Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବଲିଉଡରେ କରୋନା ପ୍ରହାର : OTT ପ୍ଲାଟଫର୍ମରେ ରିଲିଜ ହେବ ବଡ ବଜେଟ୍ ଫିଲ୍ମ

1/05/2021 at 12:15 PM

ମୁମ୍ୱାଇ୧/୫ : ବଲିଉଡରେ ପଡିଛି ମହାମାରୀର ସାଇଡ ଇଫେକ୍ଟ । ଦୀର୍ଘ ବର୍ଷେରୁ ଅଧିକ ହେବ ବଡ ପରଦାରେ ରିଲଜ ହୋଇପାରୁନି ଅର୍ଦ୍ଧାଧିକ ଫିଲ୍ମ । ଏମିତି ସମୟ ପଡିଛି ଯେ ଦର୍ଶକଙ୍କ ସହ ଫିଲ୍ମ ନିର୍ମାତାମାନେ ଚିନ୍ତାରେ ପଡିଯାଇଛନ୍ତି । ଆସନ୍ତା ମାସରେ ବି ଅନେକ ଚଳଚିତ୍ର OTT ପ୍ଲାଟଫର୍ମରେ ରିଲିଜ ହେବା ଅପେକ୍ଷାରେ ଅଛି । ତେବେ ଏହି ଲିଷ୍ଟରେ ସାମିଲ ହୋଇଛି ସଲମାନଙ୍କ ବହୁ ପ୍ରତିକ୍ଷୀତ ଚଳଚିତ୍ର ରାଧେ । କେବଳ ରାଧେ ନୁହେଁ ଫରହାନ ଅଖତରଙ୍କ ତୁଫାନ ବି ରିଲିଜ ଅପେକ୍ଷାରେ ଅଛି ।

ଆସନ୍ତା ୯ ତାରିଖରେ ଡିଜନୀ ହଟଷ୍ଟାରରେ ଆସିବ ଅକେଲେ ହମ ଭି ଅକେଲେ ତୁମ ଭି । ମେ ୯ରେ ଏହା ଛୋଟ ପରାଦକୁ ଆସିବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହରିଶ ବ୍ୟାସ୍ । ତେବେ ଏହାର ଲିଡରେ ଅଛନ୍ତି ଅଂଶୁମାନ ଝା ଏବଂ ଜରିନ୍ ଖାନ୍ । ଫିଲ୍ମର କାହାଣୀ ହୋମ ସେକ୍ସ ଉପରେ ଆଧାରିତ । ଜଣେ ଯୁବକ ଓ ଲେସବିୟାନ ଝିଅର କାହାଣୀ ଦେଖିବାକୁ ମିଳିବ ଏହି ଫିଲ୍ମରେ ।

ସେହିଭଳି ୧୩ ମେରେ ଛୋଟ ପରଦା ତଥା ଥିଏଟରରେ ଆସିବ ସଲ୍ଲୁ ମିଆଁଙ୍କ ବହୁ ପ୍ରତିକ୍ଷୀତ ରାଧେ ୟୋର ମୋଷ୍ଟ ଓ୍ୱାଣ୍ଟେଡ୍ । ପିଲ୍ମରେ ସଲମାନଙ୍କ ସମେତ ଦିଶା ପଟାନୀ, ରଣଦୀପ ହୁଦା, ଏବଂ ଜ୍ୟାକି ଶ୍ରଫ୍ ନଜର ଆସିବେ । ପିଲ୍ମର ୨ ଗୀତ ରିଲିଜ ପୂର୍ବରୁ ଚାର୍ଟ ବଷ୍ଟରରେ ହିଟ୍ ହୋଇଗଲାଣି । ଫିଲ୍ମଟି ଥିଏଟର୍ସ ଏବଂ ଜି୫ ପ୍ଲକ୍ସରେ ରିଲିଜ ହେବ । ତେବେ ଦର୍ଶକଙ୍କୁ ଏହି ଫିଲ୍ମ ଦେଖିବା ପାଇଁ ପେ କରିବାକୁ ପଡିବ ।

ସେହିପରି ୧୪ ମେରେ ରିଲିଜ ହେବ ଫିଲ୍ମ ସିନେମା ବନ୍ଦୀ । ନେଟ ଫ୍ଲିକ୍ସରେ ଫିଲ୍ମଟି ରିଲିଜ ହେବ । ରାଜ ଆଣ୍ଡ ଡି.କେ ନିର୍ଦ୍ଦେଶିତ ଏହି ଫିଲ୍ମଟି କିଛି ଯୁବକଙ୍କ ଫିଲ୍ମ ନିର୍ଦ୍ଦେଶନା ଶୈଳୀ ଉପରେ ଆଧାରିତ । ରିଲିଜ ପୂର୍ବରୁ ଲୋକଙ୍କୁ ଏହାର ଟ୍ରେଲର ବେଶ୍ ପସନ୍ଦ ଆସିଛି । ସେହିପରି ୧୯୮୪ ଓ୍ୱଣ୍ଡର ଓ୍ୱମେନ ବି ରିଲିଜ ଅପେକ୍ଷାରେ ରହିଛି । ମେ ୧୫ ରେ ଆମାଜନ ପ୍ରାଇମରେ ମୁକ୍ତିଲାଭ କରବି । ଗେଲ ଗ୍ରେଟେଡ୍ ଷ୍ଟାରର ଗତବର୍ଷ ସିନେମା ହଲରେ ରିଲିଜ ହୋଇଥିଲା । ତେବେ କୋଭିଡ କାରଣରୁ ଦର୍ଶକ ଫିଲ୍ମର ମଜା ନେଇପାରିନଥିଲେ । ସେଥିପାଇଁ ପୁଣିଥରେ ଓଟିଟି ପ୍ଲାଟଫର୍ମରେ ଫିଲ୍ମଟି ରିଲିଜ ହେବାକୁ ଯାଉଛି ।

ସେହିପରି ୧୯୮୪ ଓ୍ୱଣ୍ଡର ଓ୍ୱମେନ ବି ରିଲିଜ ଅପେକ୍ଷାରେ ରହିଛି । ମେ ୧୫ ରେ ଆମାଜନ ପ୍ରାଇମରେ ମୁକ୍ତିଲାଭ କରବି । ଗେଲ ଗ୍ରେଟେଡ୍ ଷ୍ଟାରର ଗତବର୍ଷ ସିନେମା ହଲରେ ରିଲିଜ ହୋଇଥିଲା । ତେବେ କୋଭିଡ କାରଣରୁ ଦର୍ଶକ ଫିଲ୍ମର ମଜା ନେଇପାରିନଥିଲେ । ସେଥିପାଇଁ ପୁଣିଥରେ ଓଟିଟି ପ୍ଲାଟଫର୍ମରେ ଫିଲ୍ମଟି ରିଲିଜ ହେବାକୁ ଯାଉଛି ।

ଅର୍ଜୁନ କାପୁର ଅଭିନୀତ ସରଦାର ଗ୍ରାଣ୍ଡସନ ମେ ୧୮ରେ ପରଦାକୁ ଆସିବ । ଅର୍ଜୁନଙ୍କ ବ୍ୟତୀତ ଫିଲ୍ମରେ ଷ୍ଟାରକାଷ୍ଟରେ ଅଛନ୍ତି ରକୁଲ ପ୍ରିତ, ନୀନା ଗୁପ୍ତା, ଜନ୍ ଆବ୍ରାହମ୍ ଓ ଅଦିତି ରାଓ ହାଇଦ୍ରି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ମେ ୨୧ରେ ବି ଛୋଟ ପରଦାରେ ମୁକ୍ତିଲାଭ କରିବ ଆକ୍ଟର ତଥା ଡାଇରେକ୍ଟର ଫରହାନ ଅଖତର ।

ଦୀର୍ଘ ସମୟ ପରେ ପୁଣିଥରେ ଦର୍ଶକଙ୍କ ପାଇଁ ଗୋଟିଏ ଭଲ ଷ୍ଟୋରୀ ନଜର ଆସୁଛନ୍ତି ଫରହାନ । ଗତବର୍ଷ ଫିଲ୍ମଟି ରିଲିଜ ହେବାର ଥିଲା । କିନ୍ତୁ କୋଭିଡ ପାଇଁ ଥିଏଟରରେ ରିଲିଜ ହୋଇପାରନଥିଲା। ଏବର୍ଷ ଛୋଟ ପରଦାରେ ଅର୍ଥାତା ଆମାଜନ ପ୍ରାଇମରେ ରିଲିଜ ହେବ । ରାକେଶ ଓମ ପ୍ରକାଶ ମେହେରା ପ୍ରଯୋଜିତ ଏହି ଫିଲ୍ମରେ ପରେଶ ରାଓ୍ୱଲ କୋଚ୍ ଭୂମିକାରେ ନଜର ଆସିବେ ।

   Related Posts