Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମାଆ ନାହିଁ-ବାପା ନାହିଁ, ଭାତ ପାଇଁ ଚାଉଳ ନାହିଁ : ଭୋକରେ ଆଉଟୁପାଉଟୁ ୩ ଅନାଥ ଭାଇ ଭଉଣୀଙ୍କ କଷ୍ଟ ଦେଖିଲେ ଛାତି…

8/08/2020 at 10:07 PM

ଆନନ୍ଦପୁର,୦୮|୦୮ : ଆରପାରିକୁ  ପ୍ରଥମେ ଚାଲିଗଲା ମାଆ । ତାପରେ ଏଇ କିଛିଦିନ ତଳେ ବାପା ବି ଚାଲିଗଲେ । ଅନାଥ ୩ ଶିଶୁଙ୍କ ମୁଣ୍ଡ ଉପରେ ଛିଡି ପଡିଲା ଦୁଃଖର ପାହାଡ । ଭୋକରେ ଆଉଟୁପାଉଟୁ ଅସହାୟ ତିନି ଶିଶୁଙ୍କୁ ମୁହଁରେ ଆହାର ଦେବ କିଏ । ଚୁଲି ଚାଳ ଅଛି କିନ୍ତୁ ନାହିଁ ଚାଉଳ । ଭବିଷ୍ୟତ ଅନିଶ୍ଚିତ ।

ନା ପେଟକୁ ଦିଓଳି ଦିମୁଠା ଦାନା ଅଛି ନା ପାଠପଢିବାର ସ୍ବପ୍ନ ଦେଖିପାରୁଛନ୍ତି ଏମାନେ । ବୟସ ହୋଇ ନଥିବାରୁ ମୂଲ ମଜୁରୀ ଲାଗି ପେଟ ପୋଷିବାକୁ ମଧ୍ୟ ଅକ୍ଷମ । ତିନି ଅନାଥ ଭାଇ ଭଉଣୀଙ୍କ ଭବିଷ୍ୟତକୁ ନେଇ ଏବେ ଉଠୁଛି ଅନେକ ପ୍ରଶ୍ନ । ସରକାରୀ ସହାୟତା ମିଳିଲେ , ହୁଏତ ଏମାନଙ୍କ ବଦଳି ଯାଇପାରେ ଭାଗ୍ୟ । ଆନନ୍ଦପୁର ବ୍ଲକ୍ ସୁନ୍ଦୁରିଆ ଗ୍ରାମର ସ୍ୱର୍ଗତ କାହ୍ନୁଚରଣ ପିଙ୍ଗୁଆଙ୍କ ତିନି ଅନାଥ ସନ୍ତାନଙ୍କ ଦୁଃଖ ଯନ୍ତ୍ରଣାର କାହାଣୀ କଠୋର ହୃଦୟକୁ ବି କୋରି ପକାଇବ ।

ତିନି ଭାଇ ଭଉଣୀ ପିଣ୍ଡାରେ ବସି ଗୋଟିଏ ବେଲାରେ ଖାଉଛନ୍ତି । ପଖାଳ ଭାତ ସାଙ୍ଗକୁ ସଜନା ଶାଗ ।ଏମାନଙ୍କ ପେଟରେ ଭୋକ ଅଛି , ହେଲେ ହାଣ୍ଡିରେ ତିନି ଜଣଙ୍କ ପେଟ ପୁରିବା ମୁତାବକ ଭାତ ଆଉନାହିଁ । ଏହି ୩ ଭାଇ ଭଉଣୀଙ୍କ ମାଆ ପାଞ୍ଚ ବର୍ଷ ତଳେ ପ୍ରଥମେ ଚାଲିଗଲେ ଆରପାରିକୁ ।ଏବେ କିଛିଦିନ ତଳେ କିଡନୀ ଖରାପ ହେବାରୁ ବାପା ମଧ୍ୟ ଆରପାରିକୁ ଚାଲିଗଲେ । ଏବେ ଦୁନିଆଁ ରେ ଅନାଥ ହୋଇ ରହିଗଲେ ତିନି ଭାଇ ଭଉଣୀ ।

ଗାଁ ଲୋକଙ୍କ କହିବା ଅନୁଯାୟୀ ସୁନ୍ଦୁରିଆ ଗାଁର କାହ୍ନୁ ଚରଣ ପିଙ୍ଗୁଆ ନିଜ ପିଲାଙ୍କୁ ଅତି ସ୍ନେହ ଓ ଆଦରରେ ରଖିଥିଲେ । ସ୍ତ୍ରୀ ମେତର ଦେହାନ୍ତ ପରେ ପେଶାରେ ଡ୍ରାଇଭର କାହ୍ନୁ ପିଲାଙ୍କ ପାଇଁ ନିଜ ବୃତିକୁ ଛାଡି ପିଲାଙ୍କ ପାଖରେ ରହି ମୁଲ ମଜୁରୀ କରୁଥିଲେ । ହେଲେ ପିଲାଙ୍କ ଲାଳନ ପାଳନ ଓ ପାଠପଢ। କୈଣସିଥିରେ ଉଣା କରିନଥିଲେ । ତାଙ୍କ ଦେହାନ୍ତ ପରେ ତିନି ପିଲାଙ୍କ ପାଇଁ ପାଠପଢା ତ ଦୂରର କଥ।, ପେଟକୁ ଦିଓଳି ମୁଠାଏ ଦାନା ମିଳିବା ମଧ୍ୟ ଏକ ପ୍ରକାର ମୁସ୍କିଲ୍ ହୋଇଯାଇଛି । ରାସନ କାର୍ଡରେ ମିଳିଥିବା ୨୫କିଲୋ ଚାଉଳକୁ ନେଇ ଜଗିରଖି ଚଳୁଛନ୍ତି ୩ ଭାଇ ଭଉଣୀ । ସାହି ପଡିଶା ଦୟାଦେଖାଇ କିଛି ଦେଇଦେଲେ ତ ଭଲ , ନହେଲେ ଶାଗ ପଖାଳରେ ଭୋକ ମେଣ୍ଟାଉଛନ୍ତି । ବଡ ପୁଅର ବୟସ ୧୩ ବର୍ଷ । ଗାଁ ସ୍କୁଲରେ ପାଠ ପଢୁଥିଲ। । ମୃତ୍ୟୁ ପୂର୍ବରୁ ବାପା ଘରପାଖ ଖେତରେ ଧାନ ଫସଲ କରିଥିଲେ । ତେବେ ଖେତ କାମ ଆରମ୍ଭ ନ ହେଉଣୁ ଚାଲିଗଲେ । ପିଲାଙ୍କ ର୍ଦୁଦଶା ଦେଖି ଏ ବର୍ଷ ର ଚାଷ କାମରେ ପଡିଶା ଲୋକେ ସାହାଯ୍ୟ କରୁଛନ୍ତି ।

ମଝିଆଁ ୯ ବର୍ଷ ର ଝିଅ ସୋମବାରୀ ମଧ୍ୟ ୪ର୍ଥ ଶ୍ରେଣୀରେ ପଢେ । ଏବେ ସେ ଘରର ରୋଷେଇ ଦାଇତ୍ୱ ସମ୍ଭାଳୁଛି । ସାନ ପୁଅ ମାନସିଂ ବୟସ ୭ ବର୍ଷ ,ସେ ତ। ବଡ ଭଉଣୀକୁ ରୋଷେଇରେ ସହଯୋଗ କରୁଛି । ବାପ।ଙ୍କ ମୃତ୍ୟୁ ପରେ ଏମାନଙ୍କର ବଦଳି ଯାଇଛି ଜୀବନ । ତେବେ ଆଗକୁ ଏମାନଙ୍କ ଭବିଷ୍ୟତ କଅଣ ତାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ମ। ବାପ ଛେଉଣ୍ଡ ପିଲାଙ୍କୁ ପ୍ରଶାସନିକ ସହାୟତା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଅସହାୟ ଅନାଥ ଏହି ତିନି ଭାଇ ଭଉଣୀଙ୍କ ଭବିଷ୍ୟତ ବିଷୟ ନେଇ ଆନନ୍ଦପୁର ବିଡିଓ ଙ୍କୁ ଭେଟିଥିଲେ ଆମ ପ୍ରତିନିଧି । ଲକଡାଉନ୍ କଟକଣ।ପରେ ସେମାନଙ୍କୁ ଆବାସିକ ବିଦ୍ୟାଳୟରେ ଭର୍ତ୍ତିକରି ସେମାନଙ୍କ ପାଠପଢା ଦାଇତ୍ୱ ପ୍ରଶାସନ ହାତକୁ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ବିଡିଓ । ଏଥିସହ ପରିବାରର ନିର୍ମାଣାଧିନ ସରକାରୀ ଆବାସ ପାଇଁ ମଧ୍ୟ ସହାୟତାର ପ୍ରତିଶୃତି ବିଡିଓଙ୍କ ଠାରୁ ମିଳିଛି । ତେବେ କରୋନା କଟକଣା ଭିତରେ ଏବେ ସାହାଯ୍ୟକୁ ଅନାଇଁ ବସିଛନ୍ତି ଏହି ଛୋଟ ପିଲା ।

   Related Posts