ଅଧରାତିରେ ବିବାହିତା ମହିଳାଙ୍କୁ ଧରି ପୁରୁଷବନ୍ଧୁ ଡାକ୍ତରଖାନାରେ ହଟ ହଟା, ମହିଳାଙ୍କ ସ୍ୱାମୀଙ୍କୁ ଘଟଣାସ୍ଥଳରେ ଦେଖି ଚମ୍ପଟ ମାରିଲା ଯୁବକ, ତାପରେ…

Published By : Prameya-News7 Bureau | September 16, 2019 IST

ପୁରୀ ୧୬।୯: ରାତି ପ୍ରାୟ ୩ଟା । ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲେ ଜଣେ ମହିଳା । ମହିଳା ଥିଲେ ଅସୁସ୍ଥ । ତାଙ୍କୁ ସହ ଆସିଥିଲେ ଜଣେ ଯୁବକ । ମହିଳା ଯେତିକି ବ୍ୟସ୍ତ ଥିଲେ ତାଙ୍କ ଠାରୁ ଅଧିକ ବିବ୍ରତ ହୋଇପଡୁଥିଲେ ଯୁବକ । ଡାକ୍ତରଙ୍କ ପାଖରେ ମହିଳାଙ୍କୁ ବସାଇ ଦେଇ କହିଲେ, ଆଜ୍ଞା ଦେଖିଲେ କେତେ ଶୁଖିଗଲାଣି ଇଏ । କ’ଣ ହୋଇଛି ଟିକେ ଟ୍ରିଟ୍‌ମେଣ୍ଟ କରିଦିଅନ୍ତୁ । ଏହାପରେ ଡାକ୍ତର ଟିକେଟ୍‌ ଆଣିବାକୁ ପରାମର୍ଶ ଦେଲେ । ଟିକେଟ୍‌ ଆଣିବାବେଳେ ମହିଳାଙ୍କୁ ଏବେ କେଉଁ ନାଁ ଲେଖୁଛୁ ବୋଲି ପଚାରିଥିଲେ ଯୁବକ । ଏଥିସହ ଡାକ୍ତରଙ୍କୁ କହିଲେ, ‘ସାର୍‌ ରାତି ଭିତରେ ଭଲ ହୋଇଯିବତ ।’ ଏଭଳି ଘଟଣାରେ ସନ୍ଦେହ ସୃଷ୍ଟି ହୋଇଥିଲା । ସେହି ସମୟରେ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ଗଣମାଧ୍ୟମ ପ୍ରତିନିଧି । ରହସ୍ୟ ଜାଣିବାକୁ ଉଦ୍ୟମ କରାଗଲା । ସେହି ସମୟରେ ପହଞ୍ଚିଗଲେ ମହିଳାଙ୍କ ସ୍ୱାମୀ । ଆଉ ତା’ ପରେ ଘଟିଲା ଦେଖିବା ଭଳି ଘଟଣା ।

ବାସେଳୀ ସାହି ଥାନା ଅଞ୍ଚଳର ଥିଲେ ମହିଳା । କିଛି ଦିନ ତଳେ ସେ ବିବାହ କରିଥିଲେ । କିଛିଦିନ ହେଲା ସ୍ୱାମୀଙ୍କ ସହ ତାଙ୍କର ବିଶୃଙ୍ଖଳା ଲାଗି ରହିଛି । ବିଶୃଙ୍ଖଳାର କାରଣ ପାଲଟିଛନ୍ତ ମହିଳାଙ୍କ ପୁରୁଷ ବନ୍ଧୁ । ବିବାହ ପରେ ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କକୁ ସହ୍ୟ କରିପାରୁ ନଥିଲେ ସ୍ୱାମୀ । ତେଣୁ ଦମ୍ପତିଙ୍କ ମଧ୍ୟରେ ଲାଗିଥିଲା ଝଗଡ଼ା । ଏହି ଝଗଡାକୁ କେନ୍ଦ୍ର କରି ମହିଳା ମାନସିକ ଚାପଗ୍ରସ୍ତ ରହୁଥିଲେ । ଏସବୁ ଜାଣିବା ପରେ ପୁରୁଷ ବନ୍ଧୁ ତାଙ୍କୁ ଚାପମୁକ୍ତ କରି ତାଙ୍କ ମୁହଁରେ ହସ ଫୁଟାଇବାକୁ ଯୋଜନା କରିଥିଲେ । ସ୍ୱାମୀ ବେସରକାରୀ ଚାକିରି କରୁଥିବାବେଳେ ରାତି ଡ୍ୟୁଟି କରନ୍ତି । ତେଣୁ ଘରୁ ସ୍ୱାମୀ ପଳାଇବା ପରେ ପୁରୁଷ ବନ୍ଧୁ ପହଞ୍ଚି ଯାଉଥିଲେ । କିଛି ଦିନ ଧରି ଏମିତି ଚାଲୁଥିଲା । ପଡୋଶୀମାନେ ଟୁପୁରୁଟାପୁରୁ ହେଲେ । କଥା ସ୍ୱାମୀଙ୍କ କାନକୁ ଗଲା । ଏହାକୁ ବିରୋଧ କରିବାରୁ ସ୍ୱାମୀଙ୍କୁ ନାଲି ଆଖି ଦେଖାଇ ତାଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠାଇଲେ ଆଇନ୍‌ର ଆଶ୍ରୟ ନେବେ ବୋଲି ଧମକ ଦେଉଥିଲେ ମହିଳା ।

ଶନିବାର ରାତି । ସ୍ୱାମୀଙ୍କ ଅନୁପସ୍ଥିତିରେ ଘରେ ପହଞ୍ଚିଗଲେ ମହିଳାଙ୍କ ପୁରୁଷ ବନ୍ଧୁ । କିନ୍ତୁ ହଠାତ୍‌ ବିଳମ୍ବିତ ରାତିରେ ଅସୁସ୍ଥ ହୋଇଗଲେ ମହିଳା । ଖସି ପଳାଇବାକୁ ଉଦ୍ୟମ କଲେ ଯୁବକ । ହେଲେ ଡାକ୍ତରଖାନା ନେବାକୁ ବାଧ୍ୟ କଲେ ମହିଳା । ତେଣୁ ମହିଳାଙ୍କୁ ଡାକ୍ତରଖାନା ନେଇ ଆସିଥିଲେ ଯୁବକ । ଏତେ ରାତିରେ ଡାକ୍ତରଖାନା ନେବା ଘଟଣା ପଡୋଶୀ ଜାଣିପାରି ମହିଳାଙ୍କ ସ୍ୱାମୀଙ୍କୁ ଦେଇଥିଲେ ଖବର । ଖବର ପାଇ ଡ୍ୟୁଟି ଛାଡି ସିଧା ଡାକ୍ତରଖାନା ଦୌଡିଲେ ସ୍ୱାମୀ । ସେପଟେ ସ୍ୱାମୀ ଘରକୁ ଫେରିବା ପୂର୍ବରୁ ମହିଳା ସୁସ୍ଥ ହେବା ଜରୁରି ବୋଲି ବିକଳ ହୋଇପଡୁଥିଲେ ମହିଳା ଓ ତାଙ୍କ ପୁରୁଷ ବନ୍ଧୁ । ଠିକ୍‌ ସେହି ସମୟରେ ପହଞ୍ଚିଗଲେ ମହିଳାଙ୍କ ସ୍ୱାମୀ । ତାଙ୍କୁ ଦେଖି ଯୁବକ ଖସିଯିବାକୁ ଉଦ୍ୟମ କରିଥିଲେ । ଠିକ୍‌ ସେତିକିବେଳେ ମହିଳାଙ୍କ ସ୍ବାମୀ ଯୁବକକୁ ମାଡି ବସିଲେ ଆଉ ପଚାରିଥିଲେ, କିରେ ମୋ ସ୍ତ୍ରୀକୁ ଧରି ତୁ କୁଆଡେ ବୋଲି ପଚାରିଥିଲେ। କିଛି ଉତ୍ତର ଦେଇ ନପାରି ହଡ଼ବଡେଇଗଲେ ଯୁବକ । ଏହାପରେ ଧସ୍ତାଧସ୍ତି ପରେ ଯୁବକ ଖସିପଳାଇବାରେ ସକ୍ଷମ ହେଲେ । ଶେଷରେ ନିସ୍ତୁକ ଛେଚା ଖାଇଲେ ମହିଳା । ଘରକୁ ଚାଲ୍‌ କହି ମହିଳାଙ୍କୁ ଚିକିତ୍ସା ବଦଳରେ ସାଥୀରେ ନେଇ ପଳାଇଥିଲେ ତାଙ୍କ ସ୍ୱାମୀ । ଆଉ ଯିବାବେଳେ ସମସ୍ତ ଘଟଣାକୁ ବଖାଣିବାକୁ ସେ କୁଣ୍ଠାବୋଧ କରିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.