ପାର୍ଟିରେ ଡ୍ୟାନ୍ସ କରୁଥିଲେ ଫାଟିଗଲା ରଣବୀରଙ୍କ ପ୍ୟାଣ୍ଟ : କଣ କଲେ ଦୀପିକା ଦେଖନ୍ତୁ ଭିଡିଓ....

Published By : Prameya-News7 Bureau | April 18, 2021 IST

ନୂଆଦିଲ୍ଲୀ ୧୮/୪: ବି-ଟାଉନର ସବୁଠୁ ଚର୍ଚ୍ଚିତ ଯୋଡି ରଣବୀର ସିଂ-ଦୀପିକା ପାଦୁକୋନ୍ । ତାଙ୍କ ୨ ଜଣଙ୍କ କେମେଷ୍ଟ୍ରି ନେଇ ସର୍ବଦା ଚର୍ଚ୍ଚା ହୁଏ । ଦୁଇଜଣଙ୍କୁ ଏକାଠି ଦେଖିବାକୁ ଦର୍ଶକ ବି ଖୁବ୍ ପସନ୍ଦ କରନ୍ତି । ସର୍ବଦା ଏହି ହିଟ୍ କପଲ୍ ନିଜର କିଛି ନା କିଛି ମଜାଦାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏବେ ଦୀପିକା ରଣବୀରଙ୍କ ବହୁତ ପୂରୁଣା ଭିଡିଓକୁ ଇନଷ୍ଟାରେ ସେୟାର କରିଛନ୍ତି ।

ଘଟଣା ଏମିତି ଥିଲା, କି ପାର୍ଟିରେ ଡ୍ୟାନ୍ସ କରୁଥିବା ବେଳେ ଫାଟିଯାଇଥିଲା ରଣବୀରଙ୍କ ପ୍ୟାଣ୍ଟ । ତେବେ ଆଉ କିଛି ଉପାୟ ନପାଇଁ ବାଜିରାଓଙ୍କ ଇଜ୍ଜତ ବଞ୍ଚାଇବାକୁ ଆଗେଇ ଆସିଥିଲେ ତାଙ୍କର ମସ୍ତାନୀ । ଯେତେବେଳେ ପାର୍ଟିରେ ସମସ୍ତ ଡ୍ୟାନ୍ସ କରୁଥିଲେ । ସେତିକିବେଳେ ବ୍ୟାଗରୁ ଛୁଞ୍ଚି ସୂଚା କାଢି ରଣବୀରଙ୍କ ପ୍ୟାଣ୍ଟ ସିଲାଇ କରିଥିଲେ ।  କପିଲ ସୋକୁ ଆସି ଏମିତି କିଛି ମଜାଳିଆ କଥା ସେୟାର କରିଛନ୍ତି ଦୀପିକା ପାଦୁକୋନ୍ । ଏପରିକି ସିଲାଇ କରୁଥିବାବେଳେର ଫଟୋ ବି ଦର୍ଶକଙ୍କୁ ଦେଖାଇଛନ୍ତି ।

wp:html
/wp:html

ଦୀପିକା କହିଛନ୍ତି ବାର୍ସେଲୋନାରେ ମ୍ୟୁଜିକ୍ ଫେଷ୍ଟିଭାଲ ଚାଲିଥିଲା । ଏହି ସମୟରେ ଡ୍ୟାନ୍ସ କରୁଥିଲେ । ରଣବୀର ବି ଡ୍ୟାନ୍ସ କରୁଥିଲେ ହେଲେ ତାଙ୍କ ପ୍ୟାଣ୍ଟ ଜୋରରେ ସାଉଣ୍ଡ କରିବା ସହ ଫାଡି ହୋଇଯାଇଥିଲା । ଏକଥା ଶୁଣିବା ପରେ ଦର୍ଶକଙ୍କ ସହ ଜଜ୍ ଅର୍ଚ୍ଚନା ମଧ୍ୟ ଖୁବ ଜୋରରେ ହସିବାକୁ ଲାଗିଥିଲେ  । ତେବେ କପିଲ୍ ମଧ୍ୟ କମ୍ପ୍ଲିମେଣ୍ଟ ଦେବାକୁ ପଛାଇନଥିଲେ । କହିଥିଲେ ସତରେ ରଣବୀର ବହୁତ ଲକି, ତାଙ୍କୁ ଦୀପିକାଙ୍କ ଭଳି ସ୍ତ୍ରୀ ମିଳିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.