ଅନ୍ତର୍ଜାତିକ ମହିଳା ଦିବସରେ ଜାଣନ୍ତୁ ଜଣେ ଅବହେଳିତ ମହିଳାଙ୍କ ଦୁଃଖ କାହାଣୀ

Published By : Prameya-News7 Bureau | March 08, 2019 IST

ରାଉରକେଲା ୮/୩ : ଆଜି ସାରା ବିଶ୍ବ ପାଳୁଛି ଅନ୍ତର୍ଜାତିକ ମହିଳା ଦିବସ ।ଏଥିପାଇଁ କେତେକଣ କାର୍ଯ୍ୟକ୍ରମ ବି ଚାଲିଛି । ନାରୀ ସଶକ୍ତିକରଣ ପାଇଁ ସରକାର ବହୁ ପଦକ୍ଷେପ ବି ହାତକୁ ନେଉଛନ୍ତି । ହେଲେ ଆଜିବି ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ସମାଜରେ ଅବହେଳିତ । ମହିଳା ଦିବସ ଅବସରରେ ଆସନ୍ତୁ ଦେଖିବା ରାଉରକେଲାରୁ ଏହି ରିପୋର୍ଟ ।

{"id":91744}


ଆଖିରେ ଆଖିଏ ଲୁହ । ଛାତିରେ ୧୪ବର୍ଷ ତଳର ତତଲା କୋହ । ଏ ହେଉଛନ୍ତି ଆଦିବାସୀ ମହିଳା ନନୀ ଏକ୍କା । ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଟାଇଁସର ଗାଁର ଅସହାୟ ବୃଦ୍ଧା ନନୀ । ନନୀଙ୍କ ଦୁଃଖ କହିଲେ ନସରେ । ସତେ ଯେମିତି ସେ ସମସ୍ତଙ୍କ ପାଇଁ ଅଲୋଡା । ଏବେବି ୧୪ ବର୍ଷ ତଳର କାଳକଥା ମନେ ପଡିଲେ, ଭୟରେ ଥରି ଉଠୁଛି ହୃଦୟ । ଟାଙ୍କୁରି ଉଠୁଛି ଲୋମ ।

{"id":91746}

ଆପଣ ଭାବୁଥିଲେ କଣ ଘଟିଥିଲା ନନୀଙ୍କ ସହ ! ନନୀଙ୍କ ଭୁଲ ଥିଲା କେବଳ ଏତିକି ସେ ଘରେ ପୂଜା କରୁଥିଲେ । ଗୁଜବ ହେଲା ନନୀ ଏକ୍କା ଡ଼।ହାଣୀ । ଏହାପରେ ଲୋକେ ନନୀ ଏକ୍କାଙ୍କୁ ଲଣ୍ଡା କରି, ଅଖାଦ୍ୟ ଖୁଆଇ ସାରା ରାତି ଖୋଲା ଆକାଶ ତଳେ ହାତଗୋଡ ବାନ୍ଧି ପକାଇଦେଲେ । ସକାଳ ହେବା ପରେ ବିବସ୍ତ୍ର କରି ଗାଁ ଦାଣ୍ଡରେ ବୁଲାଇଲେ । ପରେ ନନୀଙ୍କୁ ବ୍ରାହ୍ମଣୀ ନଦୀ ଆର ପାରିରେ ଛାଡିଦେଲେ । ସେତେବେଳେ ନନୀଙ୍କ ବୟସ ଥିଲା ମାତ୍ର ୩୯ ।

{"id":91745}


ଗାଁରୁ ତଡା ଖାଇଲେ ନନୀ । ଫେରିଲେ ଜୀବନରୁ ମାରି ଦେବାର ଧମକ ମିଳିଲା । ଖବର ପ୍ରଚାର ପରେ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ନନୀଙ୍କୁ ତାଙ୍କ ଗାଁ ଟାଇଁସରକୁ ଫେରାଇ ଆଣିଲେ । ଗାଁ ଲୋକଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସରକାରୀ ସହାୟତାରେ ଦିଆଯାଇଥିଲା ଖଣ୍ଡେ ଇନ୍ଦିରା ଆବାସ । ଯାହା ଏବେ ପରିତ୍ୟକ୍ତ ଅବସ୍ଥାରେ । କାଠ ହାଣି ଚଳୁଛନ୍ତି ନନୀ । ନନୀଙ୍କୁ ସମସ୍ତେ ଏବେବି ଯେମିତି ଅନ୍ୟ ଦୃଷ୍ଟିରେ ଦେଖୁଛନ୍ତି । ଯାହା ପ୍ରଶ୍ନ କରୁଛି ଶିଖିତ ସମାଜରେ ନାରୀକୁ ଏ କେମିତିଆ ସମ୍ମାନ ?

{"id":91747}


ଆଧୁନିକ ସମାଜରେ ମହିଳାଙ୍କୁ ଏପରି ବ୍ୟବହାର ଗ୍ରହଣୀୟ କି ? ଏକଥାର ବିଚାର ଆପଣମାନେ ହିଁ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.