Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ଅବିବାହିତ ବାଜପେୟୀଙ୍କ ‘ପରିବାର’ଙ୍କୁ ପସନ୍ଦ କରୁନଥିଲେ କି ଆରଏସଏସ ‘ପରିବାର’ ? ବାଜପେୟୀଙ୍କ ଜୀବନର କିଛି ଅକୁହା କଥା ନୂଆ ବହିରେ…..

23/11/2020 at 2:28 PM

ନୂଆଦିଲ୍ଲୀ,୨୩/୧୧:  ଭାରତର ଜଣେ ସୁଦକ୍ଷ ରାଜନେତା, ଲେଖକ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଏବେ ସେ ଦୁନିଆରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଜୀବନୀ ଓ ବ୍ୟକ୍ତିତ୍ୱ ସମସ୍ତଙ୍କ ପାଇଁ ଉଦାହରଣ ସଦୃଶ । ସେ ଆଜନ୍ମ ଅବିବାହିତ ରହିଥିଲେ । ଅର୍ଥାତ ସେ ବିବାହ କରିନାହାଁନ୍ତି । କିନ୍ତୁ ତାଙ୍କର ଜଣେ ସହପାଠିନୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।  ଏଥିରେ ବାଧକ ସାଜିଥିଲା ଆରଏସଏସ । ତେଣୁ ବାଜପେୟୀଙ୍କୁ ଆରଏସଏସର କୋର୍ ଗ୍ରୁପରୁ ଅଲଗା କରି ରଖାଯାଇଥିଲା । ଭାରତର ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଏପରି ଚର୍ଚ୍ଚିତ ବିଷୟ ଉଲ୍ଲେଖ ହୋଇଛି ବିଶିଷ୍ଟ ଲେଖକ ତଥା ରାଜନୈତିକ ଲେଖକ ବିନୟ ସୀତାପତିଙ୍କ ପୁସ୍ତକ ‘ଯୁଗଳବନ୍ଦୀ- ଦି ବିଜେପି ବିଫୋର ମୋଦୀ’ ରେ । ଟାଇମ୍ସ ଅଫ୍ ଇଣ୍ଡିଆ ପୋର୍ଟାଲରେ ଏ ବାବଦରେ ଏକ ଖବର ପ୍ରକାଶ ପାଇବା ପରେ ଭାରତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ. ପାଲଟିଛି ।

ପୁସ୍ତକରେ ଲେଖାଯାଇଛି ଯେ, ଯେତେବେଳେ ବାଜପେୟୀ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସେତେବେଳେ ତାଙ୍କୁ  ଦିଲ୍ଲୀର ରାମଜସ୍ ମହାବିଦ୍ୟାଳୟର କୌଣସି ଏକ କାର୍ଯ୍ୟକ୍ରମରେ ଅତିଥି ହୋଇ ଆସିଥିଲେ । ଏଠାରେ ସେ ଚମତ୍କାର ଭାଷଣ ଦେଇଥିଲେ । ତଳେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ରାଜକୁମାରୀ କୌଲ । ସେ ହେଉଛନ୍ତି ଜଣେ ଅଧ୍ୟାପକ ବ୍ରିଜନାଥ କୌଲଙ୍କ ପତ୍ନୀ । କିନ୍ତୁ ସବୁଠାରୁ ରୋଚକ କଥା ହେଉଛି ଯେ, ୧୯୪୧ରେ ବାଜପେୟୀ ଓ ରାଜକୁମାରୀ ଗୋଟିଏ କଲେଜରେ ପାଠ ପଢୁଥିଲେ । ଉଭୟ ଗ୍ଲାଲିଆରର ଭିକ୍ଟୋରିଆ କଲେଜରେ ଶିକ୍ଷାଲାଭ କରୁଥିଲେ । ଶିକ୍ଷା ସମାପ୍ତ ପରେ ଉଭୟେ ଆଉ ପରସ୍ପରକୁ ଭେଟି ନଥିଲେ ।  ଏପରିକି ୧୬ ବର୍ଷ ପରେ ଉଭୟଙ୍କର କୌଣସି ଯୋଗାଯୋଗ ନଥିଲା । ଆହୁରି ମଧ୍ୟ ରାଜକୁମାରୀ ବ୍ରିଜନାଥଙ୍କୁ ଯେ ବିବାହ କରିଛନ୍ତି ତାହା ବାଜପେୟୀଙ୍କୁ ଅଛପା ଥିଲା । କିନ୍ତୁ ସେଦିନ ବାଜପେୟୀଙ୍କ ପୁରୁଣା ସ୍ମୃତି ସବୁ ମନରେ ଉଙ୍କି ମାରିଥିଲା । ପରିଚୟ ମଧ୍ୟ ବଢିଥିଲା । ତାପରେ ବାଜପେୟୀ ବ୍ରିଜନାଥଙ୍କ ଘରକୁ ନିୟମିତ ଭାବେ ଯିବା ଆସିବା ଲାଗି ରହିଥିଲା ।ଅନେକ ସମୟରେ ବାଜପେୟୀଙ୍କ କଳାରଙ୍ଗର କାର୍ ମଧ୍ୟ ମହାବିଦ୍ୟାଳୟର ଛାତ୍ରମାନେ ପ୍ରଫେସର ବ୍ରିଜନାଥଙ୍କ ଘର ସାମ୍ନାରେ ଦେଖିଛନ୍ତି । ରାଜକୁମାରୀଙ୍କ ସନ୍ତାନମାନଙ୍କୁ ବାଜପେୟୀ ଶ୍ରଦ୍ଧା ଓ ସ୍ନେହ କରୁଥିଲେ । ରାଜକୁମାରୀଙ୍କ ସାନ ଜିଅ ଗୁନୁଙ୍କୁ ବାଜପେୟୀ କୁଆଡେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ପୁସ୍ତକରେ ଉଲ୍ଲଖ ରହିଛି ।

ବାଜପେୟୀଙ୍କୁ ରାଜକୁମାରୀଙ୍କ ବୌଦ୍ଧିକ ଜ୍ଞାନ, ନରମ ସ୍ୱରରେ ଇଂରାଜୀ ଭାଷାରେ କଥାବାର୍ତ୍ତା ପସନ୍ଦ ଆସିଥିଲା । କାରଣ ରାଜକୁମାରୀ ସହରରେ ରହୁଥିଲେ । ମୂଳତଃ କାଶ୍ମୀର ପଣ୍ଡିତ ପରିବାରର ଥିଲେ ରାଜକୁମାରୀ । କାଶ୍ମୀର ପଣ୍ଡିତଙ୍କର ଜବାହାର ଲାଲ ନେହେରୁ, ଇନ୍ଦିରା ଗାନ୍ଧୀଙ୍କ ସହ ସମ୍ପର୍କ ବାବଦରେ ଅବଗତ ଥିଲେ ରାଜକୁମାରୀ । ଆହୁରି ମଧ୍ୟ ଇନ୍ଦିରା ଗାନ୍ଧୀଙ୍କର ସମ୍ପର୍କୀୟ ଉଭଣୀ ଥିଲେ ରାଜକୁମାରୀ ।

ସବୁଠାରୁ ବଡ କଥା ହେଉଛି ଯେ, ବାଜପେୟୀଙ୍କ ପ୍ରେମ ସମ୍ପର୍କ ବାବଦରେ ଆରଏସଏସ ଜାଣିପାରିଥିଲା । ସେହି ସମୟରେ ବାଜପେୟୀ ଆରଏସଏସର ଜଣେ ଯୁବ ସଙ୍ଗଠକ ଥିଲେ । ଆରଏସଏସ ଚାହୁଁନଥିଲା ଯେ ରାଜକୁମାରୀଙ୍କ ସହ ମିସିବା ପରେ ବାଜପେୟୀ ଉଦାରବାଦୀ, ଧର୍ମନିରପେକ୍ଷ ହୁଅନ୍ତୁ । ତତ୍କାଳୀନ ଆରଏସଏସ ମୁଖ୍ୟ ଏମଏସ ଗୋଲଓ୍ୱାଲକର ୧୯୬୫ରେ ନାଗପୁରରୁ ଦିଲ୍ଲୀ ଯାଇ ଆରଏସଏସର ଅନ୍ୟ ନେତାଙ୍କ ସହ ଏ ବାବଦରେ ଆଲୋଚନା କରିଥିଲେ । ରାଜକୁମାରୀଙ୍କଠୁ ଅଲଗା ହେବାକୁ ମଧ୍ୟ ବାଜପେୟୀଙ୍କୁ ସେ କହିଥିଲେ । କିନ୍ତୁ ରାଜି ହୋଇନଥିଲେ ବାଜପେୟୀ । ଏହାପରଠୁ ବାଜପେୟୀଙ୍କୁ ଆରଏସଏସର କୋର୍ ଗ୍ରୁପରୁ ବାହାରେ ରଖାଯାଇଥିଲା । ଏହାସହ ଆରଏସଏସ ଓ ବାଜପେୟୀଙ୍କ ମଧ୍ୟରେ ଥିବା ସମ୍ପର୍କରେ ଅବିଶ୍ୱାସ ଜନ୍ମ ନେଇଥିଲା ।

ପୁସ୍ତକରେ ସୀତାପତି ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, କେବଳ ଆରଏସଏସର ନେତା ନୁହେଁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ମଧ୍ୟ ବାଜପେୟୀଙ୍କ ପ୍ରେମ ସମ୍ପର୍କ ବାବଦରେ ଅଜ୍ଞାତ ନଥିଲେ । କିନ୍ତୁ ଆଡଭାନୀ ସେହି ସମୟରେ ଅସନ୍ତୁଷ୍ଟ ହେଲେ ଯେତେବେଳେ ବାଜପେୟୀ ପ୍ରଧାନମନ୍ତ୍ରୀ ହେବା ପରେ ରାଜକୁମାରୀଙ୍କ ଝିଅ ଓ ଜ୍ୱାଇଁ ମଧ୍ୟ କ୍ଷମତାର ଭରପୁର ଫାଇଦା ନେଉଥିଲେ । ଆଡଭାନୀ ୨୦୦୧ରେ ଏକ ଭୋଜିରେ ବାଜପେୟୀଙ୍କ ସହ ଏ ବାବଦରେ କଥା ମଧ୍ୟ ହୋଇଥିଲେ । ଏହାର ଜବାବ ରଖିଥିଲେ ବାଜପେୟୀ । ସେ କହିଥିଲେ ଯେ, ଆରଏସଏସର କିଛି ନେତା ରାଜକୁମାରୀଙ୍କ ଝିଅ ଓ ଜ୍ୱାଇଁଙ୍କ ବାବଦରେ ଗୁଜବ ସୃଷ୍ଟି କରୁଛନ୍ତି । ଏହା ସତ୍ତ୍ୱେ ଆଡବାନୀଙ୍କ ସହ ବାଜପେୟୀଙ୍କ ମିତ୍ରତା ଜାରି ରହିଥିଲା । ସବୁକୁ ବେଖାତିର କରି ବାଜପେୟୀ ବ୍ୟକ୍ତିଗତ ଜୀବନ ସହ କର୍ତ୍ତବ୍ୟକୁ ମଧ୍ୟ ସୂଚାର ରୂପେ ପାଳନ କରିଥିଲେ ।  

   Related Posts