Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଭାକ୍‌ସିନ୍‌ ପ୍ରସ୍ତୁତି ପାଇଁ ୫ରୁ ୬ବର୍ଷ ଲାଗିଥାଏ, କିନ୍ତୁ ୧୨ ମାସରେ କେମିତି ହେଲା ପ୍ରସ୍ତୁତ ? ଜାଣନ୍ତୁ କୋଭିସିଲ୍ଡ଼ର କାହାଣୀ…

16/01/2021 at 10:16 AM

ନୂଆଦିଲ୍ଲୀ, ୧୬/୦୧: କୌଣସି ରୋଗର ପ୍ରତିଶେଧକ ବା ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଥାଏ । ଏଥିପାଇଁ ବୈଜ୍ଞାନିକମାନଙ୍କୁ ନାକେଦମ୍ ହେବାକୁ ପଡ଼ିଥାଏ । ସାଧାରଣତଃ ଭ୍ୟାକ୍ସିନ୍ ବିକାଶିତ ହେବା ପାଇଁ ୫ ରୁ ୬ ବର୍ଷ ଲାଗିଥାଏ । ତେବେ ଏଠି ପ୍ରଶ୍ନ ଉଠୁଛି ଯେ କରୋନା ଭାଇରସ୍‌ର ଭ୍ୟାକ୍ସିନ୍କୁ ଏତେ ଶୀଘ୍ର କିପରି ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ପ୍ରସ୍ତୁତ କରିପାରିଲେ ? ୧୨ ମାସ ମଧ୍ୟରେ ଏହା କେମିତି ବିକଶିତ ହୋଇପାରିଲା ? ତେବେ ଆସନ୍ତୁ ଜାଣିବା କୋଭିସିଲ୍ଡର କାହାଣୀ…

ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ଓୌଷଧ ପ୍ରସ୍ତୁତକାରୀ କମ୍ପାନୀ ଆଷ୍ଟ୍ରୋଜେନିକା ସହ ମିଶି ଏହି ଭ୍ୟାକ୍ସିନ୍ ବିକଶିତ କରିଛନ୍ତି । ଭାରତରେ ଏହି ଭ୍ୟାକ୍ସିନର ଉତ୍ପାଦନ ଦାୟିତ୍ୱ ସେରମ୍ ଇନ୍‌ଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ମିଳିଛି । ଅକ୍ସଫୋର୍ଡ ପ୍ରସ୍ତୁତ କରୋନା ଭ୍ୟାକ୍ସିନ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ, ବ୍ରିଟେନ୍, ରୁଷ୍‌ ଏବଂ ଆର୍ଜେଣ୍ଟିନା ଭଳି ଦେଶମାନେ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି।

ଅକ୍ସଫୋର୍ଡର ବୈଜ୍ଞାନିକମାନେ ପ୍ରଥମେ କରୋନା ଭାଇରସ୍‌କୁ ଦୁର୍ବଳ କରିବା ଉପରେ ଗବେଷଣା କରିଥିଲେ । ଏଥିରୁ ଜଣାପଡ଼ିଥିଲା ଯେ ପ୍ରଥମେ ଭାଇରସ୍‌ ଉପର ସ୍ତର ପ୍ରୋଟିନ୍କୁ ନଷ୍ଟ କରିବା ଆବଶ୍ୟକ । କାରଣ ଏହି ଭାଇରସ୍‌ର ପ୍ରୋଟିନ୍ ପ୍ରଥମେ ଶରୀରରେ ପ୍ରବେଶ କରି ଆଟାକ୍ କରେ । ପରେ ପ୍ରକୃତ ଭାଇରସ୍ ଶରୀର ମଧ୍ୟକୁ ପହଞ୍ଚିଥାଏ ।

ଦୀର୍ଘ ୧୦ ବର୍ଷ ଧରି ଅକ୍ସଫୋର୍ଡ ୟୁନିଭରସିଟି ପାଖରେ ChAdOx1 ଟେକ୍ନୋଲୋଜି ରହିଛି । ଏହି ପ୍ଲାଟଫର୍ମକୁ ବ୍ୟବହାର କରି ସେ ବିଭିନ୍ନ ରୋଗର ଭ୍ୟାକ୍ସିନ ପ୍ରସ୍ତୁତ କରୁଛି ଏବଂ ପ୍ରାୟାସ ଜାରି ରଖିଛି । ଉନ୍ନତ ପ୍ଲାଟଫର୍ମ କାରଣରୁ ବୈଜ୍ଞାନିକ ମାନଙ୍କୁ କୌଣସି କ୍ଷତି ହେଉନାହିଁ । ବୈଜ୍ଞାନିକମାନେ ଏହି ପ୍ଲାଟଫର୍ମକୁ ବ୍ୟବହାର କରିବାର କାରଣ ହେଉଛି ଏହା ଠିକ୍‌ରେ ରୋଗ ପ୍ରତିରୋଧକ ଶକ୍ତିର ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଏହା ଭାଇରସ୍‌କୁ ପ୍ରଜନନ କରିବା ପାଇଁ ଦେଇନଥାଏ । ଯାହାଦ୍ୱାରା ନୂଆ ଭାଇରସ୍ ସୃଷ୍ଟି ହୋଇନଥାଏ । ଏହି ପ୍ଲାଟଫର୍ମରେ Middle East Respiratory Syndrome – MERS ( ୨୦୧୨ରେ ଆରବ ଦେଶରେ ଦେଖା ଦେଇଥିବା ଏକ ସଂକ୍ରାମକ ରୋଗ) ର ପ୍ରତିଶେଧକ ପ୍ରସ୍ତୁତ ହୋଇପାରିଥିଲା ।

ଚୀନ୍‌ର ବୈଜ୍ଞାନିକମାନେ ଯେତେବେଳେ କରୋନା ଭାଇରସ୍‌ର ଜେନେଟିକ ସିକ୍ୱେନ୍ସ୍ ଖୋଜିବାକୁ ଆରମ୍ଭ କଲେ ସେତେବେଳେ ଅକ୍ସଫୋର୍ଡ ଏହି ପ୍ଲାଟଫର୍ମର ବ୍ୟବହାର କରି ଭ୍ୟାକସିନ୍ ପ୍ରସ୍ତୁତିରେ ଲାଗି ପଡ଼ିଲା । ଅଧିକ ସଂକ୍ରମଣ ଦୃଷ୍ଟିରୁ ଭ୍ୟାକ୍ସିନ୍କୁ ଶିଘ୍ର ପରୀକ୍ଷଣ ପାଇଁ ଅନୁମତି ମିଳିଯାଇଥିଲା । ଅକ୍ସଫୋର୍ଡ ୟୁନିଭରସିଟି ଫେଜ୍-୧ର ପରୀକ୍ଷଣ ଫେଜ୍-୨ ସହ ଯୋଡ଼ା ଯାଇଥିଲା । ଏହାପରେ ଫେଜ୍-୨ ସହ ଫେଜ୍-୩ କୁ ଯୋଡ଼ି ଦିଆଯାଇଥିଲା । ଯାହାଫଳରେ ଭ୍ୟାକ୍ସିନ୍ର ପ୍ରସ୍ତୁତି ବହୁତ ଶୀଘ୍ର ହୋଇଥିଲା ।

ପରୀକ୍ଷଣ ସହଜରେ ହେବା ପାଇଁ ଅକ୍ସଫୋର୍ଡ ଅଲଗା ତଥ୍ୟ ସୁରକ୍ଷା ନିୟନ୍ତ୍ରଣ ବୋର୍ଡ ଗଠନ କରିଥିଲା । ଏହା ଲଗାତାର ଭ୍ୟାକ୍ସିନ୍‌ର ସୁରକ୍ଷା ଏବଂ ସ୍ୱଚ୍ଛତା ଉପରେ ନଜର ରଖିଥିଲା । ଭ୍ୟାକ୍ସିନ୍‌ର ବିକଶିତ ପାଇଁ ଅକ୍ସଫୋର୍ଡ ୟୁନିଭରସିଟି, ଔଷଧ କମ୍ପାନୀ ଏଷ୍ଚ୍ରୋଜେନିକା ଏବଂ ଉତ୍ପାଦନ କମ୍ପାନୀ ସେରମ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଉପରେ ନଜର ରଖାଯାଇଛି । ଏହାଛଡ଼ା ଭ୍ୟାକ୍ସିନ୍‌ର ରିପୋର୍ଟକୁ ପର୍ଯ୍ୟାୟ କ୍ରମେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଦୁନିଆର ଶ୍ରେଷ୍ଠ ରିସର୍ଚ୍ଚ ସେଣ୍ଟରକୁ ଯାଞ୍ଚ ପାଇଁ ପଠାଯାଇଥିଲା ।

ଅକ୍ସଫୋର୍ଡ ୟୁନିଭରସିଟି ଲାଇସେନ୍ସ ପାଇବା ପୂର୍ବରୁ ଭ୍ୟାକ୍ସିନ୍କୁ ପ୍ରତି ସ୍ୱଚ୍ଛସେବୀଙ୍କ ଠାରେ ପାଞ୍ଚ-ପାଞ୍ଚ ଥର ପରୀକ୍ଷା କରିଥିବା ଦାବି କରିଛି । ଏହି ପରୀକ୍ଷଣରେ ଚାରୋଟି ଦେଶର ପାଖାପାଖି ୨୪ ହଜାର ଲୋକ ଭାଗ ନେଇଥିଲେ । ଏବେ ଏହାର ଶେଷ ପର୍ଯ୍ୟାୟ ଟ୍ରାଏଲ୍ ଚାଲିଛି । ଏଥିରେ ବି ଚାରି ଦେଶର ୩୦ ହଜାର ଲୋକ ଭାଗ ନେଇଥିବା ଅକ୍ସଫୋର୍ଡ ୟୁନିଭରସିଟି ପକ୍ଷରୁ କୁହାଯାଇଛି ।

   Related Posts