ଶସ୍ତା ହେଲା ସୁନା ଦର : ଜାଣନ୍ତୁ ଗୁରୁବାର ଦେଶରେ କେତେ ରହିଛି ଦାମ…

Published By : Prameya-News7 Bureau | January 14, 2021 IST

ନୂଆଦିଲ୍ଲୀ ୧୪/୦୧ : ସୁନା ଏବଂ ରୂପା ଦାମରେ ଗୁରୁବାର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସାରା ଦେଶରେ ଗୁରୁବାର ସୁନା ବଜାରରେ ୨୪ କ୍ୟାରେଟ୍ ସୁନାର ଦାମ ପ୍ରତି ୧୦ ଗ୍ରାମ ପିଛା ୩୪୮ ଟଙ୍କା ଶସ୍ତା ହୋଇ ୪୯,୧୩୧ ଟଙ୍କା ରହିଛି । ସେହିପରି ରୂପାର ମୂଲ୍ୟ ୫୦୯ ଟଙ୍କା ହ୍ରାସ ପାଇ କିଲୋ ପିଛା ୬୪,୯୨୬ ଟଙ୍କା ରହିଛି । ଇଣ୍ଡିଆନ ଜୁଏଲର୍ସ ଆସୋସିଏସନ୍‌ ଦ୍ବାରା ଜାରି କରାଯାଇଥିବା ନୂଆ ମୂଲ୍ୟ ଏବଂ ବିଭିନ୍ନ ସହରରେ ମୂଲ୍ୟ ମଧ୍ୟରେ ପ୍ରାୟ ୫୦୦ ରୁ ୧୦୦୦ ଟଙ୍କା ଅନ୍ତର ହୋଇପାରେ ।

ବିଦେଶରେ ଉଭୟ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ହେବା ଫଳରେ ଘରୋଇ ବଜାରରେ ବୁଧବାର ସୁନା ଏବଂ ରୂପା ଚମକିଥିଲା । MCXରେ ଗୁରୁବାର ସୁନାର ଦାମ ୨୪୯ ଟଙ୍କା ବୃଦ୍ଧି ପାଇ ୪୯,୨୯୪ ଟଙ୍କା ପ୍ରତି ୧୦ଗ୍ରାମ ରହିଛି । ସୁନା ମିନି ମଧ୍ୟ ୨୩୯ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୪୯୩୩୭ ଟଙ୍କା ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ୫.୪୫ ଡଲାର ହ୍ରାସ ପାଇ ୧୮୫୩.୧୦ ଡଲାର ପ୍ରତି ଅନ୍ସ୍‌ରେ ପହଞ୍ଚିଛି ।

ଫେବୃଆରୀ ମାସ ପାଇଁ ଆମେରିକାରେ ସୁନାର ଦାମ ୧୧.୨୦ ଡଲାର ବଢାଇ ୧୮୫୫.୪୦ ଡଲାର ପ୍ରତି ଅନ୍ସ୍‌ ରହିବ ବୋଲି ଘୋଷଣା କରାଯାଇଛି । ସେହିଭଳି ଆମେରିକାରେ ରୂପାର ଦାମ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ରୂପା ୦.୨୪ ଡଲାର ହ୍ରାସ ପାଇ ୨୫.୪୧ ଡଲାର ପ୍ରତି ଅନ୍ସ୍‌ ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଏବଂ ରୁପା ଦାମ ହ୍ରାସ ପାଇଥିବାରୁ ଏହାର ପ୍ରଭାବ ଭାରତୀୟ ସୁନା ଓ ରୂପା ବଜାର ଉପରେ ପଡିଛି । ଫଳରେ ଗୁରୁବାର ଭାରତରେ ସୁନା ଓ ରୂପାର ଦାମରେ ହ୍ରାସ ଘଟିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.