ଦେଶର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢାଉ, ୩ ଜଣ ଠିକାଦାରଙ୍କ ଘରୁ ୧୦୦ କୋଟି ଟଙ୍କାର କଳାଧନ ଜବତ

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬/୧୨ : ଆୟକର ବିଭାଗ ପକ୍ଷରୁ ଆସାମର ୩ ଜଣ ପ୍ରମୁଖ ଠିକାଦାରଙ୍କ ଘରେ ଚଢାଉ କରାଯାଇଛି । ତେବେ ଚଢାଉରେ ପ୍ରାୟ ୧୦୦​‌ କୋଟି ଟଙ୍କାର କଳାଧନ ଜବତ କରାଯାଇଥିବା ସୂଚନା ମିଳିଛି । କେନ୍ଦ୍ରୀୟ ପ୍ରମୁଖ କର ବୋର୍ଡ ଶନିବାର ଏନେଇ ସୂଚନା ଦେଇଛି ।

ସୂଚନା ମୁତାବକ ଆୟକର ବିଭାଗ ଆସାମର ଗୌହାଟୀ ସ୍ଥିତ ସିଲାପଥର, ପାଠଶାଳା ଏବଂ ଦିଲ୍ଲୀର ପ୍ରାୟ ୧୪ ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉ ସମୟରେ ପ୍ରାୟ ୨.୯୫ କୋଟି ଟଙ୍କା ନଗଦ ଅର୍ଥ ଜବତ କରାଯାଇଥିଲା । କେବଳ ସେତିକି ନୁହେଁ, ପ୍ରାୟ ୧୦୦ କୋଟି ଟଙ୍କାର ଅଘୋଷିତ ଆୟ ବାବଦରେ ଜଣିବାକୁ ପାଇଥିଲା ଆୟକର ବିଭାଗ । ୯.୭୯ ଲକ୍ଷ ଟଙ୍କାର ଅଳଙ୍କାର ମଧ୍ୟ ଜବତ କରାଯାଇଛି ।

ତେବେ ଠିକାଦାରଙ୍କ ଘରେ ଏତେ ପରିମାଣର ବେଆଇନ ସମ୍ପତ୍ତି କେଉଁଠାରୁ ଆସିଲା ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଉକ୍ତ ଠିକାଦାରମାନଙ୍କ ଅନ୍ୟସ୍ଥାନରେ ଥିବା ବେଆଇନ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରୁଛି ଆୟକର ବିଭାଗ । ଏହା ସହ ଅନ୍ୟ କେଉଁଠାରେ ସେମାନଙ୍କର ବେଆଇନ କାରବାର ଚାଲିଥିଲା ତାହାର ତଥ୍ୟ ହାସଲ କରିବା ପାଇଁ ତଦନ୍ତ ଚଳାଇଛି । ଠିକାଦାରମାନଙ୍କର ଅନ୍ୟ କିଛି ଠିକଣାରେ ମଧ୍ୟ ଚଢାଉ କରାଯାଇପାରେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.