ଚୀନ ଟିକା ନେଇ ଫସିଗଲେ : ଇଣ୍ଡୋନେସିଆରେ ଡବଲ ଡୋଜ ନେଇ ବି ବଞ୍ଚିପାରିଲେନି ଡାକ୍ତର, ହେଲଥ ଓ୍ୱାର୍କର, ଦେଶରେ ବଢିଲା ସଂକ୍ରମଣ

Published By : Prameya-News7 Bureau | June 26, 2021 IST

ଇଣ୍ଡୋନେସିଆ୨୬/୬ : ଜୀବନ ନେଲା ଚୀନରେ ନିର୍ମିତ କୋଭିଡ ଟିକା । ସିନୋଭାକ୍ ନେବା ପରେ କୋଭିଡ ସେଣ୍ଟରରେ ଅନେକ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ଅସୁସ୍ଥ ହୋଇପଡିବା ସହ କେତେକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି ଯେ ଇଣ୍ଡୋନେସିଆ ମେଡିକାଲ୍ ଆସୋସିଏସନ୍ ୨୦ ଜଣ ଡାକ୍ତରଙ୍କୁ ଚିହ୍ନଟ କରିଛି ଯେଉଁମାନେ ମହାମାରୀ ଆରମ୍ଭରୁ ସିନୋଭାକ୍ ଟିକା ନେବା ପରେ ତାଙ୍କର ମୃତ୍ୟୁ ହୋଇଛି ।

କେବଳ ସେତିକି ନୁହେଁ, ଗତ ୫ ମାସ ମଧ୍ୟରେ ପ୍ରାଣ ହରାଇଥିବା ଅନ୍ୟ ୩୧ଜଣଙ୍କର ଟୀକାକରଣ ସ୍ଥିତି ମଧ୍ୟ ଯାଞ୍ଚ କରାଯାଉଛି । ସୂଚନା ମୁତାବକ, ସିନୋଭାକ୍ ଟିକା ନେବା ପରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଡକ୍ଟର ସୁହେନ୍ଦ୍ର ସିନୋଭାକର ରହିଛନ୍ତି । ଯିଏକି ଜାଭା ସହରର ଜଣେ ଫ୍ରଣ୍ଟଲାଇନ ଓ୍ୱାର୍କର ଥିଲେ । ଡାକ୍ତର ସୁହେନ୍ଦ୍ର ଉଭୟ ମାତ୍ରା ନେଇଥିଲେ କିନ୍ତୁ ୧୮ଜୁନ୍ ରେ COVID ପଜିଟିଭ୍ ହୋଇଥିଲେ ।

ଆଉ ଏହାର ଠିକ୍ କିଛିଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ସେହି ସହରରେ ଟିକାର ଉଭୟ ଡୋଜ ନେବା ପରେ ଦୁଇ ନର୍ସ ଏବଂ ବିଶେଷଜ୍ଞ ମଧ୍ୟ ଏହି ମାସରେ ମୃତ୍ୟୁ ବରଣ କରିଛନ୍ତି । ଇଣ୍ଡୋନେସିଆର ସ୍ୱାସ୍ଥ୍ୟ କର୍ମୀମାନଙ୍କ ମଧ୍ୟରେ ଚାଇନାର ଟୀକାକରଣର ପ୍ରଭାବ ବିଷୟରେ ଏକ ଅଧ୍ୟୟନ କରାଯାଇଥିଲା । କିନ୍ତୁ ଏହି ଟିକା କରୋନାର ଡେଲଟା ପ୍ରକାର ଉପରେ କେତେ ପ୍ରଭାବଶାଳୀ ତାହା ଉପରେ ଅଧିକ ଗବେଷଣା କରାଯାଇ ନାହିଁ ।

ଜାଭା ସ୍ଥିତ ଛୋଟ କୁଡୁସ୍ ସହରରେ, ୩୫୮ମେଡିକାଲ୍ କର୍ମଚାରୀ ଯେଉଁମାନେ ଦୁଇ ସପ୍ତାହ ମଧ୍ୟରେ ସିନୋଭାକର ଉଭୟ ଡୋଜ ନେଇଥିଲେ । ସେମାନେ ମଧ୍ୟ କୋଭିଡ୍ ପଜିଟିଭ୍ ବୋଲି ଜଣାପଡିଛି । ଜାନୁଆରୀରୁ ଟୀକାକରଣ ଅଭିଯାନ ସତ୍ତ୍ୱେ ଇଣ୍ଡୋନେସିଆର ଜନସଂଖ୍ୟାର ୫ ପ୍ରତିଶତରୁ କମ୍ ଲୋକଙ୍କୁ ଟିକା ଦିଆଯାଇଛି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଚୀନ୍ ଦ୍ୱାରା ପ୍ରସ୍ତୁତ ସିନୋଭାକ୍ ଟିକା ଦିଆଯାଇଛି ।

ଯାହା ବର୍ତ୍ତମାନ କରୋନାର ନୂତନ ପ୍ରକାର ଭାରିଆଣ୍ଟ ବିରୋଧରେ ବିଫଳ ହେଉଥିବା ସ୍ପଷ୍ଟ ହେଉଛି । କେବଳ ଇଣ୍ଡୋନେସିଆରେ ନୁହେଁ ଚାଇନାର ଟିକା ଉପରେ ନିର୍ଭରଶୀଳ ମଙ୍ଗୋଲିଆ, ସେଚେଲ୍ସ ଏବଂ ବାହାରିନ ଭଳି ଅନ୍ୟ ଦେଶରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.