ବିଜେପି ବିଧାୟକଙ୍କ ବିତଣ୍ଡା ଯୁକ୍ତି, ଦଳକୁ ଭୋଟ ଦେଇନ ତ ବିଜୁଳି ବି ନାହିଁ

Published By : Prameya-News7 Bureau | July 13, 2021 IST

ଉତ୍ତରପ୍ରଦେଶ ୧୩/୭ : ୟୁପି ଶାହାଜାହାନପୁର ଜିଲ୍ଲା କାଟ୍ରା ବିଜେପି ବିଧାୟକ ବୀର ବିକ୍ରମ ସିଂଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏମିତି ସେମିତ ଭିଡିଓ ନୁହେଁ ଭିଡିଓରେ ବିଧାୟକ ଗ୍ରାମବାସୀଙ୍କୁ କହୁଛନ୍ତି ଯେ ପୁଅ ମୁଣ୍ଡରେ ହାତ ଥୋଇ ରାଣ ଖାଇବାକୁ । କେବଳ ସେତିକି ନୁହେଁ ଗଙ୍ଗା ମାତାଙ୍କ ରାଣ ଖାଇବାକୁ ବି ବାଧ୍ୟ କରୁଛନ୍ତି । ସୂଚନା ଥାଉକି, ନାଗଲା ଇବ୍ରାହିମ ଗ୍ରାମରେ ବୃକ୍ଷରୋପଣ ସମାରୋହରେ ବିଜେପି ବିଧାୟକ ବିକ୍ରମ ସିଂ ପ୍ରିନ୍ସ ଯୋଗଦେଇଥିଲେ ।

ଏହି ସମୟରେ ଜଣେ ଗ୍ରାମବାସୀ ବିଧାୟକଙ୍କୁ ଲାଇଟ୍ ଲଗାଇବାକୁ ଦାବି କରିଥିଲେ । ଆଉ ଏତିକି କଥାରେ ଭଡକିଯାଇଥିଲେ ବିଧାୟକ ମହୋଦୟ । ବିଧାୟକ ବିକ୍ରମ ସିଂ ଗ୍ରାମବାସୀଙ୍କୁ କହିଥିଲେ ଯେ ସତ କହିଲ ଆପଣ ବିଜେପିକୁ ଭୋଟ ଦେଇଛନ୍ତି । ଯଦି ଭୋଟ ଦେଇନ ତାହାଲେ ଆମେ ଆପଣଙ୍କୁ ଲାଇଟ୍ ଦେଇପାରିବୁନି । ମୋ ଠାରୁ ଅଧିକ କାମ ଆଶା କରନ୍ତୁ ନାହିଁ ।

wp:html /wp:html

କେବଳ ସେତକି ନୁହେଁ ବିଧାୟକ ଗ୍ରାମବାସୀଙ୍କୁ କହିଥିଲେ ଯେ ତୁମେ ତୁମର ପୁଅର ମୁଣ୍ଡରେ ହାତ ରଖି ରାଣ ଖାଇ କହିଲ ତମେ ବିଜେପିକୁ ଭୋଟ ଦେଇଛ । ଯଦି ଆମକୁ ଭୋଟ୍ ଦେଇଛ, ମୁଁ ବର୍ତ୍ତମାନ ତୁମେ ରହୁଥିବା ସ୍ଥାନରେ ଆଲୋକ ବ୍ୟବସ୍ଥା କରିବି । ଏହା ଉପରେ ଗ୍ରାମବାସୀ କହିଛନ୍ତି ଯେ ସେ କେବଳ ନିବେଦନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.