ଏମାନେ ହେଉଛନ୍ତି ବିଶ୍ବର ୫ଟି ବିଚିତ୍ର ଜୀବ : ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ
18/06/2019 at 7:13 PM

ବିଶ୍ବରେ ଏପରି ଅନେକ ଜୀବଜନ୍ତୁ ରହିଛନ୍ତି ଯେଉଁମାନେ ଦେଖିବାକୁ ଅତ୍ୟନ୍ତ ବିଚିତ୍ର ଥାଆନ୍ତି। ଏମାନଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜି ଆମେ ଜାଣିବା ଏପରି କେତେ ଗୁଡ଼ିଏ ଜୀବ ବିଷୟରେ ଯେଉଁମାନଙ୍କୁ ଦେଖି ଆପଣ କହିବେ ଆରେ ଏହା କେଉଁ ପ୍ରକାର ଜୀବ।

୧.ଏହି ଜୀବକୁ ନେକେଡ ମୋଲ୍ ରାଟ୍ କହନ୍ତି ଯେଉଁଗୁଡ଼ିକ ପୂର୍ବ ଆଫ୍ରିକାରେ ଦେଖାଯାଆନ୍ତି। ଏହା ଗୋଟିଏ ପ୍ରକାର ମୂଷା କିନ୍ତୁ ଏହାର ଛାଲ ଏପରି ଦେଖାଯାଏ ଯେମିତିକି ଏହାର ଉପର ଚମଡ଼ା କେହି ବାହାର କରି ଦେଇଛି। ଏହା ଶରୀରରେ ସାଧାରଣ ମୂଷା ଭଳି ଲୋମ ନଥାଏ।

୨.ଏହାକୁ ସୈଗା ଆଣ୍ଟିଲୋପ୍ କୁହାଯାଏ। ଏହା ଦେଖିବାକୁ ହରିଣ ବୋଲି ହୋଇଥାଏ। କିନ୍ତୁ ଏହାର ଲମ୍ବା ବିଚିତ୍ର ନାକ ଏହାକୁ ସବୁଠୁ ଅଲଗା ଏବଂ ଖାସ୍ କରିଥାଏ। ଏଗୁଡ଼ିକ କାଜଖିସ୍ତାନରେ ଦେଖାଯାଏ।

୩. ଏହି ଜୀବ ଦେଖିବାକୁ ମୂଷା ଭଳି ହୋଇଥାଏ,କିନ୍ତୁ ଏହାର ଶରୀରର ଉପର ଅଂଶକୁ ଦେଖି ଲାଗିଥାଏ ଯେପରିକି ଅଲଗା ପରସ୍ତ ରଖିଦିଆଯାଇଛି। ଏହାକୁ ପିଙ୍କ ଫେୟାରୀ ଆର୍ମାଡିଲୋ କୁହାଯାଏ। ଖୋଳିବାରେ ପୋଖତ ଥିବା ଏହି ଜୀବ ଏତେ ଜୋରରେ ମାଟିକୁ ଖୋଳି ଖୋଳି ଯାଇଥାଆନ୍ତି ଯେ ଯେପରିକି ପାଣିରେ ପହଁରୁଛନ୍ତି।

୪. ଏହା ଆର୍କଟିକ୍ ମହାସାଗରରେ ଦେଖିବାକୁ ମିଳୁଥିବା ମାଛ ଭଳି ଦେଖାଯାଇଥାଏ ଯାହାକୁ ଦେଖି ଯେକେହି ଡରିଯାଇଥାଏ। ଏହି ବିଚିତ୍ର ମାଛକୁ ଲୈମ୍ପେ ନାମରେ ଜଣାଯାଏ। ଏହି ତୀକ୍ଷଣ ଦାନ୍ତ ଏବଂ ଲମ୍ବା ଜିଭ ଥିବା ମଛେ ଯଦି କୈାଣସି ଶିକାରକୁ ଥରେ ଧରି ଦେଇଥାଏ ତେବେ ତାହାର ବଞ୍ଚିବା ଅସମ୍ଭବ ହୋଇଥାଏ। ଏହା ନିଜ ଶିକାରକୁ ଖାଇନଥାଏ ବରଂ ତା’ର ଶରୀରରେ ନିଜ ଦାନ୍ତକୁ ଘଷି ଅନେକ ଦିନ ଯାଏଁ ଏହାର ଶରୀରରୁ ରକ୍ତ ଏବଂ ବାକି ଜରୁରୀ ତତ୍ତ୍ବକୁ ବାହାର କରି ପିଇଥାଏ।

୫. ଏହାକୁ ଷ୍ଟାର ନୋଜ ମୋଲ୍ କୁହାଯାଇଥାଏ। ଏହାର ମୁହଁରେ ହୋଇଥିବା ବିଚିତ୍ର ପ୍ରକାରର ନାକ ଏକ ତାରା ଭଳି ହୋଇଥାଏ,ଏଥିପାଇଁ ଏହାର ନାଁ ଏଭଳି ରଖାଯାଇଛି। ଏହାର ବିଚିତ୍ର ନାକ ବହୁତ କମ୍ ଅମ୍ଳଜାନ ଥିବା ସ୍ଥାନରେ ମଧ୍ୟ ଏହାକୁ ଜୀବିତ ରଖିଥାଏ। ସେମାନେ ନାକ ଦ୍ବାରା ପାଖରେ ପଡ଼ିଥିବା ଜିନିଷ ଖାଇବା ଉପଯୁକ୍ତ କି ନୁହେଁ ଜାଣି ଦିଅନ୍ତି।