Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ପଞ୍ଜାବ: ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜର କଟା ହାତ ସହ ସ୍କୁଟିରେ ହସ୍ପିଟାଲ ଗଲେ ଏଏସଆଇ, କର୍ତ୍ତବ୍ୟ ପାଇଁ ଜୀବନକୁ ବାଜିରେ ଲଗାଇ ଦେଲେ

12/04/2020 at 3:18 PM

ଚଣ୍ଡିଗଡ ୧୨।୦୪: ପଞ୍ଜାବର ପଟିଆଲାର ନିହଙ୍ଗ ଶିଖଙ୍କ ହମଲାରେ ଆତହ ଏଏସଆଇ ହରଜିତ ସିଂହ ନିଜର କର୍ତ୍ତବ୍ୟ ପୂରା କରିବାକୁ ନିଜର ଜୀବନକୁ ମଧ୍ୟ ବାଜିରେ ଲଗାଇ ଦେଇଛନ୍ତି। କର୍ଫ୍ୟୁ ସମୟରେ ଡ୍ୟୁଟିରେ ଥିବା ହରଜିତଙ୍କୁ ରବିବାର ନିହଙ୍ଗ ଶିଖଙ୍କ ଏକ ଦଳ ହମଲା କରି ତାଙ୍କର ହାତ କାଟି ଦେଇଛନ୍ତି। ସକାଳେ ପଟିଆଲାର ସଡକରେ ଘଟିଥିବା ଏହି ଘଟଣାରେ ପୋଲିସକର୍ମୀଙ୍କ ମନୋବଳ ଭାଙ୍ଗିବା ପୂର୍ବରୁ ହରଜିତ ନିଜ ଜୀବନ ବଞ୍ଚାଇବା ପାଇଁ ଆମ୍ବୁଲାନ୍ସର ଅପେକ୍ଷା ନକରି କଟା ହାତ ନେଇ ନିଜ ସ୍କୁଟରରେ ହସ୍ପିଟାଲ ଅଭିମୁଖେ ବାହାରି ଯାଇଥିଲେ।

କୁହାଯାଉଛି ଯେ, ହରଜିତ ସକାଳେ ପଟିଆଲା ସହରରେ ଲକ୍‌ଡାଉନ୍‌ ପାଇଁ ଡ୍ୟୁଟିରେ ଥିଲେ। ସହର ଶାନ୍ତ ଥିଲା, ମାତ୍ର ଏହା ମଧ୍ୟରେ ଏକ ଗାଡିରେ କିଛି ଲୋକ ଆସି ବ୍ୟାରିକେଡ୍‌ ନିକଟରେ ପହଞ୍ଚି ଯାଇଥିଲେ। ହରଜିତଙ୍କ ଦଳ ପାସ୍ ମାଗିବାରୁ ବିବାଦ ଆରମ୍ଭ ହୋଇଥିଲା। ଏହି ସମୟରେ ନିହଙ୍ଗ ଶିଖମାନେ ଡ୍ୟୁଟିରେ ଥିବା ପୋଲିସ କର୍ମୀଙ୍କ ଉପରେ ହମଲା କରିଥିଲେ। ଏହି ସମୟରେ କିଛି ଲୋକ ଖଣ୍ଡାରେ ହରଜିତ ସିଂହଙ୍କ ହାତ କାଟି ଦେଇଥିଲେ।

ଘଟଣାରେ ଲହୁଲୁହାଣ ହରଜିତ ସିଂହ କିଛି ଲୋକଙ୍କ ସାହାଯ୍ୟରେ ସ୍କୁଟରରେ ହସ୍ପିଟାଲ ଅଭିମୁଖେ ବାହାରି ଯାଇଥିଲେ। ପରେ ଏକ ଆମ୍ବୁଲାନ୍ସ ହରଜିତଙ୍କୁ ନେଇ ଚଣ୍ଡିଗଡ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲ ପହଞ୍ଚି ହରଜିତ ଯେବେ ଚିକିତ୍ସକଙ୍କୁ ନିଜର କଟା ହାତ ଓ କିଛି ଘଣ୍ଟା ପୂର୍ବର ଘଟଣା କହିଲେ ସମସ୍ତଙ୍କ ହୋସ୍ ଉଡି ଯାଇଥିଲା। ଏହା ପରେ ତୁରନ୍ତ ଚିକିତ୍ସକ ହରଜିତଙ୍କ ସର୍ଜରୀ କାମ ଆରମ୍ଭ କରିଥିଲେ ଏବଂ ପରେ ଯାଇ ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଷୟରେ ଘର ଲୋକଙ୍କୁ ଜଣାଇ ଥିଲେ।

ଏହି ଘଟଣାରେ ପଞ୍ଜାବର ସ୍ଵତନ୍ତ୍ର ମୁଖ୍ୟ ସଚିବ କେବିଏସ ସିଦ୍ଧୁ କହିଛନ୍ତି ଯେ, ବଲବେରା ଗୁରୁଦ୍ଵାରରୁ ୭ ନିହଙ୍ଗଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ପୋଲିସ ଗୁଳିରେ ଆହତ ହୋଇଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ପୂରା ଅପରେସନ ଏବେ ପଟିଆଲା ଆଇଜି ଜତିନ୍ଦର ସିଂହ ଔଲଖଙ୍କ ତତ୍ଵାବଧାନରେ ଚାଲିଛି। ଅନ୍ୟପଟେ  ଆହତ ଏଏସଆଇ ହରଜିତ ସିଂହଙ୍କ ପ୍ଲାଷ୍ଟିକ ସର୍ଜରୀ ଆରମ୍ଭ ହୋଇଛି। ଆରୋପି ବିରୁଦ୍ଧରେ ହତ୍ୟା ଉଦ୍ୟମ ଆଧାରରେ ମାମଲା ରୁଜୁ ହୋଇଛି।

   Related Posts