Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଦୀପାବଳି ପରେ କନ୍ଦାଇବ ପିଆଜ: ବଢିପାରେ ଦାମ୍, ଡିସେମ୍ୱର ଯାଏଁ ପ୍ରଭାବତି ରହିବ ଦର

20/10/2021 at 11:00 AM

ନୂଆଦିଲ୍ଲୀ ୨୦/୧୦ : ଇନ୍ଧନ, ଖାଇବାତେଲ, ପନିପରିବାର ଦର ବୃଦ୍ଧି ହେଉଥିବା ସମୟରେ ପୁଣି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସୁଛି । ଯଦି ଆଗାମୀ ଦିନରେ ଅଦିନିଆ ବର୍ଷା ନକମେ ତେବେ ପିଆଜ ଦର ପୁଣି ବଢିପାରେ । ଇକୋନୋମିକ୍ସ ଟାଇମର ଏକ ରିପୋର୍ଟ ଅନୁସାରେ ଆସନ୍ତା ଦୀପାବଳି ପର୍ଯ୍ୟନ୍ତ ପିଆଜ ମୂଲ୍ୟ ସ୍ଥିର ରହିବ । କିନ୍ତୁ ଆସନ୍ତା ଦୀପାବଳି ପରେ ପିଆଜ ଦର ବୃଦ୍ଧି ହୋଇପାରେ ।

ରିପୋର୍ଟରେ ବ୍ୟବସାୟୀମାନଙ୍କ ପକ୍ଷରୁ କୁହାଯାଇଛି ଅଦିନିଆ ବର୍ଷା ଓ ଓଦା ପାଗ ଯୋଗୁଁ ଡିସେମ୍ବର ମାସ ପର୍ଯ୍ୟନ୍ତ ପିଆଜ ଦର ପ୍ରଭାବିତ ହୋଇପାରେ । ସେମାନେ କହିଛନ୍ତି ଯଦି ଆଗାମୀ ଦିନରେ ପାଣି ପାଗ ଖରାପ ହେବା ସହ ବର୍ଷା ଲାଗି ରହିଲା ତେବେ ପିଆଜ ଦର ଆହୁରି ବଢ଼ିବାର ସମ୍ଭାବନା ଅଛି । ଯଦି ପାଗ ଅନୁକୂଳ ରହିଲା ତେବେ ଦୀପାବଳି ପର୍ଯ୍ୟନ୍ତ ଦର ବଢ଼ିବ ନାହିଁ ।

ଏବେ ଦିଲ୍ଲୀ, ମୁମ୍ବାଇ ଓ ମହାନଗର ଗୁଡ଼ିକରେ ପିଆଜ ଦର କିଲୋ ପ୍ରତି ୬୦ ଟଙ୍କା ପାଖାପାଖି ବିକ୍ରି ହେଉଛି । ବିଗତ କିଛି ମାସ ମଧ୍ୟରେ ପିଆଜ ଦର ବୃଦ୍ଧି ପାଇଛି। ନାସିକ୍ର ଲାସଲଗାଓଁ ବଜାରରେ ପିଆଜର ହାରାହାରି ହୋଲସେଲ ମୂଲ୍ୟ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ୧୪ଟଙ୍କା ୭୫ପଇସା ଥିଲା । ଯାହାକି ଏବେ ଅକ୍ଟୋବର ୧୬ ସୁଦ୍ଧା ବଢ଼ି କିଲୋ ପ୍ରତି ୩୩ଟଙ୍କା ୪୦ ପଇସା ହୋଇଛି ।

ଏହି ବଜାର ଦିଲ୍ଲୀ ପାଇଁ ସବୁଠାରୁ ବଡ଼ ପିଆଜ ଯୋଗାଣକାରୀ ଅଟେ । ସରକାରୀ ପରିସଂଖ୍ୟାନ ରିପୋର୍ଟ : ଖାଦ୍ୟ ସାଧାରଣ ବଣ୍ଟନ ଓ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟର ପରିସଂଖ୍ୟାନରୁ ଜଣା ପଡ଼ିଛି ଯେ ପୂର୍ବ କିଛି ମାସ ଠାରୁ ବର୍ତ୍ତମାନ ପିଆଜ ଓ ବିଲାତିର ଖୁଚୁରା ମୂଲ୍ୟ ବହୁତ ବଢ଼ିଯାଇଛି ।

ଦିଲ୍ଲୀରେ ପିଆଜ ଦର ସେପ୍ଟେମ୍ବର ମାସରେ ୩୩ ଟଙ୍କା ଥିବାବେଳେ ବର୍ତ୍ତମାନ କିଲୋପିଛା ୪୭ ଟଙ୍କା ବିକ୍ରି ହେଉଛି । ବିଲାତି ଦର ମଧ୍ୟ ସମାନ ହାରରେ ବୃଦ୍ଧି ପାଇଥିବା ଦେଖାଯାଇଛି । ଦିଲ୍ଲୀରେ ବର୍ତ୍ତମାନ ଏହା ୫୯ ଟଙ୍କାରେ ବିକ୍ରି ହେଉଛି। ମାସେ ପୂର୍ବରୁ ଏହା ୨୮ ଟଙ୍କାରେ ବିକ୍ରି ହେଉଥିଲା। ଅନ୍ୟ କିଛି ଯାଗାରେ ପିଆଜ ୫୦ଟଙ୍କା ପରେ ଓ ବିଲାତି ୬୦ ଟଙ୍କା ପାଖାପାଖି ବିକ୍ରି ହେଉଛି ।

   Related Posts