Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୮ ଜଣଙ୍କ ଜୀବନ
  • ||

୨୦ବର୍ଷ ପରେ ବି ଶିକ୍ଷକଙ୍କୁ ମିଳିନି ପେନ୍‌ସନ୍‌ , ହାତ ପାତିବାକୁ ବାଧ୍ୟ ହେଲେ…

28/07/2020 at 3:09 PM

କଟକ ୨୮।୦୭: ଖୋର୍ଦ୍ଧା ଜିଲ୍ଲା ବାଳକାଟି ୟୁଜିଏମ୍‌ଇ ସ୍କୁଲ୍‌ର ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ମିଶ୍ର । ଅବସର ନେବାକୁ ଇତିମଧ୍ୟରେ ୨୦ ବର୍ଷ ବିତି ସାରିଲାଣି । କିନ୍ତୁ ଏପର୍ଯ୍ୟନ୍ତ ପେନ୍‌ସନ୍‌ ମିଳିଲାନି । ବାରମ୍ବାର ଏବିଭାଗରୁ ସେବିଭାଗ ଦୌଡିଦୌଡି ନୟାନ୍ତ ହେଲେ । ଏବେ ପରିଣତ ବୟସରେ ଭିକ୍ଷାବୃତ୍ତି କରି ଚଳୁଛନ୍ତି । ଶିକ୍ଷକ ଶ୍ରୀ ମିଶ୍ରଙ୍କ ଏପ୍ରକାର ଦୁର୍ଦ୍ଦଶା ବିଷୟରେ ଜାଣିବା ପରେ ସମାଜସେବୀ ବି. ସ୍ୱରୂପ ସାମଲ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ଶିକ୍ଷକ ପ୍ରଫୁଲ୍ଲ ମିଶ୍ରଙ୍କୁ ତୁରନ୍ତ ପେନସନ୍‌ ପ୍ରଦାନ ଏବଂ ପେନସନ୍‌ ପ୍ରଦାନରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପିଟିସନ୍‌ରେ ପ୍ରାର୍ଥନା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଶିକ୍ଷକ ଶ୍ରୀ ମିଶ୍ର ୨୦୦୦ ମସିହାରେ ଅବସର ଗ୍ରହଣ କରିଥିଲେ । ପେନ୍‌ସନ୍‌ ପାଇଁ ସେ ବିଭିନ୍ନ ଅଫିସ୍‌ ଯାଇ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ତାଙ୍କ ସମସ୍ୟା ସଂକ୍ରାନ୍ତରେ ଜଣାଇଥିଲେ । କିନ୍ତୁ କେହି କୌଣସି ପଦକ୍ଷେପ ନେଲେନି । ଏଭଳି ସମୟରେ ତାଙ୍କର ବିବାହିତ ପୁଅ ଦୁର୍ଘଟଣାରେ ପ୍ରାଣ ହରାଇଲେ । ବୋହୂ ଘର ଛାଡ଼ି ବାପ ଘରକୁ ଚାଲିଗଲେ ।

ଆଶ୍ରୟଶୂନ୍ୟ ହୋଇ ଶେଷରେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଭିକ୍ଷାବୃତ୍ତି କରୁଛନ୍ତି । ତେଣୁ ହାଇକୋର୍ଟ ଘଟଣାରେ ହସ୍ତକ୍ଷେପ କରି ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ପେନ୍‌ସନ୍‌ ଦେବାଲାଗି ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ମାମଲାରେ ଆବେଦନକାରୀ ରାଜ୍ୟ ଗଣଶିକ୍ଷା ବିଭାଗ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଛନ୍ତି ।

   Related Posts