ନାଟଓ୍ୱେଷ୍ଟ ଫାଇନାଲରେ ସଚ୍ଚିନ, ରାହୁଲ, ଗାଙ୍ଗୁଲି ଦଳକୁ କହିଥିଲେ ଏହି କଥା...

Published By : Prameya-News7 Bureau | July 25, 2020 IST

ନୂଆଦିଲ୍ଲୀ ୨୫।୦୭: ୨୦୦୨ର ନାଟଓ୍ୱେଷ୍ଟ ଟ୍ରଫି ଫାଇନାଲ ମ୍ୟାଚ୍‌ କୌଣସି ଭାରତୀୟ କ୍ରିକେଟ୍ ପ୍ରେମୀ କେବେବି ଭୁଲିପାରିବେନି । ଭାରତୀୟ କ୍ରିକେଟ୍‌ ଇତିହାସରେ ସର୍ବଦା ସ୍ମରଣୀୟ ହୋଇରହିବ । ସୌରଭ ଗାଙ୍ଗୁଲିଙ୍କ ଅଧିନାୟକରେ ଟିମ୍‌ ଇଣ୍ଡିଆ ଲର୍ଡସ ମଇଦାନରେ ଇଂଲଣ୍ଡକୁ ପରାସ୍ତ କରି ଏହି ଟ୍ରଫି ବିଜୟୀ ହୋଇଥିଲା । ମ୍ୟାଚ୍‌ ବିଜୟୀ ପରେ ଅଧିନାୟକ ଗାଙ୍ଗୁଲି ନିଜ ଟି-ସାର୍ଟକୁ ଲଡର୍ସ ବାଲକୋନିରେ ବାହାର କରି ବୁଲାଇ ଫାଇନାଲକୁ ଅଧିକ ସ୍ମରଣୀୟ କରିଦେଇଥିଲା । ତେବେ ୨୦୦୨ରେ ଏହି ସିରିଜରେ ଭାରତୀୟ କ୍ରିକେଟ ଦଳର ଓ୍ୱିକେଟ ରକ୍ଷକ ଥିବା ବ୍ୟାଟସମ୍ୟାନ୍‌ ଅଜୟ ରାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି ଯେ, ପୂରା ଟିମ୍‌ର ମନୋବାଳ ବଢାଇବା ପାଇଁ ସୌରଭ ଗାଙ୍ଗୁଲୀ, ରାହୁଲ ଦ୍ରାବିଡ଼ ଓ ସଚ୍ଚିନ ତେନ୍ଦୁଲକର ଦଳର ସମସ୍ତ ସଦସ୍ୟଙ୍କୁ ଏକ କଥା କହିଥିଲେ ।

ନାଟଓ୍ୱେଷ୍ଟ ସିରିଜର ଫାଇନାଲ ମ୍ୟାଚ୍‌ ସହ ଜଡିତ ଥିବା କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି । ଯାହାକି ଅତି ସ୍ମରଣୀୟ ଭାବେ ରହିଯିବ । ସେହି ସମୟରେ ଦଳ ସହିତ ଜଡିତ ଥିବା କିଛି ଖେଳାଳି ନିଜ ନିଜ ସ୍ମରଣୀୟ ମୁହୁର୍ତ୍ତ ବଖାଣୁଛନ୍ତି । ପୂର୍ବରୁ ଟିମ୍‌ ବହୁ ପରାଜିତ ମ୍ୟାଚ୍‌କୁ ବିଜୟୀର ରୂପ ଦେଇସାରିଥିଲା । କିନ୍ତୁ ନାଟଓ୍ୱେଷ୍ଟ ଟ୍ରଫି ବିଜୟ କିଛି ଅଲଗା ମୁହୁର୍ତ୍ତ ଆଣିଦେଇଥିଲା ।  ଇଂଲଣ୍ଡ ପ୍ରଥମ ବ୍ୟାଟିଂ କରି ୫୦ଓଭରରେ ପାଞ୍ଚ ଓ୍ୱିକେଟ୍‌ ହରାଇ ୩୨୫ ରନ୍‌ ସଂଗ୍ରହ କରିଥିଲା ।  ଏହା ପରେ ୩୨୬ରନ୍‌ର ବିଜୟୀ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ୧୮ ବର୍ଷ ପୂର୍ବେ ୩୦୦ରୁ ଅଧିକ ରନ୍‌କୁ ପିଛା କରିବା ଅତି କଷ୍ଟସାଧ୍ୟ ବୋଲି ମନେକରାଯାଏ ।  କିନ୍ତୁ ଟିମ୍‌ ଇଣ୍ଡିଆ ଏହାକୁ ସଫଳ କରିଥିଲା । ସଚିନ, ସୌରଭ,ସଚ୍ଚିନ, ରାହୁଲ ଟିମ୍‌ର ମନୋବଳ ବଢାଇବା ପାଇଁ ଏକ କଥା କହିଥିଲେ ।  ତିନି ମହାନ ଖେଳାଳି (ସଚ୍ଚିନ, ସୌରଭ, ରାହୁଲ) ମାନେ ଟିମ୍‌କୁ ଏକାସାଙ୍ଗରେ କହିଥିଲେ ଯେ, ଆପଣମାନେ ନିଜ ନିଜର ନ୍ୟାଚୁରାଲ ଖେଳ ଖେଳ, ପରେ ଯାହା ହେବ , ତାହା ଦେଖିବା । କିଛି କ୍ଷଣ ପରେ ଭାବିବା ମ୍ୟାଚ୍‌ର ଗତି କାହା ପଟକୁ ରହୁଛି ।  

{"id":305198,"width":582,"height":345,"sizeSlug":"large"}

ଜାତୀୟସ୍ତରର ଏକ ଗଣମାଧ୍ୟମକୁ ସାକ୍ଷାତକାର ଅବସରେ ଅଜୟ କହିଛନ୍ତି ଯେ, ୨୦୦୨ରେ ୩୦୨୫ରନ୍‌ ଏକ ବହୁତ ବଡ଼ ସ୍କୋର ଥିଲା , ତାହା ପୁଣି ଲଡର୍ସରେ ଖେଳାଯାଉଥିବା ଫାଇନାଲ ମ୍ୟାଚ୍। ଦେଖିବାକୁ ଗଲେ ଲଡର୍ସରେ ଇଂଲଣ୍ଡ ଟିମ୍‌ର ରେକର୍ଡ ଖୁବ୍‌ ଭଲ ରହିଥାଏ । ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ଖୁବ୍‌ ଭଲ ପ୍ରଦର୍ଶନ କରିଆସିଥିଲା । ଭାରତୀୟ ପାଳ ଯେତେବେଳେ ଆରମ୍ଭ ହେଲେ, ସେତେବେଳେ ଡ୍ରେସିଂ ରୁମ୍‌ର ମାହୋଲ୍‌ ସେତେଟା ଭଲ ନଥିଲା ।  କିନ୍ତୁ ସମସ୍ତେ ପଜିଟିଭ୍‌ ଭାବୁଥିଲେ ।

ସଚ୍ଚିନ, ସୌରଭ, ରାହୁଲ କହିଥିଲେ ଯେ, ଆମେ ମାନେ ଆମର ପ୍ରକୃତ ଖେଳ ଖେଳିବା , ପରେ ମ୍ୟାଚ୍‌ କେଉଁପଟକୁ ଯାଉଛି । ତାହା ଦେଖିବା । ଏହି ତିନିଜଣଙ୍କର ଏହି କଥା ସମସ୍ତ ଖେଳାଳିଙ୍କ ମନୋବଳ ବଢାଇଦେଇଥିଲା ।   ସେମାନେ ଆହୁରି ମଧ୍ୟ କହିଥିଲେ ଯେ, ଆମ ପାଖରେ ଭଳ ବ୍ୟାଟିଂ ଲାଇନ୍‌-ଅପ ଦୃଢ ରହିଛି । ସୌରଭ ଓ ସେହଓ୍ୱାଗ  ପାଳିର ଭଲ ଆରମ୍ଭ କରିଦେଇଛନ୍ତି । ଦୁଇ ଓପନର ଦଳକୁ ଯେଉଁଭଳି ଭାବେ ଆରମ୍ଭ ଦେଇଥିଲେ, ସେଥିରେ ସମସ୍ତ ଖେଳାଳିଙ୍କର ମନୋବଳ ବଢିଯାଇଥିଲା । ଆମ ବ୍ୟାଟିଂ ଲାଇନ-ଅପ୍‌ ବହୁତ ଦୃଢ ରହିଛି । ମ୍ୟାଚ୍‌ ମଝିରେ ଆମେ ଖୁବ୍‌ ଜଲଦି କିଛି ଓ୍ୱିକେଟ୍‌ ଖସିପଡିଥିଲା । ଭାରତ ୧୪୬ରନ୍‌ରେ ପାଞ୍ଚ ଓ୍ୱିକେଟ୍‌ ହରାଇଦେଇଥିଲେ  । ଗାଙ୍ଗୁଲି ଓ ସେହଓ୍ୱାଗ ପ୍ରଥମ ଓ୍ୱିକେଟ ପାଇଁ ୧୦୬ ରନ୍‌ କରିଦେଇଥିଲେ ।

ଯେତେବେଳେ ଟିମ୍‌ର ପାଞ୍ଚୋଟି ଓ୍ୱିକେଟ୍‌ ଖସିପଡ଼ିଥିଲା । କ୍ରିଜ୍‌ରେ ଯୁବରାଜ ସିଂହ ଓ ମହମ୍ମଦ କୈଫ ଥିଲେ , ଡ୍ରିଙ୍କ ବ୍ରେକ୍‌ ସମୟରେ ମୁଁ ପଡିଆକୁ ଯାଇଥିଲି । ସେହି ମ୍ୟାଚ୍‌ରେ ମୁଁ ଖେଳୁନଥିଲି । ପ୍ରତି ବଲ୍‌ରେ ଆମକୁ ଗୋଟିଏ ରନ୍‌ର ଆବଶ୍ୟକଥା ରହିଛି ବୋଲି ସେମାନଙ୍କୁ ମୁଁ କହିଥିଲି ।  ଏହିପରି ଭାବରେ ଦୁଇ ଜଣ ଧୀରେ ଧୀରେ ପାରିକୁ ଆଗକୁ ବଢାଇନେଇଥିଲେ । ଅଜୟଙ୍କ ମତରେ କୈଫଙ୍କ ଜୀବନରେ ତାହା ସର୍ବଶ୍ରେଷ୍ଠ ପାରି । ଯୁବରାଜ ସିଂହ ୬୯ ରନ୍‌ ଓ କୈଫ ୮୭ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ । ଭାରତ ଏହି ମ୍ୟାଚ୍‌କୁ ୨ଟି ଓ୍ୱିକେଟ୍‌ରେ ବିଜୟୀ ହୋଇଥିଲା । ମ୍ୟାଚ୍‌ ବିଜୟୀ ପରେ ସେତେବେଳର ଅଧିନାୟକ ଗାଙ୍ଗୁଲି  ନିଜ ଟି-ସାର୍ଟକୁ ବାହାର କରି ବୁଲାଇଥିଲା । ଯାହାକୁ ସବୁ ଦିନ ପାଇଁ ଲଡର୍ସ ମଇଦାନରେ ଭାରତୀୟ କ୍ରିକେଟ୍‌ ଏକ ସ୍ମରଣୀୟ ହୋଇ ରହିଛି ଓ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.