Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କୋର୍ଟରେ ପହଞ୍ଚିଲା ଅବିଶ୍ଵସନୀୟ ମାମଲା, ନିଜ ପିଲାଙ୍କୁ ବିବାହ କରିବାକୁ ଅନୁମତି ମାଗିଲେ ଅଭିଭାବକ

14/04/2021 at 6:29 PM

ନ୍ୟୁୟର୍କ ୧୪/୪:  ବିଭିନ୍ନ ସମୟରେ କୋର୍ଟରେ ବହୁ ବିଚିତ୍ର ମାମଲା ପହଞ୍ଚୁଛି। ବେଳେ ବେଳେ ଏଭଳି ଆବେଦନ ଶୁଣିଲେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ। ସେହିଭଳି ଏକ ମାମଲା ସାମ୍ନାକୁ ଆସିଛି। ଅଭିଭାବକ ନିଜର ବୟସ୍କ ପିଲାଙ୍କୁ ବିବାହ କରିବାକୁ ଅନୁମତି ପାଇଁ କୋର୍ଟରେ ଆବେଦନ କରିଛନ୍ତି। ମାମଲାଟି ଆମେରିକାର ନ୍ୟୁୟର୍କ ହୋଇଥିବା ବେଳେ ସେମାନେ ନିଜ ପିଲାଙ୍କ ନାଁ ସାର୍ବଜନୀନ କରିନାହାନ୍ତି।

ଏଭଳି ମାମଲା ସମାଜରେ ପ୍ରାୟ ଗ୍ରହଣୀୟ ନୁହେଁ ବୋଲି ସେମାନଙ୍କ ପିଲାଙ୍କ ନାଁ ସାର୍ବଜନୀନ କରିନଥିବା କୁହାଯାଉଛି। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଖବର ମୁତାବିକ, ପ୍ୟାରେଣ୍ଟ ମ୍ୟାନହ୍ୟାଟେନର ସଙ୍ଘୀୟ କୋର୍ଟରେ ୧ ଏପ୍ରିଲରେ ଏହି ଆବେଦନ କରିଛନ୍ତି । ନ୍ୟୁୟର୍କରେ ପ୍ରଚଳିତ ନିୟମ ଅନୁସାରେ ନିଜର କୌଣସି ପରିଜନ ସହ ​‌ଯୌନ ସମ୍ପର୍କ ସ୍ଥାପନ କଲେ ଅଭିଯୁକ୍ତକୁ ୪ ବର୍ଷ ଜେଲ ଦଣ୍ଡ ମିଳିପାରେ।

ଏହା ବ୍ୟତୀତ ନିଜର ସମ୍ପର୍କୀୟଙ୍କୁ ବିବହା କରିବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଏହା ସହ ପତି-ପତ୍ନୀଙ୍କୁ ଜରିମାନା ବ୍ୟତୀତ ୬ ମାସ ଜେଲ୍‌ ମଧ୍ୟ ହୋଇପାରେ। କୋର୍ଟରେ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇନଥିବା ବେଳେ ସାଧାରଣରେ ଏବେ ଚର୍ଚ୍ଚା ଚାଲିଛି। ଏଭଳି ମାମଲା ହୁଏତ ଆଗରୁ କେବେ ହୋଇନଥିଲା। ବାପା-ମା ନିଜର ବଢ଼ିଲା ପିଲାଙ୍କୁ ବିବାହ କରିବାକୁ ଚାହିଁବା ଏବଂ ଏହାକୁ ନେଇ ମାମଲା କୋର୍ଟ ପର୍ଯ୍ୟନ୍ତ ଯିବାକୁ ନେଇ ସମାଜରେ ପ୍ରତିକୂଳ ପ୍ରତିକ୍ରିୟା ମିଳିବା ସ୍ବାଭାବିକ । ଏହାକୁ ନେଇ ଆବେଦନକାରୀଙ୍କୁ ଆକ୍ରୋଶର ଶିକାର ହେବାକୁ ମଧ୍ୟ ପଡ଼ିପାରେ । ଏହି କାରଣ ପାଇଁ ଆବେଦନକାରୀ ଏବଂ ସେମାନଙ୍କ ପିଲାଙ୍କ ନାଁ ସାର୍ବଜନୀନ ମଧ୍ୟ କରାଯାଇନାହିଁ।

   Related Posts