Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ନା, ବାଇଡେନ ନା, ଜନସନ : ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ବିଶ୍ୱର ସବୁଠାରୁ ଗ୍ରହଣୀୟ ନେତା ପ୍ରଧାନମନ୍ତ୍ରୀ ମୋଦି

18/06/2021 at 8:03 AM

ନୂଆଦିଲ୍ଲୀ ୧୮/୬ : କରୋନା କାଳରେ ଅକ୍ଷୁର୍ଣ୍ଣ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ଦୁନିଆର ସବୁଠାରୁ ଗ୍ରହଣୀୟ ନେତା ବିବେଚିତ ହୋଇଛନ୍ତି ନମୋ । ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ନିଂ କନ୍ସଲ୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ନରେନ୍ଦ୍ର ମୋଦି ଅନ୍ୟ ବିଶ୍ୱସ୍ତରୀୟ ନେତାଙ୍କଠାରୁ ଆଗରେ ଅଛନ୍ତି । ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୬୬% ପ୍ରତିଶତ ମିଳିଛି ।

ତଥ୍ୟ ଅନୁଯାୟୀ, କରୋନା ସମୟରେ ମଧ୍ୟ ଆମେରିକା, ବ୍ରିଟେନ, ଋଷ, ଅଷ୍ଟ୍ରେଲିଆ, କାନାଡା, ବ୍ରାଜିଲ, ଫ୍ରାନ୍ସ ଏବଂ ଜର୍ମାନୀ ସମେତ ୧୩ଟି ଦେଶର ଅନ୍ୟ ନେତାଙ୍କ ତୁଳନାରେ ପିଏମ ମୋଦୀ ଭଲ ସ୍ଥାନରେ ରହିଛନ୍ତି । ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ‘ମର୍ନିଂ କନ୍ସଲ୍ଟ’ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ତାଙ୍କର ଲୋକପ୍ରିୟତା କିମ୍ବା ଅନୁମୋଦନ ମୂଲ୍ୟାୟନରେ କରୋନାର ଦ୍ୱିତୀୟ ଲହରରେ ହ୍ରାସ ପାଇଛି ।

ଏହା ସତ୍ତ୍ୱେ ସେ ବିଶ୍ୱର ଶୀର୍ଷରେ ରହିଛନ୍ତି । ଅନ୍ୟ ବିଶ୍ୱସ୍ତରୀୟ ନେତାଙ୍କ ତୁଳନାରେ ପ୍ରଦର୍ଶନ ଭଲ ରହିଛି । ଏହି ଅନୁମୋଦନ ମୂଲ୍ୟାୟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ଅଛନ୍ତି, ଯାହାଙ୍କର ଅନୁମୋଦନ ୬୫% ରହିଛି । ତୃତୀୟ ସଂଖ୍ୟା ହେଉଛି ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡୋର, ଯାହାର ରେଟିଂ ୬୩ ପ୍ରତିଶତ ରହିଛି ।

   Related Posts