Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

ଅଭିନେତ୍ରୀ ହେବା ସ୍ବପ୍ନ ଭାଙ୍ଗିବା ପରେ ବିଫଳତାକୁ ସଫଳତାର ପାହାଚ କରିଥିଲେ ‘ଅନୁମିତା’: ଆଙ୍କରିଂ ଦେଇଥିଲା ସଫଳତାର ପରିଚୟ

18/10/2020 at 4:36 PM

କଟକ ୧୮/୧୦: ସ୍ୱପ୍ନ ଥିଲା ଓଲିଉଡ୍‌ର ଜଣେ ଭଲ ଅଭିନେତ୍ରୀ ହେବେ । ବିଟେକ୍‌ କରୁଥିବା ସମୟରେ ‘ରଜ କୁଇନ୍‌’ ଓ ‘କିଏ ହେବ ମୋ ହିରୋଇନ୍‌’ ରିୟଲିଟି ସୋ’ରେ ଭାଗ ନେଇଥିଲେ। ତେବେ ଭାଗ୍ୟ ସାଥ୍‌ ଦେଇନଥିଲା । ଏଥିରେ ବିଫଳ ହେବାପରେ ସାଙ୍ଗସାଥୀ ତାଙ୍କୁ ବହୁ ଟାହି ଟାପରା କରିଥିଲେ । ଜୀବନରେ ସେ କିଛି କରିପାରିବେ ନାହିଁ ବୋଲି ମଧ୍ୟ କୁହାଯାଇଥିଲା । ତେବେ ସେ ଭାଙ୍ଗି ପଡ଼ିନଥିଲେ। ଜୀବନର ଏହି ବିଫଳତାକୁ ସେ ତାଙ୍କ ସଫଳତାର ପାହାଚ କରିଥିଲେ । ଆଉ ଆଜି ସେ ଜଣେସଫଳ ଆଙ୍କର୍‌ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଏ ହେଉଛନ୍ତି ଅନୁମିତାଙ୍କ କାହାଣୀ ।

ରଜ କୁଇନ୍‌’ରେ ବିଫଳ ହେବାପରେ ଅନୁମିତା ମଡେଲିଂ କ୍ଷେତ୍ରରେ ଚେଷ୍ଟା କରିଥିଲେ। ପରେ ସେ ବିପିୟୁଟି ଦ୍ୱାରା ଆୟୋଜିତ ଫ୍ୟାସନ୍‌ ସୋ’ରେ ଶ୍ରେଷ୍ଠ ୨୦ଜଣଙ୍କ ମଧ୍ୟରେ ମନୋନୀତ ହୋଇ କ୍ୟାଟ୍‌ ୱାକ୍‌ କରିଥିଲେ । ଏହା ତାଙ୍କ ଜୀବନର ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ଥିଲା । ପରେ ସେ ‘ଆମ ସାର୍ଥକ ପରିବାର’ ସିଜନ୍‌-୧ ରିୟଲିଟି ସୋ’ ପରିଚାଳନା କରିବାର ସୁଯୋଗ ମିଳିଥିଲା ।

‘ଜି ସାର୍ଥକ ସଂସାର ଆୱାର୍ଡ’ର ରେଡ୍‌ କାର୍ପେଟ୍‌ରେ ଆଙ୍କରିଂ କରିଛନ୍ତି । ଏଥିସହ ଦୂରଦର୍ଶନରେ ‘କୃଷି ଦର୍ଶନ’, ‘ଯୁବାଲୋକ’ ଏବଂ ‘ନୁପୂର ସିନିୟର୍‌ ସିଜନ୍‌ -୨’ ଆଦି ଅନେକ ରିୟଲିଟି ସୋ’ରେ ଆଙ୍କରିଂ କରିଛନ୍ତି ।

ସେହିପରି ‘ସିନ୍ଦୁରବିନ୍ଦୁ’ ଧାରାବାହିକର ତାନିଆ ଚରିତ୍ର ତାଙ୍କୁ ଘରେ ଘରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ସେହିପରି ‘ଫ୍ରେସର୍‌’ କଲେଜ୍‌ ସୋ’ ତାଙ୍କୁ ଯୁବବର୍ଗଙ୍କ ସ୍ନେହ ଓ ଭଲପାଇବା ଆଣି ଦେଇଥିଲା ।

ନିକଟରେ ସେ ‘ଓଲିଉଡ୍‌ ସିନେମା ସୁପରଫାଷ୍ଟ୍‌’ ଫିଲ୍ମ ଅପ୍‌ଡେଟ୍‌ ସୋ’ ପରିଚାଳନା ତାଙ୍କୁ ଜଣେ ପ୍ରତିଷ୍ଠିତ ଆଙ୍କର୍‌ର ପରିଚୟ ଆଣିଦେଇଛି । ଭବିଷ୍ୟତରେ ଜଣେ ଟପ୍‌ ଆଙ୍କର୍‌ ଭାବେ ନିଜକୁ ପ୍ରତିଷ୍ଠିତ କରିବାର ଲକ୍ଷ୍ୟ ରଖିଛନ୍ତି ଅନୁମିତା ।

   Related Posts