Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

୨୦ଦିନ ତଳେ ଜନ୍ମ ହୋଇଥିବା ଝିଅକୁ ଦେଖିପାରିଲେନାହିଁ ବାପା, ଦେଶ ପାଇଁ ଶହିଦ ହୋଇଗଲେ କୁନ୍ଦନ

17/06/2020 at 10:38 AM

ପାଟନା ୧୭।୦୬: ବିହାର ଭୋଜପୁରର ଜଣେ ବୀର ସୁପୁତ୍ର ଦେଶକୁ ରକ୍ଷା କରିବାକୁ ଯାଇ ସହିଦ ହୋଇଯାଇଛି । ଲଦାଖର ଗଲଓ୍ୱାନ୍‌ ଘାଟିରେ ଚୀନ୍‌ ସହିତ ହୋଇଥିବା ହାତାହାତି ଘଟଣାରେ ସହିହ ହୋଇଯାଇଛନ୍ତି ଭାରତର ୨୦ ବୀର ଯବାନ । ସହିଦଙ୍କ ମଧ୍ୟରୁ ବିହାରର ବୋହିଆ ଥାନା କ୍ଷେତ୍ର ପହରପୁର ଗାଁର ବାସୀନ୍ଦା ରବିଶଙ୍କର ଓଝାଙ୍କ ପୁତ୍ର କୁନ୍ଦନ ଓଝା ରହିଛନ୍ତି  । ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା । ତାଙ୍କ ପରିବାର କିଛି ବର୍ଷ ହେଲା ଝାଡଖଣ୍ଡର ସୋହେବଗଜରେ ରହିଆସୁଛନ୍ତି । ମଙ୍ଗଳବାର ଦିନ ସଂଧ୍ୟାରେ ପୁଅର ମୃତ୍ୟୁ ଖବର ଶୁଣି ପରିବାର ଭାଙ୍ଗି ପଡିଛି । ପରିବାରରେ ଶୋକର ଛାୟା ଖେଳିଯାଇଛି । ସେହିପରି କୁନ୍ଦନଙ୍କ ଗାଁରେ ମଧ୍ୟ ଶୋକାକୂଳ ପରିବେଶ ସୃଷ୍ଟି ହୋଇଯାଇଛି ।ସବୁଠାରୁ ଦଃଖର କଥା ହେଲା କୁନ୍ଦନ ନିଜର ପ୍ରଥମ ସନ୍ତାନକୁ ଦେଖିବା ପୂର୍ବରୁ ଦୁନିଆକୁ ଛାଡି ଚାଲିଯାଇଛନ୍ତି । ଚୀନ୍‌ର ସହିତ ହିଂସାତ୍ମକ ଘଟଣାରେ ସହିଦ ହୋଇଯାଇଛନ୍ତି କୁନ୍ଦନ ।  

ସୂଚନାଯୋଗ୍ୟ ଯେ, ରବିଶଙ୍କରଙ୍କୁ ପୁତ୍ର କୁନ୍ଦନ ୧୦ବର୍ଷ ପୂର୍ବ ସେନାରେ ଯୋଗ ଦେଇଥିଲେ । ଦୁଇ ବର୍ଷ ତଳେ ତାଙ୍କ ବିବାହ ହୋଇଥିଲା । ସେହିପିର କିଛି ଦିନ ତଳେ ତାଙ୍କୁ ଏକ ଶିଶୁ ଜନ୍ମ ନେଇଥିଲା । ଘରରେ ପ୍ରଥମେ ଝିଅ ହୋଇଥିବା ଯୋଗୁଁ ବହୁତ ଖୁସିର ମାହୋଲି ରହିଥିଲା । ରବିଶଙ୍କରଙ୍କ ତିନୋଟି ପୁତ୍ର ରହିଛନ୍ତି । ତାଙ୍କ ମଧ୍ୟରୁ କୁନ୍ଦନ ହେଉଛନ୍ତି ମଧ୍ୟମ ପୁଅ । ଘରର ସବୁଠାରୁ ଅଧିକ ରୋଜଗାର କରିବାର ଥିଲେ । କୁନ୍ଦନଙ୍କ ଦାଦା ପେଶାରେ ଜଣେ ଓକିଲ ବୋଲି ଜଣାପଡିଛି । କିନ୍ତୁ କିଛି ଦିନ ତଳେ ମାନେ ୨୦ ଦିନ ତଳେ ଜନ୍ମ ନେଇଥିବା ଝିଅକୁ ଦେଖିବା ପାଇଁ ବାପା ମନେର କେତେ ଆଶା ଓ ଆଶଙ୍କା ଭରି ହୋଇ ରହିଥିଲା । କିନ୍ତୁ ଦଇଦର ଇଚ୍ଛା ଥିଲା ଆଉ କିଛି । ନିଜର ପ୍ରଥମ ସନ୍ତାନକୁ ଦେଖିବା ପୂର୍ବରୁ ଦେଶ ପାଇଁ ସହିଦ ହୋଇଗଲେ କୁନ୍ଦନ । ଝିଅକୁ ଦେଖିବାର ଇଚ୍ଛା ରହିଗଲା ଇଚ୍ଛାରେ । ଆଜି କିମ୍ବା ଆସନ୍ତାକାଲି ତାଙ୍କ ପାର୍ଥିବ ଶରୀର ତାଙ୍କ ଗାଁରେ ପହଞ୍ଚିବ । ଏବଂ ସେହିଠାରେ ହିଁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ସେପଟେ କୁନ୍ଦନଙ୍କ ମୃତ୍ୟୁର ଖବର ଶୁଣି ତାଙ୍କ ଶ୍ୱଶୁର ଘର ଲୋକେ ଖୁବ୍‌ ଭାଙ୍ଗିପଡିଛନ୍ତି । କୁନ୍ଦନଙ୍କ ଶ୍ୱଶୁର ଘର ଲୋକେ ଦିଲ୍ଲାରେ ରହିଥାନ୍ତି । ସେମାନେ ହିଁ ପ୍ରଥମେ କୁନ୍ଦନଙ୍କ ସହିଦ ହେବାର ଖବର ଶୁଣିଥିଲେ । ପରେ କୁନ୍ଦନଙ୍କ ପରିବାରକୁ ଜଣାଇଥିଲେ। ନିଜ ଜ୍ୱାଇଁ ଓ ପୁଅକୁ ହରାଇ ଦୁଇ ପରିବାରରେ ଶୋକର ଛାୟା ଖେଳିଯାଇଛି

   Related Posts