Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

‘ମୋ ଧନ କୁଆଡ଼େ ଗଲା ? ମୋତେ ତା ପାଖକୁ ନିଅ…’ ସେ କାନ୍ଦ ଶୁଣିଲେ ଛାତି କୋରି ହୋଇଯାଉଛି , ଲୁହ ଶୁଖୁନି

7/09/2020 at 9:02 AM

ଭୁବନେଶ୍ୱର ୦୭।୦୯: ଘର ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ୍‌ର ଏକ ଅନାମଧେୟ ଗାଁ । ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲର ସାଧାରଣ ଶଯ୍ୟାରେ ଲୋଟିଛନ୍ତି ମନ୍ଦାକିନୀ । ବାର୍ଦ୍ଧକ୍ୟ ଯୋଗୁ ଆଖି ଭିତରକୁ ପଶିଗଲାଣି । ନିର୍ଜୀବ ଭଳି ଶେଯରେ ଚିତ୍‌ ହୋଇ ପଡ଼ିଛନ୍ତି । ବୃଦ୍ଧାଙ୍କ ପଛ ଭାଗରେ ଅଧା ଖୋଲା ଏକ କାଚ ଝରକା । ଯେବେ ଦୁଲୁକାଏ ପବନ ଆସି ପିଟି ହେଉଛି ତାଙ୍କ ଦେହରେ ଜୀବନ ପଶୁଛି । ପାଟିରୁ ସ୍ୱତଃ ବାହାରି ଆସୁଛି, ମୋ ଧନ କୁଆଡ଼େ ଗଲା? ମୋତେ ତା ପାଖକୁ ନେଇଯାଅ.. । ସକାଳୁ, ରାତି ଏମିତି ବିକଳ ଆର୍ତ୍ତନାଦ ହସ୍ପିଟାଲର ନିବୁଜ କାନ୍ଥରେ ପିଟି ହୋଇ ବାରମ୍ବାର ପ୍ରତିଧ୍ୱନିତ ହେଉଛି ।

ବୃଦ୍ଧାଙ୍କ ଏଭଳି କରୁଣ ଓ କୋହଭରା ବିଳାପ ଖାଲି ନର୍ସ କି ଡାକ୍ତର ନୁହେଁ, ଅନ୍ୟ ଶଯ୍ୟାରେ ଥିବା ରୋଗୀଙ୍କୁ ବି ସ୍ତବ୍ଧ କରି ଦେଉଥିଲା। ମଝିରେ ମଝିରେ କେହି କେହି ଆସି ସାନ୍ତ୍ୱନା ଦେଉଥିଲେ। ଆତ୍ମୀୟତା ଭରା ଦୁଇ ପଦ କଥା ଶୁଣାଉଥିଲେ। ହେଲେ ମା’ ମନ ପରା, ତାକୁ କିଏ ବୁଝାଇବ। କୋଭିଡ୍‌ ହସ୍ପିଟାଲର ଏଇ ମା’ଙ୍କ କଥା ଶୁଣିବା କେଇ ଦିନ ହୋଇଗଲା। ୪ଦିନ ପରେ ତାଙ୍କ ପାଖକୁ ଯାଇ ପଚାରିଥିଲୁ। ମାଉସୀ, କାନ୍ଦୁଛୁ କାହିଁକି? କଣ ହେଇଛି ତୋର? ପୁଅ କୁଆଡ଼େ ଯାଇଛି? ଘରେ ଆଉ କିଏ ସବୁ ଅଛନ୍ତି? ପଚାରି ପଚାରି ଥକିଗଲୁ, ହେଲେ ତାଙ୍କ ପାଟିରୁ ପଦିଏ କଥା ବାହାରିଲାନି। ସେଦିନ ଫେରି ଆସିଲୁ ।

ପରଦିନ ସକାଳୁ ପୁଣି ଗଲୁ। ବୃଦ୍ଧାଜଣକ ଶେଯ ଉପରେ ହାତଯୋଡ଼ି କିଛି ଗୁଣୁଗୁଣୁ ହୋଇ ଗପି ଚାଲିଥିଲେ। ପଚାରିଲୁ, ମାଉସୀ କାହାକୁ ମୁଣ୍ଡିଆ ମାରୁଛୁ? ବୃଦ୍ଧା ଆମ ଆଡ଼କୁ ଚାହିଁ ପୁଣି ମୁହଁ ଫେରାଇ ନେଲେ। ଧୀର ସ୍ୱରରେ କହିଲେ, ଆଜି ମୋ ପୁଅର ଏକାଦଶାହ। ଗାଁରେ କର୍ମ ଚାଲିଥିବ । ମୁଁ ଏଠି ପଡ଼ିଛି ।

ପୁଅ ବିଷୟରେ ଅଧିକ ପଚାରିବାରୁ ସେ କହିଥିଲେ, ପୁଅ କଟକରେ କାମ କରୁଥିଲା। ବାହା ସାହା ହୋଇ ଭଲରେ ଚଳୁଥିଲା। କିଛି ଦିନ ତଳେ ଗାଁକୁ ଫେରିଥିଲା। ଦୁଇ ପଇସା ସଞ୍ଚିଥିଲା । ଟଙ୍କାରେ ଘର କାମ ଆରମ୍ଭ କଲା। ଛାତ ପକାଇଲା। ମେଜିଆ କଲା। ବିଲବାଡ଼ିରେ କାମ ଧନ୍ଦା ବି କରୁଥିଲା। ଆଉ କିଛି ଟଙ୍କା ସଞ୍ଚିଥିଲେ ଘର ତିଆରି ସରିଥାଆନ୍ତା। ଦିନେ ସଞ୍ଜବେଳେ ଜୋର୍‌ରେ ତାତି ଆସିଲା । ରାତି ସାରା ଜ୍ୱରରେ କମ୍ପିଲା। ୩ଦିନ ଯାଏ ଦେହରେ ଜ୍ୱର ରହିଲା। ଅଥୟ ହେବାରୁ ଡାକ୍ତରଖାନାକୁ ନେଲୁ। ଡାକ୍ତରଖାନା ଆସିବାର ଦିନକ ପରେ ତା ଜୀବନ ଚାଲିଗଲା। ହାର୍ଟ ଆଟାକ୍‌ରେ ମରିଗଲା ବୋଲି ସମସ୍ତେ କହିଲେ। ଆମ ଘରର ସମସ୍ତଙ୍କ ପରୀକ୍ଷା କଲେ । ମୋତେ କରୋନା ହେଇଛି ବୋଲି କହିଲେ। ମୋତେ ବି ଏଠାକୁ ନେଇ ଆସିଲେ। ସେବେଠାରୁ ଏଠାରେ ଅଛି ।

ଏତିକି କହି ବୃଦ୍ଧାଜଣକ ଦୀର୍ଘ ନିଶ୍ୱାସ ଛାଡ଼ିଲେ। ହଠାତ୍‌ ତାଙ୍କ ଆଖିରୁ ଲୁହ ଧାର ବହି ଆସିଲା। ମନ ଭିତରେ ଚାପି ରହିଥିବା କୋହ ଲୁହରେ ବଦଳିଗଲା। ଭୋ ଭୋଇ ହୋଇ କାନ୍ଦି ପକାଇଲେ । ମୋ ଧନର ସବୁ ରୋଗ ଠାକୁରେ ମୋତେ ଦେଇଦେଲେନି କାହିଁକି। ମୋତେ ତ’ କରୋନା ହେଲା, ତାକୁ କାହିଁକି ମାରୁଥିଲେ । ଏ ବୁଢ଼ୀଟାକୁ ମାରିଦେଲେନି।

   Related Posts