୨୦୨୧ରେ ୬୦ ହଜାର ପର୍ଯ୍ୟନ୍ତ ଆସିପାରେ ସୁନା ଦାମ, କରୋନା ମହାମାରୀରେ ଦେଇଥିଲା ୨୮ ପ୍ରତିଶତ ରିଟର୍ଣ୍ଣ୍

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬/୧୨ : କରୋନା ମହାମାରୀ ସମୟରେ ବିଶ୍ବର ସେୟାର ବଜାରରେ ବ୍ୟାପକ ପ୍ରଭାବ ପଡିଥିଲା । ନିବେଶକମା​‌ନେ ସେୟାର ବଜାରରେ ସୁନା ଏବଂ ରୂପା ଉପରେ ଅଧିକ ନିବେଶ କରିବାକୁ ଚାହିଁ ନଥିଲେ । ଫଳରେ ଉଭୟ ସୁନା ଓ ରୂପାର ଚାହିଦା ବୃଦ୍ଧି ପାଇଥିଲା । ଗତ ୧୦ ବର୍ଷ ମଧ୍ୟରେ ଏଥର ସୁନା ୨୭.୭ ପ୍ରତିଶତ ରିଟର୍ଣ୍ଣ ଦେଇଛି । ଏହାପୂର୍ବରୁ  ୨୦୧୧ରେ ସୁନା ନିବେଶକମାନଙ୍କୁ ପ୍ରାୟ ୩୧ ପ୍ରତିଶତ ରିଟର୍ଣ୍ଣ ଦେଇଥିଲା । ଏଥି ସହିତ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୨୩ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ରୂପାର ଦାମରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଥିଲା ।

ବଜାରରେ ରୂପା କିଲୋଗ୍ରାମ ପିଛା ୭୬ ହଜାରରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲା । ଏହା ବାଦ ସୁନା ପ୍ରତି ୧୦ ଗ୍ରାମ ପିଛା ଏହାର ସର୍ବକାଳୀନ ରେକର୍ଡ ୫୬ ହଜାର ୨୫୪ ଟଙ୍କାରୁ ୬୨୫୯ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି । ଅନ୍ୟପକ୍ଷରେ ରୂପାର ଦାମ କଥା କହିଲେ, ଚଳିତ ବର୍ଷ ଏହା କିଲୋଗ୍ରାମ ପିଛା ୯୫୭୭ ଟଙ୍କା ଶସ୍ତା ହୋଇଛି ।

{"id":383128,"sizeSlug":"large","linkDestination":"none"}

ସମଗ୍ର ଦେଶରେ ୭ ଅଗଷ୍ଟ ୨୦୨୦ରେ ସୁନାର ଦାମ ୫୬ ହଜାର ୨୫୪ ଟଙ୍କା ଥିଲା ଯାହାକି ସର୍ବକାଳୀନ ରେକର୍ଡ । ଏହା ପରେ, ସନ୍ଧ୍ୟାରେ ସାମାନ୍ୟ ହ୍ରାସ ପରେ ଏହା ୧୦ ଗ୍ରାମ ପିଛା ୫୬ ହଜାର ୧୨୬ଟଙ୍କାରେ ବନ୍ଦ ହୋଇଥିଲା । ସେହିଭଳି ରୂପାର ଦାମ କିଲୋଗ୍ରାମ ପିଛା ୭୬ ହଜାର ୮ ଟଙ୍କା ଖୋଲି ୭୫ ହଜାର ୧୩ ଟଙ୍କାରେ ବନ୍ଦ ହୋଇଥିଲା । ୨୦୦୭ ମସିହାରେ ଦଶ ଗ୍ରାମ ପ୍ରତି ସୁନା ପ୍ରାୟ ୯ ହଜାର ଟଙ୍କା ଥିଲା । ତେବେ ୨୦୧୬ରେ ସୁନା ୧୦ ଗ୍ରାମ ପ୍ରତି ୩୧ ହଜାର ଟଙ୍କା​‌ରେ ପହଞ୍ଚିଥିଲା ଅର୍ଥାତ୍ ୯ ବର୍ଷରେ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଥିଲା ।  

{"id":383129,"sizeSlug":"large","linkDestination":"none"}

କେଡିୟା ଆଡଭାଇଜରୀର ନିର୍ଦେଶକ ଅଜୟ କେଡିୟା କହିଛନ୍ତି ଯେ, ୨୦୨୧ରେ ମଧ୍ୟ ସୁନା ଏବଂ ରୂପା ଦାମରେ କମ-ବେଶୀ ଜାରି ରହିବ । ଅର୍ଥବ୍ୟବସ୍ଥାରେ ବ୍ୟାପକ ହ୍ରାସ ଫଳରେ ଏହାର ପ୍ରଭାବ ସୁନା ଏବଂ ରୂପାର ଦାମ ଉପ​‌ରେ ମଧ୍ୟ ପ୍ରଭାବ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.