କାମ ଦେଲାନି ପାକିସ୍ତାନର 'ମ୍ୟାଙ୍ଗୋ ଡିପ୍ଲୋମାସି', ଆମେରିକା ତ ଦୂରର କଥା ଅପମାନ କଲା ଚାଇନା

Published By : Prameya-News7 Bureau | June 13, 2021 IST

ନୂଆଦିଲ୍ଲୀ୧୩/୬: 'ନୂଆ ପାକିସ୍ତାନ'ର ନାରା ଦେଇ କ୍ଷମତାକୁ ଆସିଥିବା ଇମ୍ରାନ ଖାନ କେବଳ ପାକିସ୍ତାନକୁ ଅସୁବିଧାରେ ପକାଇ ନାହାଁନ୍ତି । ବରଂ ଦେଶ ପାଇଁ ଗୋଟିଏ ପରେ ଗୋଟିଏ ସମସ୍ୟା ସୃଷ୍ଟି କରୁଛନ୍ତି । ଅନ୍ୟ ଦେଶକୁ ଖୁସି କରିବା ପାଇଁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ 'ଆମ୍ବ କୂଟନୀତି' ଉପରକୁ ଓହ୍ଲାଇଆସିଛି । କିନ୍ତୁ କାମ ଦେଇନି ତାଙ୍କର ଏହି ଚାଲ୍ । ଏଥିରେ ମଧ୍ୟ ତାଙ୍କୁ ଅପମାନିତ କରାଯାଇଛି ।

ବାସ୍ତବରେ ପାକିସ୍ତାନ ବିଶ୍ୱର ବିଭିନ୍ନ ଦେଶକୁ ଉପହାର ସୂରୁପ ପଠାଇଥିଲା ଆମ୍ବ । କିନ୍ତୁ ମାଗଣାରେ ବି କେହି ତାଙ୍କ ଆମ୍ବକୁ ସ୍ପର୍ଶ କରିନାହାନ୍ତି । ତାଙ୍କର ଚିର ସବୁଜ ବନ୍ଧୁ ଚୀନ୍ ଏବଂ ଆମେରିକା ନିଜେ ପାକିସ୍ତାନର ଏହି 'ଆମ୍ବ କୂଟନୀତିକୁ' ନାପସନ୍ଦ କରିଛନ୍ତି । ସେମାନେ କରୋନା ସମୟରେ ସଂଗରୋଧର ଆଳ ଦେଖାଇ ଏଥିରୁ ଓହରି ଯାଇଛନ୍ତି । ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ବୁଧବାର ୩୨ରୁ ଅଧିକ ଦେଶର ମୁଖ୍ୟଙ୍କ ନିକଟକୁ ଆମ୍ବ ଭର୍ତ୍ତି ପେଟି ପଠାଇଥିଲା । କିନ୍ତୁ ଆମେରିକା ଏବଂ ଚୀନ୍ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ।

କେବଳ ଏତିକି ନୁହେଁ କାନାଡା, ନେପାଳ, ଇଜିପ୍ଟ ଏବଂ ଶ୍ରୀଲଙ୍କା ମଧ୍ୟ ଆମ୍ବ ଉପହାର ଗ୍ରହଣ କରିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ସେପଟେ ଏହି ଲିଷ୍ଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋନଙ୍କ ନା ଥିଲା । ହେଲେ ସେଠୁ ମଧ୍ୟ ସେମିତି କିଛି ଖାସ୍ ଉତ୍ତର ଆସିନି । ସୂଚନା ଥାଉକି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଦୃଢ କରିବାକୁ ପର୍ତବର୍ଷ ପାକିସ୍ତାନ ତରଫରୁ ଆମ୍ୱ ପଠାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.