ଭଦ୍ରକରେ ଅଦ୍ଭୁତ ଘଟଣା: ଆପେ ଆପେ ଘରେ ଲାଗୁଛି ନିଆଁ, ଜଣେ ଝିଅ ଯେତେବେଳେ କହୁଛନ୍ତି ‘ମୋ ଦେହ ଜଳୁଛି, ଆଖି ଜଳୁଛି’ ସେତିକି ବେଳେ ଲାଗୁଛି ନିଆଁ
6/03/2020 at 10:05 AM

ଭଦ୍ରକ୬/୩: ବିଜ୍ଞାନ ଯୁଗରେ ଏ କେମିତି ବିଶ୍ଵାସ ? ଆପେ ଆପେ ଘରର ଜଳୁଛି। ଯେମିତି ଲାଗୁଛି କେହି ଜଣେ ନିଆଁ ପେଣ୍ଡୁଳା ଘରର ମଥାନ ଉପରକୁ ପିଙ୍ଗି ଦେଉଛି କି?

ଗାଁର ଜଣେ ଝିଅଙ୍କ ଅଜବ ପ୍ରକାର କଥା, ଯେତେବେଳେ କହୁଛନ୍ତି ମୋ ଦେହ ଜଳୁଛି ତ ପୁଣି କେତେବେଳେ ମୋ ଆଖି ଜଳୁଛି। ଠିକ୍ ସମୟରେ କାହା ଘରେ ନିଆଁ ଲାଗି ଯାଉଛି। ଘରର ମାଥାନରେ କେମିତି ଲାଗୁଛି ନିଆଁ। ଭଦ୍ରକ ଜିଲ୍ଲା ବନ୍ତ ହାସିନପୁର ଗାଁର ଦାସସାହିରେ ଏଭଳି ଅଦ୍ଭୁତ ଘଟଣା ଘଟିଛି।

କିଏ ଗୁଣୀ କରୁଛି, ନ ହେଲେ ବାଣ ପେସୁଛି। ପୁଣି ନିଆଁ ବାଣ । ଏମିତି ଅନେକ କଥା ଗାଁରେ ଟୁପୁରୁ ଟାପୁରୁ ଚାଲିଛି। ଗାଁର ଲୋକେ ଘର ସାମ୍ନା ରେ ଜଗି ରହୁଛନ୍ତି । ଯେଉଁ ଘରେ ନିଆଁ ଲାଗୁଛି ପାଣି ଛାଟି ଲିଭାଉଛନ୍ତି। ଘରର ଜିନିଷପତ୍ର ଆଉ ଆସବାବପତ୍ର ଏବେ ଗାଁ ଖଳାରେ ପଡି ରହିଛି।

ଗତ ସୋମବାରୁ ଗାଁରେ ନିଆଁ ଲାଗିବା ଆରମ୍ଭ କରିଛି। ଗୋଟେ ପରେ ଗୋଟେ ସବୁ ଘରେ ନିଆଁ ଲାଗିଲାଣି। ଲୋକେ ଏବେ ଭୟରେ ଘର ବାହାରେ ଜଗି ବସୁଛନ୍ତି। କେବଳ ଦିନ ବେଳେ ନିଆଁ ଲାଗୁଛି। ଘର ର ମଥାନ ଓ ଚାଳ ର କଣ ସ୍ଥାନ ରେ ନିଆଁ ଲାଗୁଥିବା କହୁଛନ୍ତି ଗାଁ ଲୋକେ। ଏଭଳି ଭାବେ ୮ଟି ଘରେ ନିଆଁ ଲାଗିଲାଣି।

ଗାଁର ଜଣେ ଝିଅ ଯେତେବେଳେ କହୁଛନ୍ତି ଯେ ମୋ ଦେହ ରେ ଜଳାପୋଡା ହେଉଛି। ଆଉ ଯେତେବେଳେ କହୁଛନ୍ତି ମୋ ଆଖି ଜଳୁଛି ସେହି ସମୟରେ ଘର ଗୁଡିକରେ ନିଆଁ ଲାଗୁଛି। ସେହି ଝିଅ ଏବେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଉଛି। ନିଆଁ ଲାଗିଥିବା ଘର ପାଇଁ ଜରି ପାଲ ମଧ୍ୟ ଯୋଗାଇଦିଆଯିବ ବୋଲି ସୂଚନା ମିଳିଛି । ଏହାକୁ ଏକ ଭୌତିକ କାଣ୍ଡ ବୋଲି କହୁଛନ୍ତି ଆଧ୍ୟାତ୍ମିକବାଦୀ।

ହନୁମାନ ଚାଳିଶା , ଗୀତାରେ ମଧ୍ୟ ଏହି ଭୌତିକ କାଣ୍ଡ ଓ ଅଶରୀର ମାନଙ୍କ ବିଷୟରେ ବର୍ଣ୍ଣନା ଥିବା ଜଣାପଡିଛି । ଏମିତି କି ରଥ ଯାତ୍ରା ସମୟରେ ଅଧରପଣା ନୀତି ବେଳେ ଅଶରୀର ମାନଙ୍କୁ ଭୋଗ ଅର୍ପଣ କରାଯାଏ । ଅଶରୀର ବା ଆତ୍ମାଙ୍କର ଉପସ୍ଥିତି ଅଧିକ ସମୟ ରହି ନଥାଏ ।

ତେବେ ଏହି କାଣ୍ଡ ଅଳ୍ପ ସମୟ ପାଇଁ ହୋଇଥାଏ ବୋଲି ଆଧ୍ୟାତ୍ମିକବାଦୀ କହନ୍ତି। ସତ ହେଲେ ସାଂଘାତିକ। କାରଣ ଯାହା ବି ହେଉ । ସତ ଜଣା ପଡୁ ନହେଲେ ଲୋକେ କହିବେ ବିଜ୍ଞାନ ଯୁଗରେ ଭୁତଙ୍କ ରାଜ ଚାଲୁଅଛି।