ଛୋଟ ପୋଷାକ ପାଇଁ ଝିଅ ଓ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି: ଏଭଳି ଅଦ୍ଭୁତ ଯୁକ୍ତି କରି ଇମ୍ରାନ କହିଲେ ଷ୍ଟାଇଲିଷ୍ଟ ହେବାକୁ ସାଧାରଣ ଜ୍ଞାନ ଭୁଲୁଛନ୍ତି

Published By : Prameya-News7 Bureau | June 21, 2021 IST

ନୂଆଦିଲ୍ଲୀ ୨୧/୬ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଯିଏକି ନିଜକୁ ପ୍ଲେ-ବୟର ଭାବମୂର୍ତ୍ତି ଦର୍ଶାଇଥାନ୍ତି । ସେ ସର୍ବଦା, ଦୁଷ୍କର୍ମ ବିଷୟରେ ନିଜର ବିବୃତ୍ତି ଦେଇ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ଏବେ ପୁଣିଥରେ ଆଉ ଏକ ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି, ଯାହା ତାଙ୍କର ଖରାପ ଚିନ୍ତାଧାରାକୁ ଦର୍ଶାଉଛି । ଇମ୍ରାନ ଖାନ କହିଛନ୍ତି ଯେ ପାକିସ୍ତାନରେ ବଢୁଥିବା ଯୌନ ଉତ୍ପୀଡ଼ନ ସମସ୍ୟା ମହିଳାଙ୍କ ପୋଷାକ ପରିଧାନ ସହ ଜଡିତ ।

ଏକ ଗଣମାଧ୍ୟମର ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି । "ଯଦି ମହିଳାମାନେ ବହୁତ ଛୋଟ ପୋଷାକ ପିନ୍ଧିବେ, ତେବେ ଏହା ପୁରୁଷମାନଙ୍କୁ ଅଧିକ ପ୍ରଭାବିତ କରିବ । ହଁ ଯଦି ସେମାନେ ରୋବଟ୍ ତେବେ ତାହା ହେବନି । ଏଥିପାଇଁ ମହିଳାଙ୍କ ସାଧାରଣ ଜ୍ଞାନ ରହିବା ଦରକାର । ଇମ୍ରାନଙ୍କ ଏହି ଟିପ୍ପଣୀ ପରେ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଜୋର । ସୋସିଆଲ ମିଡିଆରେ ଏହାର ଆକ୍ରୋଶ ଦେଖିବାକୁ ମିଳିଛି ।

ବିରୋଧୀ ଦଳର ନେତାଙ୍କ ସହ ଅନେକ ସାମ୍ୱାଦିକ ଏହାକୁ ନେଇ ଅନେକ ଚର୍ଚ୍ଚା କରୁଛନ୍ତି । ଅନ୍ତର୍ଜାତୀୟ ଜୁରିସିଷ୍ଟ କମିଶନଙ୍କ ଦକ୍ଷିଣ ଏସିଆର ଆଇନ ପରାମର୍ଶଦାତା ରେମା ଓମାର ଟ୍ୱିଟ୍ କରି କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏପରି ବୟାନ ଅତ୍ୟନ୍ତ ନିରାଶାଜନକ । ଏଥିରେ ପୁଣିଥରେ ମହିଳାଙ୍କୁ ଦାୟୀ କରାଯାଇଛି, ଯାହାକି ସ୍ପଷ୍ଟ ଭାବେ ଲଜ୍ଜାଜନକ ।

ତେବେ ଡିଜିଟାଲ ମିଡିଆରେ ପିଏମଙ୍କ ସ୍ପୋକ୍ସ ପର୍ସନ ଡଃ ଆର୍ସଲାନ ଖାଲିଦ କହିଛନ୍ତି ଇମ୍ରାନଙ୍କ ମନ୍ତବ୍ୟକୁ କଦର୍ଥ କରି ଟ୍ୱିଟ କରାଯାଉଛି । ସେ କହିଛନ୍ତି ଖାନ ସାହେବଙ୍କ ଅଧା କଥାକୁ କାଟି ଦିଆଯାଉଛି । ପୂର୍ବରୁ ମଧ୍ୟ କିକେଟର ତଥା ରାଜନେତା ଇମ୍ରାନ ଖାନ ପାକିସ୍ତାନରେ ଯୌନ ହିଂସା ବୃଦ୍ଧି ପାଇଁ ଅଶ୍ଳୀଳତାକୁ ଦାୟୀ କରିଥିଲେ । ଲାଇଭ୍ ଟେଲିଭିଜନରେ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ, "ପରଦାଗୁଡ଼ିକର ଏହି ସଂକଳ୍ପ ହେଉଛି ପ୍ରଲୋଭନକୁ ଏଡାଇବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.