Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଭୋଟ ଓଡିଶା ସର୍ଭେ: ୧୦୩ ଆସନରେ ବିଜେଡି- ବିଜେପି ଭିତରେ ସିଧା ଫାଇଟ୍, ୪୦ରେ ବିଜେଡି-କଂଗ୍ରେସ

4/03/2019 at 5:44 PM

ଭୁବନେଶ୍ବର୪|୩: ଆସିଲା ଭୋଟ୍‌ ଓଡ଼ିଶା ଫଳାଫଳ । ରାଜ୍ୟର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟର ସେମାନଙ୍କ ମତ ରଖିଥିବା ବେଳେ ନ୍ୟୁଜ୍‌ ସେଭେନ୍‌ ଏହାକୁ ନେଇ କେଉଁ ଆସନରେ କେଉଁ କେଉଁ ଦଳ ଏବଂ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ ତାହାର ରେଜଲ୍ଟ ପ୍ରକାଶ କରିଛି ।

୧୪୭ଟି ନିର୍ବାଚନମଣ୍ଡଳିର ଗ୍ରାଉଣ୍ଡ ଜିରୋ ରିପୋର୍ଟ । ସାମ୍ନାକୁ ଆସିଲା ଭୋଟ୍‌ ଓଡ଼ିଶାର ରେଜଲ୍ଟ। ୩ ଦିନ ଧରି ଲୋକଙ୍କ ମତାମତ ଏବଂ ପରେ ୩ ଦିନର ଏହାର ବିଶ୍ଳେଷଣ।  ଆଉ ଏହି ଫଳାଫଳ ଆପଣଙ୍କ ସାମ୍ନାରେ। ଫଳାଫଳକୁ ଦେଖିଲେ ରାଜ୍ୟର ୧୦୩ଟି ବିଧାନସଭା ଆସନରେ ବିଜେଡି -ବିଜେପି ମଧ୍ୟରେ ସିଧାସଳଖ ଲଢେଇ ହେବ । ୪୦ଟି ବିଧାନସଭା ଆସନରେ ବିଜେଡି-କଂଗ୍ରେସ ମଧ୍ୟରେ ଲଢେଇ ହେବ । ଗୋଟିଏ ଆସନରେ ବିଜେପି-କଂଗ୍ରେସ ମଧ୍ୟରେ ଲଢେଇ ହେବ ।ଅନ୍ୟାନ୍ୟ ଦଳଙ୍କ ମଧ୍ୟରେ ୩ଟି ଆସନରେ ଲଢେଇ ହେବ । ଏହି ଫଳାଫଳ ସ୍ପଷ୍ଟ କରୁଛି ରାଜ୍ୟର ସମସ୍ତ ଭାଗରେ ବିଜେଡି ତାର ଚେର ମଜଭୁତ କରିଛି। ଫଳାଫଳ ସ୍ପଷ୍ଟ କରୁଛି ଗତ ନିର୍ବାଚନ ତୁଳନାରେ ବିଜେପି ତାର ସ୍ଥିତି ଖୁବ ମଜଭୁତ କରିଛି। ଫଳାଫଳ ସ୍ପଷ୍ଟ କରୁଛି କଂଗ୍ରେସ କଡ଼ା ଟକ୍କର ଦେବ।ଏବଂ ଯେଉଁଠି ତ୍ରିମୁଖୀ ଲଢ଼େଇ ହେବ ସେଠି ଫାଇଦା ମାରିପାରେ।

ଭୋଟ୍‌ ଓଡ଼ିଶା ଫଳାଫଳରେ ମିଳିଥିବା କିଛି ପ୍ରମୁଖ ପ୍ରସଙ୍ଗ । ୧- ତିନି ପ୍ରମୁଖ ଦଳର ଏକାଧିକ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଅଧିକାଂଶ ସ୍ଥାନରେ ଗୋଟିଏ ଦଳରୁ ଏକାଧିକ ଆଶାୟୀ ଅଛନ୍ତି । ୨- ବହୁ ଆଶାୟୀ ହିଁ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି ୩- ପରି ପ୍ରାର୍ଥୀ ନୁହେଁ ଦଳ ଉପରେ ଅନେକ ଭୋଟର ଭରସା ରଖୁଛନ୍ତି। ବହୁ ସ୍ଥାନରେ ଲୋକେ ସ୍ଥାନୀୟ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି କିନ୍ତୁ ଦଳକୁ ଚାହୁଁଛନ୍ତି ।୪- ସ୍ଥାନୀୟ ପ୍ରସଙ୍ଗ ଆଗାମୀ ନିର୍ବାଚନରେ ନିର୍ଣ୍ଣାୟକ ହୋଇପାରେ ।୫- ସ୍ବଚ୍ଛ ଓ ସଚ୍ଚୋଟ ପ୍ରାର୍ଥୀଙ୍କ ପ୍ରତି ଲୋକଙ୍କର ଆଗ୍ରହ ଯଥେଷ୍ଟ ବଢିଛି। ୬- ଯୁବ ନୂଆ ପ୍ରାର୍ଥୀଙ୍କ ପ୍ରତି ଲୋକଙ୍କର ସମର୍ଥନ ଦେଖାଦେଇଛି।ବହୁଥର ଜିତି ଆସିଥିବା କିଛି ପ୍ରାର୍ଥୀଙ୍କୁ ଲୋକ ଚାହୁଁ ନଥିବା ବେଳେ ସେମାନଙ୍କ ବଦଳରେ ଯୁବ ପ୍ରାର୍ଥୀ ଚାହୁଁଛନ୍ତି ।୭ ଦଳ ପରିବର୍ତ୍ତନ କରିଥିବା ନେତା ଅଡୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି ।

ରାଜ୍ୟର ୧୪୭ଟି ବିଧାନସଭା ଆସନରେ ପ୍ରତି ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୩ ଶହ ଲୋକଙ୍କ ମତାମତ ନିଆଯାଇଥିଲା। ସେହି ଅନୁଯାୟୀ ପ୍ରାୟ ଦେଢ଼ ଲକ୍ଷ ସାମ୍ପଲର ବିଶ୍ଳେଷଣ କରିଥିଲା ନ୍ୟୁଜ ସେଭେନ। ଟେଲିଭିଜନ ଇତିହାସରେ ଏତେବଡ଼ ସର୍ଭେ ସବୁଠାରୁ ବଡ଼। ଯେଉଁଥିରେ ରାଜ୍ୟର ସବୁ ନିର୍ବାଚନ କ୍ଷେତ୍ରରୁ ପୁରୁଷ ମହିଳା, ବୟସ୍କ, ଯୁବକ ଯୁବତୀ, ପ୍ରଥମ ଥର ପାଇଁ ଭୋଟ୍‌ ଦେଉଥିବା ଯୁବବର୍ଗଠାରୁ ନ୍ୟୁଜ ସେଭେନ ଟିମ୍‌ ମତାମତ ସଂଗ୍ରହ କରିଥିଲା । ଆଉ ଫଳାଫଳ ଆପଣଙ୍କ ସାମ୍ନାରେ।

   Related Posts