କରୋନା ଯୋଦ୍ଧା : ୩ ସାହସିନୀଙ୍କ ପ୍ରେରଣାଦାୟୀ କାହାଣୀ

Published By : Prameya-News7 Bureau | April 16, 2020 IST

ରାୟପୁର ୧୬/୪: କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରାୟ ବ୍ୟକ୍ତି ନିଜ ନିଜ ଦାୟିତ୍ବ ଠିକଭାବେ ତୁଲାଉଛନ୍ତି। ଏପରି କ୍ଷେତ୍ରରେ ଛତିଶଗଡ଼ ପୋଲିସର ମହିଳା ଯୋଦ୍ଧା ମଧ୍ୟ ପଛରେ ନାହାଁନ୍ତି। ଏମରଜେନ୍ସିରେ ଦୁଇ ଗୁଣା ଡ୍ୟୁଟି କରି ଏହି ସିପାହୀମାନେ ନିଜ ପିଲାଙ୍କୁ ଏବଂ ଘର ଛାଡ଼ି ଦେଇଛନ୍ତି। କୋରବାର ହଟସ୍ପଟ୍ ହୋଇ ସାରିଥିବା କଟଘୋରାରେ ନିଯୁକ୍ତ ଜଣେ ମହିଳା ସିପାହୀ ରାଜ୍ୟରେ ସଂକ୍ରମଣ ମୁକ୍ତ ନ ହେବା ଯାଏଁ ଘରକୁ ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି।

{"id":255002,"sizeSlug":"large"}

୧. ଛତିଶଗଡ଼ରେ ଏବେ ସୁଦ୍ଧା ସବୁଠୁ ଅଧିକ ସଂକ୍ରମିତ ରୋଗୀ କୋରବାର କଟଘୋରାରୁ ସାମନାକୁ ଆସିଛନ୍ତି। ଏପରି ପରିସ୍ଥିତିରେ କଟଘୋରାର ମହିଳା ପୋଲିସ୍ ଶୀତଳା ଉଇକେ ଲଗାତାର ଡ୍ୟୁଟି କରୁଛନ୍ତି। ସେ ଜନତା କର୍ଫ୍ୟୁ ଅର୍ଥାତ୍ ମାର୍ଚ୍ଚ ୨୨ତାରିଖରୁ ଲଗାତାର ଡ୍ୟୁଟିରେ ଅଛନ୍ତି ଏବଂ ଘରକୁ ଯାଇନାହାନ୍ତି। ଅଭାବୀଙ୍କୁ ରାସନ ପହଞ୍ଚାଇବାଠୁ ଲୋକଙ୍କୁ ସଚେତନ କରିବା ଯାଏଁ ସମସ୍ତ କାମ କରୁଛନ୍ତି। ଶୀତଳା କହିଛନ୍ତି ତାଙ୍କ ପରିବାର ସଙ୍କଟରେ ରହିଛି। ଯେବେ ଯାଏଁ ତାଙ୍କ ରାଜ୍ୟ କରୋନା ମୁକ୍ତ ହୋଇନାହିଁ ସେବେ ଯାଏଁ ସେ ଘରକୁ ଯିବେ ନାହିଁ।

{"id":255004,"sizeSlug":"large"}

୨. ବସ୍ତରର ଦନ୍ତେଓ୍ବାଡ଼ାରେ କାମିନୀ ଧ୍ରୃବ ପୋଲିସ୍ ବିଭାଗରେ ଅଛନ୍ତି। ସେ ୧୦ମାସ ଶିଶୁର ମାଆ। ପୁଅକୁ ଘରେ ଛାଡ଼ି ସେ ଡ୍ୟୁଟିରେ ଯାଆନ୍ତି। କାମିନୀ କୁହନ୍ତି ତାଙ୍କ ପୁଅକୁ କ୍ଷୀରର ଆବଶ୍ୟକତା ରହିଛି।

{"id":255005,"sizeSlug":"large"}

୩. ସ୍ବାସ୍ଥ୍ୟ କାର୍ଯ୍ୟକର୍ତ୍ତା ସଙ୍ଗୀତା ଖେସଙ୍କ ସ୍ବାମୀ ସଞ୍ଜୟ ଖେସ୍ ସୁକମା ଜିଲ୍ଲାର ଏକ ନକ୍ସଲଗଡ଼ ଥାନାରେ ଟିଆଇ ଅଛନ୍ତି। ୩ମାସ ହେବ ସେ ନିଜ ପରିବାରଠୁ ଦୂରରେ ଅଛନ୍ତି। ସଙ୍ଗୀତା ନିଜ ୨ଛୋଟପିଲାଙ୍କ ସହ ରୁହନ୍ତି। ସେ ଆକ୍ଟିଭ ସର୍ଭିଲାନ୍ସ ଟିମରେ ଅଛନ୍ତି।

ଛତିଶଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୨୦ ହୋଇଯାଇଛି। ଏଠାରେ ଏବେ ସୁଦ୍ଧା ୩୩ଜଣଙ୍କ ମାମଲା ସାମନାକୁ ଆସିଛି। ଏମାନଙ୍କ ମଧ୍ୟରୁ ୧୩ଜଣ ସୁସ୍ଥ ହୋଇ ଘରକୁ ଯାଇ ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.