜର ରଖିଛନ୍ତି । ଏହି ଘଟଣା ନନ୍ଦନକାନନରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏନେଇ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।

wp:gallery {"ids":[71803]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.