'୧୦ ବର୍ଷ ଧରି ଦିନକୁ ଓଳିଏ ଖାଇ ବଞ୍ଚିବାକୁ ପଡିଛି', ଭଲ ଦିନ ଆସିବା ପରେ ବି ଅତୀତକୁ ଭୁଲି ପାରି ନାହାଁନ୍ତି ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ସାରିକା

Published By : Prameya-News7 Bureau | August 25, 2020 IST

ମୁମ୍ବାଇ, ୨୫|୦୮:  ଦିନ ଥିଲା ସେ ଦିନକୁ ଦୁଇ ବେଳା ଖାଇବାକୁ ପାଉନଥିଲେ । ଥରୁଟିଏ ଖାଇ ନିଜର ଭୋକ ମେଣ୍ଟାଉଥିଲେ । ଏପରି ଦୀର୍ଘ ପ୍ରାୟ ୧୦ ବର୍ଷ ଧରି ଚାଲିଥିଲା । ଏହା ସତ୍ତ୍ୱେ ସେ ପଛକୁ ହଟିନଥିଲେ । ତେବେ ଖୋ-ଖୋ ଖେଳ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା । ଏହା ହେଉଛି ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖୋଖୋ ଖେଳାଳି ସାରିକା କାଲେଙ୍କ କଥା ।

ସାରିକା ଏବେ ମହାରାଷ୍ଟ୍ର ସରକାରରେ ଜଣେ କ୍ରୀଡା ଅଧିକାରୀ ଭାବେ କାର୍ଯ୍ୟରତ୍ତ । ସେ ୧୨ତମ ସାଉଥ୍ ଏସିଆନ୍ ଗେମସ-୨୦୧୬ ଖୋ-ଖୋରେ ଭାରତର ନେତୃତ୍ୱ ନେଇଥିଲେ । ତାଙ୍କୁ ଜାତୀୟ କ୍ରୀଡା ଦିବସ ଅଗଷ୍ଟ ୨୯ରେ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ ।

ଏହି ୨୭ ବର୍ଷୀୟା ଖେଳାଳିଙ୍କ ଜୀବନର ପ୍ରାରମ୍ଭ ବହୁ ଦୁଃଖ କଷ୍ଟରେ କଟିଥିଲା । ଏହାସତ୍ତ୍ୱେ ସେ ପଛକୁ ହଟି ନଥିଲେ । ଖେଳି ଚାଲିଥିଲେ । ସେ କହିଛନ୍ତି ଯେ, ସେ ଏବେ ମହାରାଷ୍ଟ୍ର ଓସମାନବାଦରେ କ୍ରୀଡା ଅଧିକାରୀ ଭାବେ କାର୍ଯ୍ୟରତ୍ତ । ସେ ୧୩ ବର୍ଷ ବୟସରୁ ଖେଳୁଛନ୍ତି । ତାଙ୍କ ମାଆ ଟେଲର ଭାବେ କାମ କରୁଥିଲେ । ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ମାଆଙ୍କ ରୋଜଗାରରେ ହିଁ ପରିବାରର ଗୁଜୁରାଣ ମେଣ୍ଟୁଥିଲା । ସେହି ସମୟରେ ସେ ପ୍ରତିଦିନ ଥରୁଟିଏ ଖାଉଥିଲେ । ଏପରି ୧୦ ବର୍ଷ ଧରି ଚାଲିଥିଲା । ଏତେ ବାଧା ବିଘ୍ନ ଥିଲେ ମଧ୍ୟ ପରିବାର ଲୋକେ ଖେଳରେ ବାଧା ଦେଇନଥିଲେ ।

ତେବେ ୨୦୧୬ରେ ସାରିକା ଖେଳ ଛାଡିବେ ବୋଲି ଚିନ୍ତା କରିଥିଲେ । କାରଣ ତାଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ହୋଇ ପଡିଥିଲା । ଏପରିକି ସେ ନିଜକୁ ଏକ କୋଠରୀରେ ବନ୍ଦ କରି ରଖୁଥିଲେ । କିନ୍ତୁ ତାଙ୍କ ମନ ବଦଳିଥିଲା । ସେ ପୁଣି ଖେଳିବା ଆରମ୍ଭ କରିଥିଲେ । ଗତବର୍ଷ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ଚାକିରୀ ଦିଆଯାଇଥିଲା ।

୨୦୧୬ରେ ସେ ଏସିଆନ ଖୋ-ଖୋ ଚାମ୍ପିଅନସିପରେ ଭାଗ ନେଇଥିଲେ । ଏପରିକି ଏଥିରେ ଭାରତ ବିଜୟ ଲାଭ କରିଥିଲା । ଏହାସହ ସେ ଗତ ୧୦ ବର୍ଷରେ ଅନେକ ପୁରସ୍କାର ପାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.