Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ପାକିସ୍ତାନ ସହ ସମ୍ବନ୍ଧକୁ ନେଇ ଋଷ କହିଲା, ‘ଭାରତକୁ ଚିନ୍ତା କରିବା ଆବଶ୍ୟକ ନାହିଁ’

21/12/2020 at 9:51 PM

ନୂଆଦିଲ୍ଲୀ ୨୧/୧୨ : ପାକିସ୍ତାନ ସହ ଋଷର ସମ୍ପର୍କକୁ ନେଇ ଭାରତ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । ଏଥିସହ ଋଷ ଏହା ମଧ୍ୟ କହିଛି ଯେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ସଦସ୍ୟ ହୋଇଥିବାରୁ ଇସଲାମାବାଦ ସହ ସମ୍ପର୍କ ବିକାଶ ପାଇଁ ମସ୍କୋ ପ୍ରତିବଦ୍ଧ ।

ଋଷ ମିଶନର ଡେପୁଟି ହେଡ୍ ରୋମାନ୍ ବାବୁସ୍କିନ୍ କହିଛନ୍ତି ଯେ ପାକିସ୍ତାନ ସହିତ ରୁଷର ସମ୍ପର୍କ ସ୍ୱାଧୀନ ଚିନ୍ତାଧାରାକୁ ନେଇ ଗଠିତ ଏବଂ ସରକାର ମଧ୍ୟ ଅନ୍ୟ ଦେଶର ସମ୍ବେଦନଶୀଳତାକୁ ସମ୍ମାନ ଦେବାକୁ ପ୍ରତିବଦ୍ଧ । ଗଣମାଧ୍ୟମର ପ୍ରଶ୍ନରେ ଜବ୍ ବାବୁସ୍କିନ୍ କହିଛନ୍ତି ପାକିସ୍ତାନ ସହିତ କେବଳ ସାମରିକ ଅଭ୍ୟାସ ଏବଂ ବାଣିଜ୍ୟିକ ସହଯୋଗ ବିଷୟରେ ଆଲୋଚନା ହୋଇଛି । ସେ କହିଛନ୍ତି ଏଥିରେ ଭାରତ ଚିନ୍ତା କରିବା ଆବଶ୍ୟକ ନୁହେଁ ।

ସେ କହିଛନ୍ତି, ସମ୍ବେଦନଶୀଳତାକୁ ଦେଖିବାକୁ ଗଲେ ଋଷ ସବୁବେଳେ ଏ ନେଇ ସତର୍କ ରହିଛି । ବାବୁସ୍କିନ୍ କହିଛନ୍ତି ଯେ ଋଷର ବୈଦେଶିକ ନୀତିର ମୌଳିକ ନୀତି ହେଉଛି ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା । ଭାରତ ଏବଂ ଋଷ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସମ୍ବନ୍ଧକୁ ନେଇ ସ୍ଥିରତା ବଜାୟ ରଖିବା ପାଇଁ ବିଭିନ୍ନ ସମୟରେ ଆଲୋଚନା ଜାରି ରହିଛି । ବାବୁସ୍କିନ୍ କହିଛନ୍ତି ଯେ, ପାକିସ୍ତାନ ସହ ସାମରିକ ଅଭ୍ୟାସ ଓ ଆତଙ୍କବାଦ ନିରୋଧକ ରୂପରେଖ ସହ ଜଡିତ । ସେହିଭଳି ଭାବେ ଅନ୍ୟଦେଶମାନଙ୍କ ମଧ୍ୟରେ ବୁଝାମଣା SCOର ସଦସ୍ୟ ଦେଶମାନଙ୍କ ପାଇଁ ମଧ୍ୟ ସ୍ବାଭାବିକ ବୋଲି ସେ ମତ ଦେଇଛନ୍ତି ।

   Related Posts