Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଜଣେ କିନ୍ନରର କାହାଣୀ : ଭାରତ ଭୂଷଣରୁ ହୋଇଗଲେ ଭାରତୀ, ହେଲେ ପ୍ରଶାସନିକ ଅଧିକାରୀ ହେବା ଜିଦ୍‌ରେ କରୁଛନ୍ତି ସଂଘର୍ଷ

9/02/2019 at 4:48 PM

ବାଲେଶ୍ବର୯|୨: ଜଣେ କିନ୍ନର ଯେତେବେଳେ ଆପଣଙ୍କ ଆଗରେ ତାଳି ବାଡ଼େଇ ଟଙ୍କା ମାଗନ୍ତି, ତାଙ୍କୁ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରେ । ହେଲେ ସବୁ କିନ୍ନର ଯେ ପେଟ ପୋଷିବାକୁ ଏମିତି କରିଥାନ୍ତି ତାହା ନୁହେଁ, ଏମିତି ବି କିନ୍ନର ଅଛନ୍ତି ଯେଉଁମାନେ ପାଠପଢ଼ି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମଧ୍ୟ ଚେଷ୍ଟା କରିଥାନ୍ତି । ବାଲେଶ୍ବରର ଭାରତୀ କିନ୍ନରଙ୍କ କାହାଣୀ ଆପଣଙ୍କ ସବୁ ସଂଦେହକୁ ଦୂର କରିଦେବ । ତାହେଲେ ଚାଲନ୍ତୁ ଦେଖିବା ଭାରତ ଭୂଷଣରୁ ଭାରତୀ ପାଲଟିଥିବା ଜଣେ କିନ୍ନରଙ୍କ ସଂଘର୍ଷର କାହାଣୀ । …..

ଭାରତ ଭୂଷଣରୁ ଭାରତୀ କିନ୍ନର । ଏ ସଂଘର୍ଷମୟ ଜୀବନରେ ସେ କେବେ ହାରି ଯାଇ ନାହାନ୍ତିବରଂ ପ୍ରତିଟି ମୂହୁର୍ତ୍ତ ତାଙ୍କୁ ଦେଇଛି ଆଗକୁ ବଢ଼ିବାର ସାହସ ପ୍ରତିଟି ଯନ୍ତ୍ରଣା ତାଙ୍କ ପାଇଁ ପ୍ରେରଣା ହୋଇଛି । ବୟସ ଯେତେବେଳେ ୮ବର୍ଷ ହୋଇଥିଲା ସେତେବେଳେ ପୁଅ ଭାରତ ଭୂଷଣ ପାଖରେ ଅସ୍ବାଭିକ ଆଚରଣ ଦେଖି ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକ । ପୁଅ ପାଖରେ ଝିଅର ସ୍ବଭାବକୁ ସେମାନେ ପସନ୍ଦ କରିପାରୁନଥିଲେ ।

ଏସବୁ ଭିତରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଘରଛାଡ଼ି ଜଟଣୀରୁ ଚାଲିଆସିଲେ ବାଲେଶ୍ବର । ଯେଉଁଠି ଦେଖା ହେଲା ଓମ୍‌ ଲୋକନାଥ କିନ୍ନର ପରିବାର ସଂଘ ସଭାପତି ପ୍ରିୟା କିନ୍ନରଙ୍କ ସହ । ଭାରତ ଭୂଷଣଙ୍କ ଠାରୁ ସବୁ କଥା ଶୁଣିବା ପରେ ପ୍ରିୟା ତାଙ୍କୁ ଶିଷ୍ୟା ଭାବେ ଗ୍ରହଣ କଲେ । ଆଉ ସେଇ ଦିନଠାରୁ ଭାରତ ଭୂଷଣ ହୋଇଗଲେ ଭାରତୀ କିନ୍ନର । ପାଠ ପ୍ରତି ଭାରତୀଙ୍କ ଆଗ୍ରହ ଦେଖି ପ୍ରିୟା ମଧ୍ୟ ତାଙ୍କୁ ସହଯୋଗର ହାତ ବଢ଼ାଇଲେ । ଆଉ ମାଟ୍ରିକ୍‌ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍‌ କଲେ ଭାରତୀ । ପରେ ଚେନ୍ନାଇରେ ଅଟୋମୋବାଇଲ୍‌ ଇଂଜିନିୟରିଂରେ ଡିପ୍ଲୋମା କଲେଆଉ ଏବେ ସେ ତୃତୀୟ ଥର ପାଇଁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଦେବାକୁ ଫୁଲ୍‌ ଦମ୍‌ରେ ଲାଗିପଡ଼ିଛନ୍ତି । ପୂର୍ବରୁ ଦୁଇ ଦୁଇ ଥର ଓଏସ୍‌ ଦେଇ ଅସଫଳ ହୋଇଥିଲେ ମଧ୍ୟ ଏଥର ନିଶ୍ଚୟ ସକ୍‌ସେସ୍‌ ହେବେ ବୋଲି ଆଶା କରୁଛନ୍ତି ।

ସକାଳୁ ଟ୍ରେନ୍‌ରେ ବୁଲି କିଛି ଅର୍ଥ ସଂଗ୍ରହ କରିବା ପରେ ଦିନ ୧୨ଟାରୁ ରାତି ପର୍ଯ୍ୟନ୍ତ କେବଳ ପାଠପଢ଼ାରେ ହିଁ କଟେ ଭାରତୀଙ୍କ ସମୟ । ଏଥିରେ ସାଥୀ କିନ୍ନରମାନେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରନ୍ତି । ଜଣେ ପ୍ରଶାସନିକ ଅଧିକାରୀ ଭାବେ ଭାରତୀଙ୍କୁ ଦେଖିବାକୁ ଚାହାନ୍ତି ତାଙ୍କର ଗୁରୁ ପ୍ରିୟା କିନ୍ନର ।

ଅନ୍ୟର ଟାହିଟାପରାକୁ ଖାତିର ନକରି ସଂଘର୍ଷ ମୟ ଜୀବନ ଭିତରେ ନିଜ ଲକ୍ଷ୍ୟ ହାସଲ ପାଇଁ ଭରପୁର ପ୍ରୟାସ ଜାରି ରଖିଛନ୍ତି ଭାରତୀ । କୌଣସି ସରକାରୀ ପ୍ରୋତ୍ସାହନ ପାଇ ନଥିବାରୁ ମନରେ କ୍ଷୋଭ ବି ଅଛି । ଏମିତିରେ ଭାରତୀ କିନ୍ତୁ ଅନ୍ୟ କିନ୍ନରଙ୍କ ପାଇଁ ଆଦର୍ଶ ନିଶ୍ଚୟ । ଭାରତୀ ତାଙ୍କ ଲକ୍ଷ୍ୟ ହାସଲ କରନ୍ତୁ, ଏହା ହିଁ ଆମର କାମନା ।

   Related Posts