ଇତିହାସର ସବୁଠୁ କ୍ରୃର ଏବଂ ଭୟଙ୍କର ମହିଳା , ଅବିବାହିତା ଯୁବତୀଙ୍କ ରକ୍ତରେ ଗାଧୋଉଥିଲେ ,୬୫୦ଜଣଙ୍କୁ କରିଥିଲେ ହତ୍ୟା

Published By : Prameya-News7 Bureau | July 06, 2020 IST

ଇତିହାସ ପୃଷ୍ଠାରେ ଏପରି ଅନେକ କାହାଣୀ ଏବଂ ରହସ୍ୟ ରହିଛି,ତାହା ଯଦି ସାମନାକୁ ଆସିଯାଏ ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏପରି ଜଣେ ମହାରାଣୀ ଥିଲେ ଯାହାର କାରନାମା କାରଣରୁ ଲୋକେ ଆତଙ୍କିତ ଥିଲେ। ନୃଶଂସ ହେବା ସହ ଏହି ମହାରାଣୀ ଜଣେ ଦୁର୍ଦ୍ଦାନ୍ତ ସିରିୟଲ କିଲର ଥିଲେ। ଆପଣ ଅନେକ ସିରିୟଲ୍ କିଲର ବିଷୟରେ ଶୁଣିଥିବେ ଯେଉଁମାନେ ଚିରାଚରିତ ଢ଼ଙ୍ଗରେ ଅନେକ ହତ୍ୟା କରିଛନ୍ତି କିନ୍ତୁ ଏହି ମହାରାଣୀଙ୍କ କାହାଣୀ ଜାଣିଲେ ଆପଣ ଚକିତ ହେବେ। ଏହି ମହାରାଣୀ କୁମାରୀ ଝିଅଙ୍କୁ ମାରି ତାଙ୍କ ରକ୍ତରେ ଗାଧୋଉଥିଲେ। ଆସନ୍ତୁ ଜାଣିବା ଏହାର କାରଣ…

{"id":296791,"sizeSlug":"large"}

ହଙ୍ଗେରୀରେ ରହୁଥିବା ଏହି ମହାରାଣୀଙ୍କ ନାଁ ଏଲିଜାବେଥ ବାଥରି। ଏଲିଜାବେଥ ବାଥରିଙ୍କୁ ଇତିହାସର ସବୁଠୁ ଭୟଙ୍କର ଏବଂ ଦୁର୍ଦ୍ଦାନ୍ତ ସିରିୟଲ କିଲର ଭାବେ ଜଣା ଯାଇଥାଏ। ୧୫୮୫ମସିହାରୁ ୧୬୧୦ମଧ୍ୟରେ ବାଥରି ୬୦୦ରୁ ଅଧିକ ଝିଅଙ୍କୁ ହତ୍ୟା କରି ତାଙ୍କ ରକ୍ତରେ ସ୍ନାନ କରିଥିଲେ। ଏପରି କୁହାଯାଇଥାଏ ଯେ କେହି ଜଣେ ଏଲିଜାବେଥଙ୍କ ସୌନ୍ଦର୍ଯ୍ୟ ବଜାୟ ରହିବା ପାଇଁ କୁମାରୀ ଝିଅଙ୍କ ରକ୍ତରେ ସ୍ନାନ କରିବାକୁ ପରାମର୍ଶ ଦେଇଥିଲେ। ଏଲିଜାବେଥଙ୍କୁ ଏହି ଉପାୟ ଏତେ ପସନ୍ଦ ଥିଲା ଯେ ଏଥିପାଇଁ ସେ କ୍ରୃରତାର ସମସ୍ତ ସୀମା ପାର କରି ଦେଇଥିଲେ।

{"id":296788,"sizeSlug":"large"}

ସିରିୟଲ କିଲର ଏଲିଜାବେଥ ଝିଅଙ୍କୁ ହତ୍ୟା କରିବା ପରେ ସେମାନଙ୍କ ସହ ଦୁଷ୍କର୍ମ କରୁଥିଲେ। ପ୍ରଚଳିତ କାହାଣୀ ଅନୁସାରେ,ସେ ମୃତ ଝିଅଙ୍କ ଶରୀରର ମାଂସକୁ ନିଜ ଦାନ୍ତରେ କାମୁଡ଼ି ବାହାର କରୁଥିଲେ। ତାଙ୍କର ଏହି ଅମାନୁଷିକ କାମରେ ତାଙ୍କ ୩ଚାକର ମଧ୍ୟ ତାଙ୍କ ସାହାଯ୍ୟ କରୁଥିଲେ।

{"id":296795,"width":592,"height":406,"sizeSlug":"large"}

ଏଲିଜାବେଥ ବାଥରି ହଙ୍ଗେରୀ ରାଜବଂଶର ଥିଲେ। ଏଲିଜାବେଥଙ୍କ ବିବାହ ଫେରେଙ୍କ ନୈଡେଷ୍ଡି ନାମକ ବ୍ୟକ୍ତିଙ୍କ ସହ ହୋଇଥିଲା,ଯିଏ ତୁର୍କୀ ବିରୋଧୀ ଯୁଦ୍ଧରେ ହଙ୍ଗେରୀର ନ୍ୟାସନାଲ୍ ହୀରୋ ଥିଲେ। ଝିଅଙ୍କୁ ନିଜ ଜାଲରେ ଫସାଇବା ପାଇଁ ଏଲିଜାବେଥ ବହୁତ ବଡ଼ ଜାଲ ବିଛାଇଥିଲେ। ଉଚ୍ଚ ବଂଶର ମହିଳା ହେବା କାରଣରୁ ସେ ଆଖପାଖ ଗାଁର ଗରିବ ଝିଅଙ୍କୁ ନିଜ ମହଲରେ ମୋଟା ରକମ ଦେବାର ଲୋଭ ଦେଖାଇ ଡାକୁଥିଲେ। କିନ୍ତୁ ଝିଅମାନେ ମହଲକୁ ଆସିବା ମାତ୍ରେ ସେ ସେମାନଙ୍କୁ ଶିକାର କରୁଥିଲେ।

{"id":296797,"width":590,"height":508,"sizeSlug":"large"}

ଯେତେବେଳେ ସେହି ଅଞ୍ଚଳରେ ଝିଅଙ୍କ ସଂଖ୍ୟା କମ୍ ହୋଇଯାଇଥିଲା ସେତେବେଳେ ସେ ଉଚ୍ଚ ପରିବାରର ଝିଅଙ୍କୁ ଶିକାର କରିବା ଆରମ୍ଭ କରି ଦେଇଥିଲେ। ହଙ୍ଗେରି ରାଜାଙ୍କୁ ଏକଥା ଜଣା ପଡ଼ିବା ପରେ ସେ ଏହି ମାମଲାର ତଦନ୍ତ କରିଥିଲେ। ଏହି ମାମଲାକୁ ନେଇ ଯେତେବେଳେ ତଦନ୍ତକାରୀ ଏଲିଜାବେଥଙ୍କ ମହଲକୁ ପହଞ୍ଚିଥିଲେ ସେତେବେଳେ ସେଠାକାର ଅବସ୍ଥା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେଠାରେ ଅନେକ ଝିଅଙ୍କ କଙ୍କାଳ ଏବଂ ସୁନା-ଚାନ୍ଦିର ଗହଣା ଜବତ କରାଯାଇଥିଲା।

{"id":296798,"width":589,"height":591,"sizeSlug":"large"}

୧୬୧୦ମସିହାରେ ଏଲିଜାବେଥଙ୍କୁ ତାଙ୍କ ଘୃଣ୍ୟ ଅପରାଧ ପାଇଁ ଗିରଫ କରାଯାଇଥିଲା। ଏହି କୁକର୍ମ ପାଇଁ ଏଲିଜାବେଥଙ୍କୁ ଫାଶୀ ଦିଆଯାଇନଥିଲା,କିନ୍ତୁ ତାଙ୍କରି ମହଲର ଏକ କୋଠରୀରେ ବନ୍ଦୀ କରି ରଖାଯାଇଥିଲା। ସେଠାରେ ୪ବର୍ଷ ପରେ ୧୬୧୪ମସିହା ଅଗଷ୍ଟ ୨୧ତାରିଖରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.