୨୪ ଘଣ୍ଟାରେ ଟଳିଲେ ୩୦୦ ଆତଙ୍କବାଦୀ : ଆଫଗାନିସ୍ତାନରେ ତାଲିବାନୀଙ୍କ ପାଇଁ କାଳ ସାଜିଛି ସେନା

Published By : Prameya-News7 Bureau | July 04, 2021 IST

କାବୁଲ ୪/୭: ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ ସେନାର ସଫେଇ ଅଭିଯାନ କାର୍ଯ୍ୟ ଚାଲିଛି । ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶରେ ସରକାରୀ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟର ବେଳେ ୩୦୦ ରୁ ଅଧିକ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଗତ ୨୪ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ପ୍ରଦେଶରେ ସୁରକ୍ଷା ବାହିନୀ ୩୦୦ ରୁ ଅଧିକ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ।

wp:gallery {"ids":[475337],"linkTo":"none"} /wp:gallery

ଆଫଗାନିସ୍ତାନର ଦକ୍ଷିଣ ପ୍ରଦେଶର ହେଲମାଣ୍ଡରେ ଶନିବାର ଦିନ ସକାଳେ ବିଭିନ୍ନ ଏୟାର ଷ୍ଟ୍ରାଇକରେ ଅନେକ ଆତଙ୍କବାଦୀ ନିହତ ହୋଇଥିଲେ । ହେଲମାଣ୍ଡରେ ତାଲିବାନ ଆତଙ୍କବାଦୀ ଏବଂ ସରକାରୀ ସୁରକ୍ଷା ବାହିନୀ ମଧ୍ୟରେ ନିୟମିତ ସଂଘର୍ଷ ହେଉଛି । ହେଲମାଣ୍ଡର ପ୍ରାଦେଶିକ ପରିଷଦର ସଦସ୍ୟ ଅଟ୍ଟୁଲ୍ଲା ଆଫଗାନିସ୍ତାନ କହିଛନ୍ତି ଯେ ଆଫଗାନିସ୍ତାନର ବାୟୁସେନା ତାଲିବାନ ପଦବୀ ଉପରେ ଗତ କିଛି ଦିନ ହେବ ଏୟାର ଷ୍ଟ୍ରାଇକକୁ ଜୋରଦାର କରି ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିଛି ।

ତେବେ ତାଲିବାନ ଆଫଗାନିସ୍ତାନ ସରକାରଙ୍କ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା । ସୂଚନା ଥାଉକି, ଜୁଲାଇ ୧ ରୁ ଆମେରିକା ପ୍ରାୟ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛି । ସେବେଠାରୁ ଦୁର୍ଗମ ଗ୍ରାମାଞ୍ଚଳରେ ଆଫଗାନିସ୍ତାନ ସେନା ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ତାଲିବାନ ଆତଙ୍କବାଦୀମାନେ ମଧ୍ୟ ସରକାରୀ ବାହିନୀକୁ ଟାର୍ଗେଟ କରି ବିଭିନ୍ନ ଜିଲ୍ଲାରେ ଆକ୍ରମଣ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.