Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||

କୋଭାକ୍ସିନ୍ ଟିକାକୁ ଦେଶରେ ବ୍ୟବହାର ପାଇଁ ମିଳିଲା ଅନୁମତି, ଖୁବ ଶୀଘ୍ର ଆରମ୍ଭ ହେବ ଡ୍ରାଏ ରନ୍

2/01/2021 at 7:17 PM

ନୂଆଦିଲ୍ଲୀ ୦୨/୦୧ : କୋଭିସିଲ୍ଡ ପରେ ଏବେ ଦେଶରେ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍‌ ଟିକାକୁ ମାନବୀୟ ବ୍ୟବହାର ପାଇଁ ଅନୁମତି ମିଳିଛି । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ଏ​‌ ନେଇ ସୂଚନା ଦେଇଛନ୍ତି । କୋଭିଡ୍-୧୯ ସମ୍ବନ୍ଧିତ ଏକ ବିଶେଷଜ୍ଞ କମିଟି ଶନିବାର ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ କରାଯାଉଥିବା କୋଭାକ୍ସିନ୍‌ ଟିକାକୁ ବ୍ୟବହାର ପାଇଁ ଅନୁମତି ପ୍ରଦରନ କରିଛନ୍ତି ।

ମିଳିଥିବା ରିପୋର୍ଟ ଅନୁସାରେ ଦେଶରେ ଖୁବ ଶୀଘ୍ର କୋଭାକ୍ସିନ୍‌ର ଡ୍ରାଏ ରନ୍‌ ଆରମ୍ଭ ହେବ । ଏହା ସହ ବିଶେଷଜ୍ଞ କମିଟି ସବୁଜ ସଙ୍କେତ ଦେବା ପରେ କରୋନାକୁ ମାତ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ପୂର୍ବରୁ ଶୁକ୍ରବାର ଅକ୍ସଫୋର୍ଡର କରୋନା ଭ୍ୟାକସିନ୍‌ କୋଭିସିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା । ଏବେ କେବଳ ଡ୍ରଗ୍ କ​‌େ​‌ଣ୍ଟ୍ରାଲର ଅଫ୍ ଇଣ୍ଡିଆ (DCGI) ଏହି ଦୁଇ ଭ୍ୟାକସିନ୍‌କୁ ଅନ୍ତିମ ଅନୁମତି ଦେବା ବାକି ରହିଛି ।

   Related Posts