Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ତମେ କୁଆଡ଼େ ଗଲ ? ‘ମୁଁ କିଛି ବୁଝିବିନି ତମେ ଥରେ ଆସି ପିଲାମାନଙ୍କୁ ଦେଖିଯାଅ’…

8/06/2020 at 3:16 PM

ସୁକିନ୍ଦା୮/୬: ଦଇବ ସାଧିଲା ଦାଉ। ସ୍ବାମୀ ଚାଲିଗଲା ପରେ ଛାତିରେ ଛାତିଏ କୋହ ଆଉ ଆଖିରେ ଆଖିଏ ଲୁହ ଧରି ଅସହ୍ୟ ଯନ୍ତ୍ରଣାରେ ଦିନ କାଟୁଛନ୍ତି ଜଣେ ବିଧବା ମହିଳା। ପୁଣି ସାଙ୍ଗରେ ଛୋଟ ଛୋଟ ଛୁଆ। ଆରପାରିକୁ ସ୍ବାମୀ ଚାଲିଯିବା ପରେ ଅସହାୟ ହୋଇ ପଡିଛନ୍ତି ମହିଳା।  ୨ କଅଁଳା ଶିଶୁ ଓ ବୃଦ୍ଧା ଶାଶୁଙ୍କୁ ଧରି ଭୋକ ଉପାସରେ ଦିନ କାଟୁଛନ୍ତି ଏହି ବିଧବା ମହିଳା ସଙ୍ଗୀତା। ମାଗିଜାଚି ଯାହା ଆଣନ୍ତି ସେଥିରେ ଓଳିଏ ଖାଇଲେ ଓଳିଏ ଉପାସ । ପୁଣି ଆର୍ଥିକ ଅନଟନ ସାଙ୍ଗକୁ ଏମାନେ ରହୁଥିବା ମାଟି ଝୁମ୍ପୁଡି ଘର ଭାଙ୍ଗିରୁଜି ଗଲାଣି । ଏଭଳି ପରିସ୍ଥିତିରେ ବଞ୍ଚିବା ଏମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ସଙ୍ଗୀତା କ୍ୟାମେରା ସାମ୍ନାରେ କୋହ ଭରା କଣ୍ଠରେ କହିଛନ୍ତି, ତମେ କାହିଁ ଛାଡ଼ିଗଲ ଅଧବାଟରେ। ପିଲାମାନଙ୍କୁ ନେଇ ମୁଁ କେମିତି ଚଳିବି। ଏମିତି କହି ସ୍ବାମୀଙ୍କ ଫଟୋ ଧରି ଭୋ ଭୋ ହୋଇ କାନ୍ଦିଥିଲେ ସଙ୍ଗୀତା। ପିଲାମାନେ କେମିତି ଅଛନ୍ତି ଥରେ ଆସି ଦେଖିଯାଅ। ପୁଣି ମଝିରେ ମଝିରେ କହୁ ଥାଆନ୍ତି, ଏଇଟା ମୋର ଶେଷ କଥା, ମୁଁ କିଛି ବୁଝିବିନି ତମେ ଥରେ ଆସି ପିଲାଙ୍କୁ ଦେଖିଯାଅ। ଏମିତି କହି ବାହୁନି ବାହୁନି କାନ୍ଦିଥିଲେ ଏହି ଅସହାୟ ମହିଳା।

ସ୍ୱାମୀଙ୍କ ଦେହାନ୍ତ ପରେ ୨ କଅଁଳ ଶିଶୁପୁତ୍ର ଓ ବୃଦ୍ଧା ଶାଶୂଙ୍କୁ ଧରି ଭୋକ ଉପାସରେ ଦିନ କାଟୁଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ପୁବଳ ଗ୍ରାମର ସଙ୍ଗୀତା ମୁଣ୍ଡା । ପୁବଳ ଗ୍ରାମରେ ବାସ କରନ୍ତି ମଙ୍ଗୁ ମୁଣ୍ଡାଙ୍କ ପରିବାର । ପରିବାର କହିଲେ ମଙ୍ଗୁ ତାଙ୍କ ସ୍ତ୍ରୀ, ୨ ଶିଶୁ ପୁତ୍ର ଓ ମା ଙ୍କୁ ନେଇ ୫ପ୍ରାଣୀ କୁଟୁମ୍ବ । ଦିନ ଥିଲା ହସ ଖୁସିରେ ଏମାନଙ୍କ ସମୟ ବିତୁଥିଲା । ହେଲେ ହଠାତ୍ ଦିନେ ଏହି ପରିବାର ଉପରେ ଘୋଟି ଆସିଲା ଦୁଃଖର କଳା ବାଦଲ । ଛଡେଇ ନେଲା ସବୁ ଖୁସି ।

୬ ମାସ ତଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମଙ୍ଗୁଙ୍କର ମୃତ୍ୟୁ ହୋଇଗଲା । ତେବେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ଏବେ ବେସାହାରା ହୋଇପଡିଛି ପୁରା ପରିବାର । ଆର୍ଥିକ ଅନଟନ ଫଳରେ ପେଟକୁ ୨ ଓଳି ୨ ମୁଠା ଖଦ୍ୟ ଯୋଗାଡ କରିବା ଏମାନଙ୍କ ପାଇଁ ସମ୍ଭବ ହେଉନାହିଁ । ମାଗିକି ଓଳିଏ ଖାଇଲେ ଆର ଓଳି ଉପାସ । ପେଟ ପାଇଁ ଦୈନିକ ସଂଘର୍ଷ କରିବାକୁ ପଡେ । ସେପଟେ ସରକାରୀ ସହାୟତା କହିଲେ କେବଳ ରାସନ କାର୍ଡରେ ମିଳୁଥିବା ଚାଉଳ ।

ପରହାତ ଟେକାରେ ଜଳୁଛି ଏମାନଙ୍କ ଚୁଲି । ସ୍ୱାମୀଙ୍କ ମୃତ୍ୟୁ ପରେ ସଙ୍ଗୀତାଙ୍କୁ ମିଳୁ ନାହିଁ ବିଧବା ଭତ୍ତା । ଏପଟେ ତାଙ୍କ ଶାଶୂଙ୍କୁ ମିଳୁ ନାହିଁ ବାର୍ଦ୍ଧକ୍ୟ ଭତ୍ତା । ପିଲାଙ୍କ ଦେହ ଖରାପ ହେଲେ ଆର୍ଥିକ ଅନଟନ ଯୋଗୁଁ ଔଷଧ କିଣିବା ବି ଏମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଏଥିସହ ରକ୍ଷଣାବେକ୍ଷଣ ଅଭାବରୁ ଏମାନେ ରହୁଥିବା ମାଟି ଝୁମ୍ପୁଡି ଘର ମଧ୍ୟ ଭାଙ୍ଗିରୁଜି ଗଲାଣି ।

ଏଭଳି ପରିସ୍ଥିତିରେ ଏହି ପରିବାରକୁ ଆବାସ ଯୋଜନାରେ ଘର, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବୀ କରିଛନ୍ତି ସ୍ଥାନୀୟ ସ୍ୱେଚ୍ଛାସେବୀ । ସେପଟେ ଏହି ପରିବାରକୁ ଯଥାଶୀଘ୍ର ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବା ନେଇ ପ୍ରକ୍ରିୟା ଚାଲିଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ। ସରକାରଙ୍କ ମାଳମାଳ ଯୋଜନା ଏମାନଙ୍କ ପାଇଁ ସାତସପନ ପାଲଟିଛି । ତେବେ ତୁରନ୍ତ ଏହି ଅସହାୟ ପରିବାରକୁ ସରକାର ସହାୟତା ଯୋଗାଇ ଦେବା ଆବଶ୍ୟକ ହୋଇପଡିଛି ।

   Related Posts