ମିଷ୍ଟ୍ରି ଗାର୍ଲ ବାରବରା ଜରାବିକାଙ୍କ ଦାବି : ମୋ ପାଇଁ ହୋଟେଲରେ ରୁମ ବୁକ୍ କରିଥିଲେ ଚୋକସୀ, ମେହୁଲରୁ ବନିଯାଇଥିଲେ 'ରାଜ୍'

Published By : Prameya-News7 Bureau | June 09, 2021 IST

ନୂଆଦିଲ୍ଲୀ ୯/୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ନେଇ ଦିନକୁ ଦିନ ନୂଆ ନୂଆ ବିବାଦ ବଢିବାରେ ଲାଗିଛି । ନିଜକୁ ଚୋକସିଙ୍କ ଗର୍ଲଫ୍ରେଣ୍ଡ ବୋଲି ଦାବି କରୁଥିବା ବାରବରା ଜରାବିକା ନୂଆ ଖୁଲ୍ଲାସା କରିଛନ୍ତି ଯାହାକି ଚୋକସିଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ । ବାରବରା ଦାବି କରିଛନ୍ତି ଯେ ଚୋକ୍ସି ତାଙ୍କ ପାଇଁ ଏକ ହୋଟେଲରେ ରୁମ୍ ବୁକ୍ କରିବା ସହ ବିମାନ ଟିକେଟ ପାଇଁ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ ।

ବାରବରା ଆହୁରି ମଧ୍ୟ କହିଛନ୍ତି ଯେ ସେ ଚୋକସିଙ୍କ ସହ ବନ୍ଧୁ ଭଳି ରହିବା ସହ ତାଙ୍କୁ ବ୍ୟବସାୟ ଉପରେ ଧ୍ୟାନ ଦେବାକୁ ମଧ୍ୟ କହୁଥିଲେ । ଜରାବିକା କହିଛନ୍ତି ଯେ ସେ ପ୍ରାୟତଃ ଚୋକ୍ସିଙ୍କ ସହ କଫି ପିଇବାକୁ ଯିବା ସହ, ସନ୍ଧ୍ୟାରେ ଚାଲିବା ଏବଂ ଡିନର ବି କରିବାକୁ ଯାଉଥିଲେ । ତେବେ ବାରବାରାଙ୍କ ସମ୍ପର୍କ ରଖିବାକୁ ଚୋକସୀ ନିଜର ନା ବି ବଦଳାଇବାକୁ ପଛାଇ ନଥିଲେ । ନିଜର ଆଖପାଖ ଲୋକଙ୍କ ପାଇଁ ସେ ମେହୁଲରୁ ରାଜ ବନଯାଇଥିଲେ ।

ମିଷ୍ଟ୍ରି ଗାର୍ଲ ଜରାବିକା କହିଛନ୍ତି, 'ସେ ମୋ ଘରକୁ ମଧ୍ୟ ଆସୁଥିଲେ । ମୁଁ ସବୁବେଳେ ଆମର ସମ୍ପର୍କକୁ ବନ୍ଧୁତ୍ୱରେ ସୀମିତ ରଖିବାକୁ ଚାହୁଁଥିଲି କିନ୍ତୁ ମେହୁଲ ଚୋକସି ମୋତେ ହୋଟେଲ ରୁମ ବୁକ୍ କରିବାକୁ କିମ୍ବା ମୋ ଉଡ଼ାଣ ପାଇଁ ଦେୟ ଦେବାକୁ କହୁଥିଲେ । ତଥାପି, ମୁଁ ଏହି ସମସ୍ତ ଅଫରଗୁଡିକୁ ପ୍ରତ୍ୟାଖ୍ୟାନ କରିଥିଲି କାରଣ ମୁଁ ଜାଣେ ଏହା ଆଶା ବଢିବା ସହ ଲୋକେ ଆମ ସମ୍ପର୍କକୁ ଭୁଲ ବୁଝିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.