ବଜାରକୁ ଆସୁଛି ରୟାଲ୍ ଏନଫିଲଡର ନୂଆ CLASSIC-350, ରହିଛି ଦମଦାର ଫିଚର୍ ସହିତ ଆକର୍ଷଣୀୟ ଲୁକ୍

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦/୧୧ : ରୟାଲ ଏନଫିଲ୍ଡର କ୍ଲାସିକ୍ ୩୫୦ ମଡେଲ କମ୍ପାନୀର ଅଧିକ ବିକ୍ରି ହେଉଥିବା ବାଇକ ମଧ୍ୟରୁ ଅନ୍ୟତମ । ଏହି ବାଇକର ରେଟ୍ରୋ ଡିଜାଇନ୍ ଏବଂ ଇଞ୍ଜିନ୍ ଗ୍ରାହକଙ୍କୁ ବେଶ ପସନ୍ଦ । କିନ୍ତୁ ଏବେ କମ୍ପାନୀ ସେହି ବାଇକ​‌ରେ କିଛିଟା ଅଦଳବଦଳ କରିବାକୁ ଯାଉଛି । ଯେଉଁଥିରେ ଅନେକ ଗୁଡିଏ ନୂଆ ପିଚର୍ସ ସାମିଲ ହେବ । ତେବେ ଆସନ୍ତା ବର୍ଷ  ମାର୍ଚ୍ଚ କିମ୍ବା ଏପ୍ରିଲରେ ହିଁ କ୍ଲାସିକ୍ ୩୫୦ର ନୂଆ ମଡେଲ ଲଞ୍ଚ ହେବ ।

ଯଦି ତୁଳନା କରଯାଏ କ୍ଲାସିକ୍ ୩୫୦, ଜାଭା କ୍ଲାସିକ୍, ହୋଣ୍ଡା ହାଇନେସ୍ ଏବଂ ବେନେଲୀ ଏମ୍ପୋରିୟଲ ୪୦୦ ଭଳି ବାଇକ୍ ସହିତ ରହିବ । କିଛି ଦିନ ତ​‌ଳେ ଏହାର ପ୍ରୋଟଟାଇପ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ନୂଆ ରୟାଲ ଏନଫିଲଡ୍ ବାଇକର ଡିଜାଇନ ସାମ୍ନାକୁ ଆସିଛି । ନୂଆ କ୍ଲାସିକରେ ମେଟୋର ୩୫୦ ଭଳି ଡିଜାଇନ ଏଲିମେଣ୍ଟ ଦେଖିବାକୁ ମିଳିବ । କମ୍ପାନୀ ଥଣ୍ଡରବାର୍ଡ ୩୫୦ ରିପ୍ଲେସ୍ କରି ମିଟିୟୋର ୩୫୦ ବାଇକ ଲଞ୍ଚ କରିଛି । ସେଥିରେ ମଧ୍ୟ ଅନେକ ଗୁଡିଏ ନୂଆ ଫିଚର୍ସ ଦେଖିବାକୁ ମିଳିବ ।

ମେଟେର୍ ୩୫୦ ପରି ନୂଆ କ୍ଲାସିକ୍ ୩୫୦ରେ ଗୋଟିଏ ୩୪୯ ସିସି ସିଙ୍ଗଲ୍ ସିଲିଣ୍ଡର ଏୟାର-ଅଏଲ କୁଲ୍ ଇଞ୍ଜିନ୍ ଦିଆଯିବ । ଯାହାକି ବର୍ତ୍ତମାନର ୩୪୬ ସିସି ଏୟାର-କୁଲ ଇଞ୍ଜିନକୁ ବଦଳାଇବ । ମିଟିୟୋର ୩୫୦ ବାଇକର ଇଞ୍ଜିନ୍ ପ୍ରାୟ ୨୦ VHP ଏବଂ ଟର୍କ 27Nm ର ଶକ୍ତି ଜେନେରେଟ କରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.