କ୍ରିକେଟ କିଟ୍ କିଣିବାକୁ ନଥିଲା ଟଙ୍କା, ଧାର କରି କିଣିଥିଲେ କିଟ୍: ବାପା ଥିଲେ ଡ୍ରାଇଭର୍, ପୁଅ ଆଜି ଆଇପିଏଲ୍‌ରେ କରୁଛନ୍ତି ଧମାଲ୍

Published By : Prameya-News7 Bureau | October 03, 2020 IST

ନୂଆଦିଲ୍ଲୀ ୦୩/୧୦ : ଶୁକ୍ରବାର ସିନା ଚେନ୍ନାଇ ସୁପରକିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ହୋଇଥିବା ଆଇପିଏଲରେ କରକେଟ ପ୍ରେମୀଙ୍କୁ ଜଣେ ନୂଆ ଷ୍ଟାର ଦେଖିବାକୁ ମିଳିଥିଲା। ଏହି ନୂଆ ଷ୍ଟାର ଜଣକ ହେଲେ ସନରାଇଜର୍ସର ଯୁବ ବ୍ୟାଟ୍ସମ୍ୟାନ ପ୍ରିୟମ ଗର୍ଗ। ତାଙ୍କର ଧମାକାଦାର ଅର୍ଦ୍ଧଶତକକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି। ପ୍ରିୟମ ଚେନ୍ନାଇ ବିପକ୍ଷରେ ୨୬ ବଲରେ ୫୧ ରନ କରିଥିଲେ। ଏହି ଇନିଂସ ସେ ସେତେବେଳେ ଖେଳିଥିଲେ ଯେତେବେଳେ ସନରାଇଜର୍ସର ଭଲ ଭଲ ଖେଳାଳି ପେଭିଲିୟନ ଫେରି ଯାଇଥିଲେ। ଅଣ୍ଡର ୧୯ ବିଶ୍ୱକପରେ ଟିମ ଇଣ୍ଡିଆର ଅଧିନାୟକତ୍ୱ କରିଥିବା ପ୍ରିୟମଙ୍କ କ୍ରିକେଟ ଯାତ୍ରା ବହୁତ କଷ୍ଟସାଧ୍ୟ ଥିଲ। ପ୍ରିୟମଙ୍କ ସଂଘର୍ଷ କାହାଣୀ ଆପଣଙ୍କୁ ମଧ୍ୟ ଭାବୁକ କରିଦେବ।

{"id":338008,"sizeSlug":"large"}

ଉତ୍ତର ପ୍ରଦେଶ ମେରଠରୁ ୨୫ କିମି ଦୂର କିଲା ପରିକ୍ଷିତଗଡରେ ପ୍ରିୟମଙ୍କ ଘର। ତାଙ୍କୁ ଯେତେବେଳେ ୧୧ ବର୍ଷ ବୟସ ହୋଇଥିଲା ତାଙ୍କ ମା ଚାଲିଗଲେ। ମାଙ୍କ ସ୍ବପ୍ନ ଥିଲା ପୁଅ ଦେଶ ପାଇଁ କ୍ରିକେଟ ଖେଳିବ। ମାର ସ୍ବପ୍ନ ପୁରା ହୋଇଛି। ପୁଅ ଆଜି ଜଣେ ସଫଳ କ୍ରିକେଟର। କିନ୍ତୁ ଦୁଃଖର କଥା ପୁଅକୁ ସଫଳତାର ସିଡ଼ିରେ ଦେଖିବାକୁ ମା ନାହିଁ।

{"id":338014,"sizeSlug":"large"}

୨୦୧୧ ମସିହାରେ ମାଙ୍କ ମୃତ୍ୟୁ ପରେ ପ୍ରିୟମ ନିଜର ଓ ନିଜ ମାଙ୍କ ସ୍ବପ୍ନ ପୁରା କରିବାକୁ ବହୁତ ପରିଶ୍ରମ କରିଥିଲେ। ପାଠ ସହ କ୍ରିକେଟ ମଇଦାନରେ ୭-୮ ଘଣ୍ଟା ଅଭ୍ୟାସ କରୁଥିଲେ। ୭ ବର୍ଷ ପରେ ୨୦୧୮ ମସିହାରେ ଉତ୍ତର ପ୍ରଦେଶ ରଣଜୀ ଟିମରେ ତାଙ୍କର ଚୟନ ହୋଇଥିଲା।

{"id":338010,"sizeSlug":"large"}

ପ୍ରିୟମଙ୍କ ବାପା ସେତେବେଳେ ଘର ଚଲାଇବା ପାଇଁ ସ୍କୁଲ ଭ୍ୟାନ୍ ଚଲାଉଥିଲେ। ପ୍ରିୟମ ୫ ଭାଇ-ଭଉଣୀ ଓ ପରିବାରରେ ବଡ। ପ୍ରିୟମଙ୍କ ବାପାଙ୍କୁ ଘର ଚଲାଇବା ପାଇଁ ବହୁତ କଷ୍ଟ ହେଉଥିଲା। କିନ୍ତୁ କ୍ରିକେଟ ପ୍ରତି ପ୍ରିୟମଙ୍କ ପ୍ରଗାଢ ଇଛାକୁ ଦେଖି ସେ ତାଙ୍କ ପ୍ରତି କୌଣସି ଅଭାବ ରଖିନଥିଲେ। କ୍ରିକେଟ କିଟ୍ କିଣିବାକୁ ତାଙ୍କ ପାଖରେ ଟଙ୍କା ନଥିଲା। ବାପା ନିଜ ବନ୍ଧୁଙ୍କ ଠାରୁ ଟଙ୍କା ଧାର କରି ପୁଅ ପାଇଁ କ୍ରିକେଟ କିଟ କିଣିଦେଇଥିଲେ। ପ୍ରିୟମଙ୍କୁ ଯେତେବେଳେ ୬ ବର୍ଷ ହେଉଥିଲା ସେତେବେଳେ ତାଙ୍କ ବାପା ତାଙ୍କୁ କ୍ରିକେଟ କୋଚିଂ ପାଇଁ ପଠାଉଥିଲେ। ବାପାର ଏହି ପରିଶ୍ରମ ଆଜି ସଫଳ ହୋଇଛି।

{"id":338011,"sizeSlug":"large"}

ପ୍ରିୟମଙ୍କ କ୍ୟାରିଅର:

୨୦୧୮-୧୯ ରଣଜୀ ସିଜନରେ ଡେବ୍ୟୁ କରି ପ୍ରିୟମ ୮୦୦ରୁ ଅଧିକ ରନ କରିଥିଲେ

୨୦୧୮-୧୯ ରଣଜୀ ସିଜନରେ ୬୭.୮୩ ହାରରେ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ କରିଥିଲେ

ଗୋଆ ବିପକ୍ଷରେ ନିଜର ଡେବ୍ୟୁ ମ୍ୟାଚରେ ଶତକ କରିଥିଲେ

ଗତ ଅଣ୍ଡର ୧୯ ବିଶ୍ୱକପରେ ଭାରତୀୟ ଟିମକୁ ଫାଇନାଲ ଯାଏଁ ପହଞ୍ଚାଇଥିଲେ

ଗତ ବର୍ଷ ସନରାଇଜର୍ସ ତାଙ୍କୁ ୧.୯ କୋଟି କିଣିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.