Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆମକୁ ମାର କିମ୍ୱା କବର ଦିଅ, ପଡିବନି ଫରକ୍: ଲକ୍ଷୀମପୁର ଯିବା ଜିଦରେ ରାହୁଲ୍

6/10/2021 at 11:21 AM

ନୂଆଦିଲ୍ଲୀ ୦୬/୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଉତ୍ତରପ୍ରଦେଶର ଲଖୀମପୁର ଖେରୀରେ ହିଂସା ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ ସିଧାସଳଖ ଉତ୍ତରପ୍ରଦେଶ ସରକାର ଏବଂ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ଯେ ଚାଷୀଙ୍କୁ ମାରିଦେଉଛନ୍ତି । ଚାଷୀଙ୍କୁ ଜିପ୍ ଦ୍ୱାରା ମାରିଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ରାହୁଲ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଲକ୍ଷ୍ନୌ ଯାଇଥିଲେ କିନ୍ତୁ ଲକ୍ଷ୍ମୀପୁର ଯାଇନଥିଲେ ।

ପ୍ରିୟଙ୍କା ଗାନ୍ଧୀଙ୍କ ସହ କଳହକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ହେଉଛି ଚାଷୀଙ୍କ ସମସ୍ୟା । ପ୍ରିୟଙ୍କାଙ୍କ ସହ ଝଗଡା ହେବାର ଆମ ପାଇଁ କିଛି ଫରକ ପଡ଼େ ନାହିଁ । ରାହୁଲ ଆହୁରି କହିଛନ୍ତି ଯେ ଆମକୁ ହତ୍ୟା କର, କି କବର ଦିଅ, ଏଥିରେ କିଛି ଫରକ ପଡିବନି । ଆମର ପ୍ରଶିକ୍ଷଣ ଏହିପରି ହୋଇଛି । ଏହା ହେଉଛି କୃଷକଙ୍କ ସମସ୍ୟା । ମୁଁ ଲକ୍ଷ୍ନୌକୁ ଯାଇ ଗ୍ରାଉଣ୍ଡ ବାସ୍ତବତା ଜାଣିବାକୁ ଚାହୁଁଛି ।

ଏହି ସମୟରେ ରାହୁଲ କହିଛନ୍ତି ଯେ ସରକାର ଚାଷୀଙ୍କ ଶକ୍ତି ବୁଝିବାରେ ସକ୍ଷମ ନୁହଁନ୍ତି । ସେ କହିଛନ୍ତି ଯେ ତିନୋଟି କୃଷି ନିୟମ କୃଷକଙ୍କ ଉପରେ ଆକ୍ରମଣ । ରାହୁଲ କହିଛନ୍ତି ଯେ ଦେଶର ଚାଷୀଙ୍କୁ ଯୋଜନାବଦ୍ଧ ଢଙ୍ଗରେ ଆକ୍ରମଣ କରାଯାଉଛି । ପ୍ରଥମେ ଜମି ଅଧିଗ୍ରହଣ ବିଲ୍ ଫେରସ୍ତ କରାଯାଇଥିଲା ଏବଂ ପରେ ତିନୋଟି କଳା ଆଇନ ଅଣାଯାଇଥିଲା ।

ରାହୁଲ କହିଛନ୍ତି ଯେ ୟୁପିରେ ଚାଷୀଙ୍କୁ ହତ୍ୟା କରାଯାଉଛି । ଏହି ସରକାରରେ ଯେଉଁମାନେ ବଳାତ୍କାର କରନ୍ତି, କୃଷକମାନଙ୍କୁ ହତ୍ୟା କରନ୍ତି ସେମାନେ ଜେଲରୁ ବାହାରେ ରହିଥାନ୍ତି । ଯେଉଁମାନେ କିଛି କରନ୍ତି ନାହିଁ ସେମାନଙ୍କୁ ଜେଲରେ ରଖାଯାଉଛି । ଲକ୍ଷ୍ମୀପୁରୀ ଖେରୀ ହିଂସାରେ ପୀଡିତଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ମଙ୍ଗଳବାର ଗିରଫ କରାଯାଇଛି ।

ଆଜି ରାହୁଲ ଗାନ୍ଧୀ ମଧ୍ୟ ଲକ୍ଷ୍ମୀପୁର ଖେରୀ ଯାଉଛନ୍ତି । ତେବେ ଏହି ଅଞ୍ଚଳରେ ଧାରା ୧୪୪ ଲାଗୁ ହେତୁ ଉତ୍ତରପ୍ରଦେଶ ସରକାର ତାଙ୍କୁ ଏହି ଯାତ୍ରା ପାଇଁ ଅନୁମତି ଦେଇ ନାହାଁନ୍ତି । ଲକ୍ଷ୍ନୌ ପୋଲିସ କମିଶନର ଡି.କେ ଠାକୁର ରାହୁଲଙ୍କ ଗସ୍ତ ସମ୍ପର୍କରେ କହିଛନ୍ତି, ‘ରାହୁଲ ଗାନ୍ଧୀଙ୍କୁ ସରକାର ଅନୁମୋଦନ ଦେଇନାହାଁନ୍ତି।

   Related Posts