ହାର୍ ମାନିଛି ଦୁର୍ବଳତା : କେବଳ ଗୋଟିଏ କାନରେ ଶୁଣିପାରନ୍ତି ଓ୍ୱାଶିଂଟନ ସୁନ୍ଦର, ନାଁ ଓ ଜର୍ସି ନମ୍ବର ପଛରେ ଲୁଚିଛି ବଡ ରହସ୍ୟ...

Published By : Prameya-News7 Bureau | January 15, 2021 IST

ବ୍ରିସବେନ୍,୧୫/୦୧: ଅଷ୍ଟେଲିଆ ବିପକ୍ଷ ବ୍ରିସବେନରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଆର ଅଶ୍ୱିନଙ୍କ ବଦଳରେ ସ୍ଥାନ ପାଇଛନ୍ତି ଓ୍ୱାଶିଂଟନ ସୁନ୍ଦର । ସେ ଚତୁର୍ଥ ଟେଷ୍ଟରେ ପଦାର୍ପଣ କରିଛନ୍ତି । ଆଇପିଏଳ-୧୩ ପରେ ନେଟ୍ ବୋଲର ଭାବେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଓ୍ୱାଶିଂଟନଙ୍କ ଭାଗ୍ୟ ବଦଳିଥିଲା । ଏହାସହ ସେ ଅଶ୍ୱିନଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିଲେ । ସେ ଦଳର ୩୦୧ ତମ ଖେଳାଳି ଭାବେ ପଦାର୍ପଣ କରିଛନ୍ତି ।

ଓ୍ୱାଶିଂଟନ ସୁନ୍ଦର କେବଳ ଗୋଟିଏ କାନରେ ହିଁ ଶୁଣି ପାରନ୍ତି । ଯେତେବେଳେ ସେ ୪ ବର୍ଷର ଥିଲେ ସେତେବେଳେ ଏହି ରୋଗ ବାବଦରେ ଜଣା ପଡିଥିଲା । ଅନେକ ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇଥିଲା । ପରେ ଏହା ଅସାଧ୍ୟ ବୋଲି ସ୍ପଷ୍ଟ କରିଥିଲେ ଡାକ୍ତର । ଏଥିପାଇଁ ସେ ଅନେକ ସମସ୍ୟାର ସାମ୍ନା କରିଛନ୍ତି । ଏହି ଦୁର୍ବଳତା ପାଇଁ ସେ କେବେ ବି ପଛକୁ ହଟି ନାହାଁନ୍ତି ।

wp:html /wp:html

ସେ ୨୦୧୬ରେ ତାମିଲନାଡୁ ଟିମରେ ସ୍ଥାନ ପାଇଥିଲେ । ସେ କହିଛନ୍ତି ଯେ, ଫିଲ୍ଡିଂ ବେଳେ ଅନ୍ୟ ସାଥି ଖେଳାଳିଙ୍କ ସହ କଥାବାର୍ତ୍ତାରେ କିଛିଟା ସମସ୍ୟା ହୋଇଥାଏ କିନ୍ତୁ ଏହାକୁ ନେଇ କେହି ତାଙ୍କୁ କିଛି କହିନାହାଁନ୍ତି ।

ପାର୍ଥିବ ପଟେଲଙ୍କ ପରେ ସୁନ୍ଦର ସବୁଠାରୁ କମ୍ ବୟସର କ୍ରିକେଟର ଭାବେ ଦିନିକିଆରେ ପଦାର୍ପଣ କରିଥିଲେ । ମାତ୍ର ୧୮ ବର୍ଷ ୬୯ ଦିନରେ ସେ ଦିନିକିଆ ଖେଳିଥିଲେ । ପାର୍ଥୀବ ୧୭ ବର୍ଷ ୩୦୧ ଦିନରେ ପ୍ରଥମ ଦିନିକିଆ ଖେଳିଥିଲେ ।

ଓ୍ୱାଶିଂଟନଙ୍କ ନାଁରେ ଏକ ବଡ ରହସ୍ୟ ଲୁଚି ରହିଛି । ତାଙ୍କ ପିତାଙ୍କ ନାଁ ହେଉଛି ଏମ ସୁନ୍ଦର । ପିତା ପିଡି ଓ୍ୱାଶିଂଟନ ନାମକ ଜଣେ ବଦାନ୍ୟ ବ୍ୟକ୍ତିଙ୍କଠାରୁ ଅନେକ ସାହାଯ୍ୟ ପାଇଥିଲେ । ଏହି ନାଁ ରେ ସେ ନିଜ ପୁତ୍ରର ନାଁ ରଖିଥିଲେ । ସେ ୫୫ ନମ୍ବର ଜର୍ସି ପିନ୍ଧି ଖେଳନ୍ତି । କାରଣ ତାଙ୍କ ଜନ୍ମ ଅକ୍ଟୋବର ୫ ତାରିଖ ସକାଳ ୫ଟା ୫ରେ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.