ଆଇନ ମନ୍ତ୍ରୀଙ୍କ ନାଚରେ ଖୁସି ହେଲେ ପ୍ରଧାନମନ୍ତ୍ରୀ, କହିଲେ ମନ୍ତ୍ରୀ ଆମର ଭଲ ଡ୍ୟାନ୍ସର

Published By : Prameya-News7 Bureau | October 01, 2021 IST

ନୂଆଦିଲ୍ଲୀ୧୦/୦୯: କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁଙ୍କ ଡ୍ୟାନ୍ସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା । ଅରୁଣାଚଳ ପ୍ରଦେଶରେ ଏକ ଯୋଜନାର ସମୀକ୍ଷା କରିବାକୁ ଯାଇଥିବା ବେଳେ ଗାଁ ଲୋକଙ୍କ ସହ ନାଚିଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ପ୍ରଧାନମନ୍ତ୍ରୀ ବି ଟ୍ୱିଟ କରି ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନ୍ୟମାନଙ୍କ ଭଳି ରିଜିଜୁଙ୍କ ନାଚ ବେଳର ଭିଡିଓକୁ ଟ୍ୱିଟ କରିଛନ୍ତି।

ସେ କହିଛନ୍ତି ଆମ ଆଇନମନ୍ତ୍ରୀ କିରଣ ରିଜିଜୁ ଜଣେ ଭଲ ଡ୍ୟାନ୍ସର । ଅରୁଣାଚଳ ପ୍ରଦେଶର ଜୀବନ୍ତ ଗୌରବଶାଳୀ ସଂସ୍କୃତିକୁ ଦେଖି ଭଲ ଲାଗିଲା ବୋଲି ମୋଦି ଟ୍ୱିଟ କରିଛନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ ଅରୁଣାଚଳ ପ୍ରଦେଶର କଜଲାଂଗ ଗାଁରେ ପହଂଚିଥିଲେ । ସେଠିକାର ସ୍ଥାନୀୟ ସେଜଲାଂଗ ଲୋକମାନେ ରିଜ୍ଜୁଙ୍କୁ ପାରମ୍ପାରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ସ୍ୱାଗତ କରିଥିଲେ ।

wp:html /wp:html

ଏହି ସ୍ୱାଗତ ବେଳେ ରିଜ୍ଜୁ ଗାଁ ଲୋକଙ୍କ ସହ ହାତକୁ ହାତ ମିଶାଇ ନାଚିବା ଆରମ୍ଭ କରିଦେଇଥିଲେ । ରିଜିଜୁ ନିଜେ ଟ୍ୱିଟ କରି ଭିଡିଓକୁ ଶେୟାର କରିଛନ୍ତି । ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ ରିଜିଜୁଙ୍କ ନାଚକୁ ପସନ୍ଦ କରିଛନ୍ତି। ଏଥିସହ ରିଜିଜୁ ଜଣେ ଭଲ ଡ୍ୟାନ୍ସର ବୋଲି ମୋଦି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.