ମଶାଣିର ବନ୍ଧୁ : ଗାଁ, ପରିବାର ତଡିଦେଲେ କିନ୍ତୁ ମଶାଣି ଏବେ ଘରଠୁ ସୁନ୍ଦର, ଜଣେ ମାନସିକ ବିକୃତଙ୍କୁ କାହିଁକି ପ୍ରଶଂସା

Published By : Prameya-News7 Bureau | January 14, 2020 IST

ମାଲକାନଗିରି ୧୪।୧: ଗାଁ ଲେ।କ ତଡିଦେଲେ । ମଶାଣିରେ ମୁଣ୍ଡ ଗୁଞ୍ଜିବାକୁ ପଡିଲା । କିନ୍ତୁ ମଶାଣିକୁ ସେ ଏମିତି ସଜେଇଛନ୍ତି ତାକୁ ଦେଖିଲେ ଆଖି ଖେ।ସି ହେଇଯାଉଛି । ମାଲକାନାଗିରି ଜିଲ୍ଲା ମାଥିଲି ଗାଁର ବନ୍ଧୁ ନାୟକ ମଶାଣିକୁ ସଜାଇଛନ୍ତି ଏଭଳି । ପଢନ୍ତୁ ବନ୍ଧୁଙ୍କ ପୁରା କାହାଣୀ ।

{"id":211085,"sizeSlug":"large"}

କଣ୍ଢେଇ, ଖେଳଣା, ବିଭିନ୍ନ ପ୍ରକାର ସାଜସଜା । ଏମିତି କୌଣସି ମେଳା ପଡିଆରେ ନୁହେଁ କି ମ୍ୟୁଜିୟମରେ ନୁହେଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଶାଣିରେ । ଭୂତ ପ୍ରେତ ଭୟରେ ଲେ।କ ଯେଉଁଠି ପାଦ ପକାନ୍ତିନି ସେଇଠି ଏତେ ଆକର୍ଷଣୀୟ ସଜାବଟ କରିଛନ୍ତି ମାଲକାନାଗିରି ଜିଲ୍ଲା ମାଥିଲି ଗାଁର ବନ୍ଧୁ ନାୟକ ।

{"id":211086,"sizeSlug":"large"}

ବର୍ଜ୍ୟବସ୍ତୁକୁ ନେଇ ଅନେକ ଖେଳନା ତିଆରି କରିଛନ୍ତି । ଦିନେ କାଠରେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ତିଆରି କରି ପରିଚୟ ସୃଷ୍ଟି କରିଥିଲେ ବନ୍ଧୁ । କିନ୍ତୁ ହଠାତ୍ ତାଙ୍କର ମାନସିକ ବିକୃତି ଦେଖାଦେଇଥିଲା । ଆଉ ପାଗଳ କହି ଘରୁ ତଡିଦେଲେ ପରିବାର । ଗାଁ ଲେ।କ ବି ମୁହଁ ମେ।ଡିଦେଲେ । ସେବେଠୁ ୫ବର୍ଷ ହେଲା ବନ୍ଧୁଙ୍କ ଠିକଣା ପାଲଟିଛି ମଶାଣି ।

{"id":211087,"sizeSlug":"large"}

ମାଲକାନଗିରି ଠାରୁ ମାଥିଲି ମୁଖ୍ୟ ରାସ୍ତାର କଲେଜ ନିକଟରେ ଥିବା ଏହି ମଶାଣିଟିକୁ ଦୂରରୁ ଦେଖିଲେ ଲୋକେ ପ୍ରଥମେ ମନ୍ଦିର କିମ୍ବା କୌଣସି ପାର୍କ ବୋଲି ଭାବନ୍ତି । କିନ୍ତୁ ନିକଟରୁ ଦେଖିଲେ ବନ୍ଧୁଙ୍କ କଳାକୃତି ଦେଖେଣାହାରୀଙ୍କୁ ଘଡିଏ ଅଟକିବାକୁ ବାଧ୍ୟ କରେ ।

{"id":211088,"sizeSlug":"large"}

ମୃତ ଲୋକଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପରେ ମଶାଣିରେ ଫିଙ୍ଗା ଯାଇଥିବା ସମସ୍ତ ପ୍ରକାର ବର୍ଜ୍ୟବସ୍ତୁକୁ ସଜାଇ ଏହାକୁ ଏକ ଭିନ୍ନ ରୂପ ଦେଇଛନ୍ତି ବନ୍ଧୁ ନାୟକ । ହେଲେ ଏହି ମଶାଣି ମଣିଷଙ୍କ ଉପରେ ଆଜି ଯାଏଁ ପଡିନି ପ୍ରଶାସନର ଶୁଭ ଦୃଷ୍ଟି । ବନ୍ଧୁଙ୍କ ସମ୍ପର୍କରେ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତାଙ୍କୁ ଘରଟିଏ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ।

{"id":211089,"sizeSlug":"large"}

ଗାଁ ମଶାଣିକୁ ଏକ ଭିନ୍ନ ରୂପ ଦେଇଥିବା ବନ୍ଧୁ ନାୟକ ଏବେ ସମସ୍ତଙ୍କ ବନ୍ଧୁ ପାଲଟିଛନ୍ତି । ସମାଜରେ ବାସ କରୁଥିବା ଲୋକଙ୍କ ପାଇଁ ଅନେକ ବାର୍ତ୍ତା ଦେଇଛନ୍ତି । ତୁରନ୍ତ ବନ୍ଧୁଙ୍କୁ ମଶାଣିରୁ ଆଣି ମୁଖ୍ୟ ସ୍ରେ।ତରେ ସାମିଲ କରିବା ଆବଶ୍ୟକ ହେ।ଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.