ରୋଷେଇ ବେଳେ ଫାଟିଲା ଗ୍ୟାସ ଷ୍ଟୋଭ: ଯୁବକ ଗୁରୁତର, ପୋଡିଯାଇଛି ଶରୀରର ୯୦ ପ୍ରତିଶତ

Published By : Prameya-News7 Bureau | October 06, 2021 IST

ବାରିପଦା ୦୬/୧୦ : ବାରିପଦା ଟାଉନ ଥାନା ଅନ୍ତର୍ଗତ ଭଞ୍ଜପୁରରେ ଅଘଟଣ । ଗ୍ୟାସ ଷ୍ଟୋଭ ଫାଟି ଯୁବକ ଗୁରୁତର । ଗୁରୁତର ଯୁବକ ହେଲେ ବାରିପଦା ଅଞ୍ଚଳର ଶ୍ରୀତମ ପାଣିଗ୍ରାହୀ । ଭଡ଼ା ଘରେ କେହି ନଥିବା ବେଳେ ରୋଷେଇ ପାଇଁ ଗ୍ୟାସ ଚୁଲା ଲଗାଉଥିବା ବେଳେ ଏମିତି ଅଘଟଣ ଘଟିଛି ।

wp:gallery {"ids":[523177],"linkTo":"none"} /wp:gallery

ଗ୍ୟାସ ଷ୍ଟୋଭ ଫାଟିବାର ଜାଣି ପଡୋଶୀ ଉଦ୍ଧାର କରିବାକୁ ଆସିଥିଲେ । ଫଳରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଶରୀରର ଶତକଡ଼ା ୯୦ଭାଗ ଜଳି ଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି । ବାରିପଦା ଟାଉନ ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.