ମୋଲ୍ୟୋଷ୍କା ଟ୍ରାଙ୍ଗଲରେ ଘଟିଥାଏ ବିଚିତ୍ର ଓ ରହସ୍ୟମୟୀ ଘଟଣା : ବୈଜ୍ଞାନିକଙ୍କ ପାଇଁ ମଧ୍ୟ ଅବୁଝା

Published By : Prameya-News7 Bureau | April 16, 2020 IST

ପର୍ମ୧୬/୦୪ : 'ବରମୁଡା ଟ୍ରାଏଙ୍ଗଲ' ନାଁ ତ ଆପଣମାନେ ଶୁଣିଥିବେ | ଏଠାରେ ରହସ୍ୟମୟ ଭାବେ ଜାହାଜ ଗାୟବ ହୋଇଯାଇଥାଏ| ଏହାର ରହସ୍ୟ ଆଜି ଯାଏଁ କେହି ଖୋଲି ପାରି ନାହାନ୍ତି କିମ୍ବା କିଛି ଜାଣି ପାରି ନାହାନ୍ତି| ଠିକ୍ ଏହିଭଳି ଏକ ରହସ୍ୟମୟ ଜାଗା ରୁଷରେ ମଧ୍ୟ ଅଛି| ଏହି ରହସ୍ୟକୁ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ଭେଦ କରି ପାରି ନାହାନ୍ତି | ବୈଜ୍ଞାନିକଙ୍କ ପାଇଁ ଏହା ଏକ ଅବୁଝା ଓ ଜଟିଳ ରହସ୍ୟ | ତେବେ ଏହାର କାହାଣୀ ବରମୁଡା ଟ୍ରାଙ୍ଗଲରୁ ଟିକିଏ ଅଲଗା |

{"id":255397,"sizeSlug":"large"}

କିନ୍ତୁ ନାଁରେ ଟିକିଏ ସାମଞ୍ଜସ୍ୟ ରହିଛି | ଏହି ରହସ୍ୟମୟୀ ଜାଗାର ନାଁ ହେଲା 'ଏମ ଟ୍ରାଙ୍ଗଲ' |
'ଏମ ଟ୍ରାଙ୍ଗଲ' ରୁଷର ପର୍ମ ସହରରେ ରହିଛି | ରାଜଧାନୀ ମସ୍କୋରୁ ପାଖାପାଖି ୬୦୦ ମାଇଲ ଦୂର ଉରାଲ ପର୍ବତ ନିକଟରେ ମୋଲ୍ୟୋଷ୍କା ନାମକ ଏକ ଗାଁ ରହିଛି | ଏମ ଟ୍ରାଙ୍ଗଲ ଅର୍ଥାତ ମୋଲ୍ୟୋଷ୍କା ଟ୍ରାଙ୍ଗଲ | ଏହା ଋଷର ସବୁଠାରୁ ରହସ୍ୟମୟ ଅଞ୍ଚଳ | ଗୋଟିଏ ସମୟରେ ଏହି ସ୍ଥାନକୁ ସ୍ଥାନୀୟ ଲୋକେ ପବିତ୍ର ମାନୁଥିଲେ | କିନ୍ତୁ ବର୍ତ୍ତମାନ ଏହି ସ୍ଥାନ ରହସ୍ୟମୟ ହୋଇଯାଇଛି |

{"id":255398,"sizeSlug":"large"}

ଏହି ରହସ୍ୟମୟ ସ୍ଥାନକୁ ପର୍ମ ଅଞ୍ଚଳର ଏମ ଟ୍ରାଙ୍ଗଲ ବା ପର୍ମ ବିଷମ ଜୋନ ବୋଲି ମଧ୍ୟ କୁହାଯାଏ | ଏହା ୭୦ ବର୍ଗ ମାଇଲ ପରିବ୍ୟାପ୍ତ | ୧୯୮୦ ମସିହାରେ ଏହି ଅଞ୍ଚଳ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଏଠାରେ ରହସ୍ୟମୟ ଶବ୍ଦ ଶୁଭିଥିଲା | ଏହି ସବୁ ଶବ୍ଦ ଅଚାନକ ଶୁଣିବାକୁ ମିଳିଥିଲା | ଅନୁସନ୍ଧାନକାରୀ ଏଠାରୁ ଟ୍ରାଫିକ ଶବ୍ଦ ଅର୍ଥାତ ଗାଡି ମଟରର ଶବ୍ଦ ରେକର୍ଡ କରିଥିଲେ | ଦ୍ରୁତ ଗତିରେ କିଛି ଗାଡି ସାଇଡରୁ ଯିବା ଭଳି ଶବ୍ଦ ହୋଇଥାଏ | ତେବେ ଆଶ୍ଚର୍ଯ୍ୟଜନକ କଥା ହେଲା ସେଠାରୁ ସବୁଠାରୁ ନିକଟବର୍ତ୍ତୀ ସଡକ ୪୦ କିମି ଦୂରରେ ଅବସ୍ଥିତ | ତେବେ ଗାଡି ଶବ୍ଦ କେଉଁଠାରୁ ଆସୁଛି ତାହା ଏବେ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି |

ମଣିଷ ଦୈନଦିନ ଜୀବନରେ ଘଟିଥିବା ସାମାନ୍ୟ ଘଟଣା ଭଳି 'ଏମ ଟ୍ରାଙ୍ଗଲ'ରେ ଅସାମାନ୍ୟ ଘଟଣା ଘଟିଥାଏ | ବାଦଲ ଭିତରୁ ଏକ ପ୍ରକାର କିରଣ ପୁଞ୍ଜ ଆସି ପୃଥିବୀ ପୃଷ୍ଠରେ ପଡିବା ଭଳି ଜଣାପଡ଼ିଥାଏ | ଘଞ୍ଚ ଜଙ୍ଗଲରେ ଅଚାନକ ବିଚିତ୍ର ସ୍ୱଚ୍ଛ ଜିନିଷଗୁଡ଼ିକ ଦେଖାଯାଇଥାଏ | ଆକାଶରେ ଅଜବ ଚିହ୍ନ ଓ ଆଲୋକ ଦୃଶ୍ୟମାନ ହୋଇଥାଏ |

{"id":255399,"width":587,"height":333,"sizeSlug":"large"}

ଏହି ରହସ୍ୟମୟ ଜାଗା ସମ୍ପର୍କରେ କୁହାଯାଏ ଯେ, ଯଦି କୌଣସି ଦୁଷ୍ଟ ପ୍ରକୃତିର ବ୍ୟକ୍ତି ଏଠାରେ କିଛି ଦିନ ରହିଯାଏ ତାହେଲେ ସେ ମଧ୍ୟ ଚାଲାକ ହୋଇଯାଇଥାଏ | ଏହି ବିଚିତ୍ର ଜାଗାକୁ ଗଲେ ଏଠାରେ କିଛି ଚମତ୍କାରୀ ଶକ୍ତି ଥିବା ଅନୁଭୂତ ହୋଇଥାଏ | ସେଠାକୁ ଗଲେ ପୃଥିବୀ ଠାରୁ କୌଣସି ଏକ ଦୂର ଜାଗାରୁ ଆସିଲା ଭଳି ଅନୁଭୂତ ହୋଇଥାଏ | ପର୍ମ ଜୋନକୁ ଯାଉଥିବା ବ୍ୟକ୍ତି ଗମ୍ଭୀର ରୋଗରେ ପୀଡିତ ହୋଇଥିଲେ ମଧ୍ୟ ଆପେ ଆପେ ଭଲ ହୋଇଯାଇଥାଏ |

'ଏମ ଟ୍ରାଙ୍ଗଲ' ସମ୍ପର୍କରେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏଠାରେ ଅନେକ କମ୍ପାନୀର ମୋବାଇଲ ନେଟୱାର୍କ ଉପଲବ୍ଧ ରହିଛି | ତଥାପି ଏଠାରେ ଫୋନ କାମ କରେନାହିଁ | ଏଠାରେ ଏକ ରହସ୍ୟମୟ 'ମିଟ୍ଟୀ କା ଟୀଲା' ବା ମାଟିର ମୁଣ୍ଡ ରହିଛି | ଏହା ଉପରକୁ ଚଢ଼ିଗଲେ ଦୁନିଆର ଯେକୌଣସି କୋଣକୁ ଫୋନ ଲଗାଇପାରିବେ | କିନ୍ତୁ ଏଠାରୁ ତଳକୁ ଓହ୍ଲାଇଲେ ଫୋନ କଲ ଆପେ ଆପେ କଟିଯାଏ | ଏହି ରହସ୍ୟମୟ ଟୀଲା କୁ କଲ ବକ୍ସ ମଧ୍ୟ କୁହାଯାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.