ସ୍କୁଲରେ ଭୁତ ! ଅଚାନକ ତଳେ ପଡି ଛଟପଟ ହୋଇ ଜୋର ଜୋରରେ କାନ୍ଦିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | June 21, 2019 IST

କାଠୁଆ ୨୧/୬ : ଜାମ୍ମୁ କାଶ୍ମୀର କାଠୁଆ ଜିଲ୍ଲାରେ ଏକ ସରକାରୀ ସ୍କୁଲରେ ଅଚାନକ କିଛି ଛାତ୍ରଛାତ୍ରୀ ଅଜବ ବ୍ୟବହାର କରିଥିଲେ । ଛାତ୍ରଛାତ୍ରୀଙ୍କ ଏଭଳି ବ୍ୟବହାର ଦେଖି ଅନ୍ୟ ଛାତ୍ରଛାତ୍ରୀ ଡରି ଯାଇଥିଲେ । ଛାତ୍ରଛାତ୍ରୀଙ୍କ ଅବସ୍ଥା ଦେଖି ସ୍କୁଲରେ ହଇଚଇ ସୃଷ୍ଟି ହୋଇଥିଲା । କାଠୁଆର ସିତ୍ତି ହାଇସ୍କୁଲରେ ପ୍ରାର୍ଥନା ସରିବା ପରେ ଶ୍ରେଣୀଗୃହକୁ ପ୍ରବେଶ କରୁ କରୁ ପାଖାପାଖି ୪୦ ରୁ ୫୦ ଛାତ୍ରଛାତ୍ରୀ ଅଜବ ବ୍ୟବହାର କରିଥିଲେ ଏବଂ ଜୋର ଜୋରରେ କାନ୍ଦିଥିଲେ । ଛାତ୍ରଛାତ୍ରୀମାନେ ତଳେ ପଡି ଛଟପଟ ହୋଇଥିଲେ ।

{"id":125359}

ଛାତ୍ରଛାତ୍ରୀଙ୍କ ଏଭଳି ଅବସ୍ଥା ଦେଖି ଶିକ୍ଷକମାନେ ମଧ୍ୟ ଡରି ଯାଇଥିଲେ । ସେ କହିପାରିଲେନି ଏମାନଙ୍କୁ କଣ ହୋଇଛି ଏବଂ ଏମାନଙ୍କୁ କିଭଳି ନିୟନ୍ତ୍ରଣ କରାଯିବ । ତଥାପି ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଏହି ଛାତ୍ରମାନେ ତଳେ ପଡି ଛଟପଟ ହେବା ସହ ଥରୁଥିଲେ । ସ୍କୁଲ କର୍ମଚାରୀ ଏନେଇ ତୁରନ୍ତ ମୁଖ୍ୟ ଶିକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ । ସ୍କୁଲ ମୁଖ୍ୟ ଅଧିକାରୀ ମେଡିକାଲ ଟିମ ନେଇ ସ୍କୁଲରେ ପହଂଚିଥିଲେ । ମେଡିକାଲ ଟିମ ଆସି ଛାତ୍ରଛାତ୍ରୀଙ୍କୁ ଯାଞ୍ଚ କରିଥିଲେ । କିନ୍ତୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଛି ବି ଅସ୍ୱାଭାବିକ ବାହାରିନଥିଲା । ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିଲେ । ପୀଡିତ ଛାତ୍ରଛାତ୍ରୀଙ୍କ କାଉନସିଲିଂ ମଧ୍ୟ କରାଗଲା ।

{"id":125360}

ଘଟଣାକୁ ନେଇ ସ୍ଥାନୀୟ ଲୋକ କହିଛନ୍ତି ଯେ, ପାଖାପାଖି ସପ୍ତାହେ ହେବ ଛାତ୍ରଛାତ୍ରୀ ଅଜବ ବ୍ୟବହାର କରୁଛନ୍ତି । କିଛି ଦିନ ପୂର୍ବରୁ ମଧ୍ୟ ୨/୩ ଜଣ ଛାତ୍ରଙ୍କ ଅବସ୍ଥା ଗମ୍ଭୀର ହୋଇପଡ଼ିଥିଲା । କିନ୍ତୁ ଆଜି ଏମାନଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଥିଲା । ମାମଲା ବିଗିଡି ଯିବାପରେ ସ୍କୁଲ ପ୍ରଶାସନ ଛାତ୍ରଛାତ୍ରୀଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଘରଲୋକ ଆସିବାରୁ ସ୍କୁଲ ପ୍ରଶାସନ ପିଲାଙ୍କୁ ଛାଡି ଦେଇଥିଲେ । କିଛି ଘରଲୋକ ନିଜ ପିଲାଙ୍କୁ ଭଲ କରାଇବା ପାଇଁ ପଠାନକୋଟ ନେଇଯାଇଥିଲେ ।

{"id":125361}

ବିଶେଷକରି ନବମ ଶ୍ରେଣୀର ଛାତ୍ରୀଙ୍କୁ ଏହିଭଳି ହୋଇଥିଲା । ଏମାନଙ୍କୁ ଦେଖି ଅନ୍ୟ ଛାତ୍ରୀମାନେମାନେ ଏହିଭଳି ଅଜବ ବ୍ୟବହାର କରିଥିଲେ । ଅପରପକ୍ଷରେ କିଛି ଛାତ୍ରୀ ନାଚିବା ଆରମ୍ଭ କରିଥିଲେ । ଆଉ କିଛି ତଳେ ଶୋଇ ଜୋର ଜୋରରେ କାନ୍ଦିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.