Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ବିଚିତ୍ର ଶିଶୁ: ନବଜାତର ମୁହଁ ଓ ଶରୀର ଦେଖି ଘରଲୋକ ଚକିତ, କିଏ କହୁଛି ଅପ୍ରାକୃତିକ, କିଏ କହୁଛି ଈଶ୍ୱରଙ୍କ ରୂପ

24/09/2021 at 4:51 PM

ରାଞ୍ଚି ୨୪/୦୯ : ଝାରଖଣ୍ଡ ଗିରିଡିହ ଜିଲ୍ଲାରେ ଏକ ବିଚିତ୍ର ଶିଶୁ ଜନ୍ମ ହୋଇଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ବିଚିତ୍ର ନବଜାତ ଶିଶୁକୁ ଦେଖିବାକୁ ଲୋକଙ୍କ ଭିଡ ଲାଗିଛି। ବିଚିତ୍ର ଶରୀର ଓ ମୁହଁ ଦେଖି ନବଜାତର ମା’ ଓ ଜେଜେମା ଚିନ୍ତିତ ଅଛନ୍ତି। ସେମାନେ କଣ କରିବେ କିଛି ବୁଝି ପାରୁନାହାନ୍ତି। ସାଧାରଣତଃ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହିଭଳି ଶିଶୁ ଜନ୍ମ ନେଇଥାନ୍ତି। ମହିଳା କହିଛନ୍ତି ଯେ ସେ ସାମାନ୍ୟ ପ୍ରସବ ଦ୍ୱାରା ଶିଶୁ ପୁତ୍ର ଜନ୍ମ ଦେଇଥିଲେ।

ସୂଚନା ଅନୁଯାୟୀ, ଗିରିଡିହ ଜିଲ୍ଲାର ଦେବରୀ ଅନ୍ତର୍ଗତ ଦୁଲେରୀ ଗାଁରେ ସଞ୍ଜୟ ରବି ଦାସକା ଘରେ ଏକ ଅସାମାନ୍ୟ ଓ ବିଚିତ୍ର ଶିଶୁ ପୁତ୍ର ଜନ୍ମ ହୋଇଛି। ଶିଶୁକୁ ନେଇ ପୁରା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଶିଶୁର ମୁହଁ ଭଞୟଙ୍କର ଦେଖାଯାଉଛି ଓ ଶରୀର ମଧ୍ୟ ଅଜବ ପ୍ରକାର। କିଛି ଲୋକେ ଏହାକୁ ଅପ୍ରାକୃତିକ ଘଟଣା ବୋଲି କହୁଛନ୍ତି। କିଛି ଲୋକେ ଶିଶୁକୁ ଈଶ୍ୱରଙ୍କ ରୂପ ଭାବି ପୂଜା ମଧ୍ୟ କରୁଛନ୍ତି ଏବଂ ଟଙ୍କା ମଧ୍ୟ ଅର୍ପଣ କରୁଛନ୍ତି।

ଗୁରୁବାର ସନ୍ଧ୍ୟାରେ ଚତରୋ ସ୍ଥିତ ସରକାରୀ ହସ୍ପିଟାଲରେ ଶିଶୁ ଜନ୍ମ ହୋଇଛି। ଶିଶୁକୁ ଦେଖିବା ମାତ୍ରେ ହସ୍ପିଟାଲ କର୍ମଚାରୀ ଚକିତ ହୋଇଯାଇଥିଲେ। ଶିଶୁକୁ ଧରିବାକୁ ଓ ଛୁଇଁବାକୁ ମଧ୍ୟ ସମସ୍ତେ ମନା କରିଦେଇଥିଲେ। ନବଜାତର ଶରୀରରେ ବଡ ବଡ ଆଘାତ ହୋଇଛି। ଦେଖିବାକୁ ସେ ସାମାନ୍ୟ ଶିଶୁଠୁ ସମ୍ପୂର୍ଣ୍ଣ ଭିନ୍ନ। ତେବେ ଚିନ୍ତାର କଥା ହେଲା, ଶିଶୁ ଜନ୍ମ ହେବା ପରଠୁ ଥରେ ବି ମା’ କ୍ଷୀର ଖାଇନି। ସେ ଲଗାତାର କାନ୍ଦୁଛି। ସେଥିପାଇଁ ଘରଲୋକ ବି ଚିନ୍ତିତ।

ଡାକ୍ତର ଏହାକୁ ଅପ୍ରାକୃତିକ ଘଟଣା ବୋଲି କହିଛନ୍ତି। ଡାକ୍ତର କହିଛନ୍ତି ଯେ ପ୍ରଥମଥର ଏହିଭଳି ଶିଶୁ ଜନ୍ମ ହୋଇଛି। ଡାକ୍ତର ଆହୁରି ମଧ୍ୟ କହିଛନ୍ତି ଯେ ଏହିଭଳି ଶିଶୁକୁ ଅଧିକ ଦିନ ବଞ୍ଚାଇ ରଖିବା ମୁସ୍କିଲ ହୋଇଥାଏ। କାରଣ ଶିଶୁ କ୍ଷୀର ମଧ୍ୟ ଖାଉନି।

   Related Posts